Advertisment

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଚିଠି ଲେଖିଲେ ରାଜ୍ୟପାଳ...ଚାଲିଛି କି ଶୀତଳ ଯୁଦ୍ଧ...

ପଞ୍ଜାବ ସରକାର ଦ୍ୱାରା ବିଶ୍ୱାସ ମତ ହାସଲ କରିବା ନେଇ ଡକାଯାଇଥିବା ବିଧାନସଭାର ଏକ ଦିନିଆ ସ୍ୱତନ୍ତ୍ର ଅଧିବେଶନକୁ ରାଜ୍ୟପାଳ ବନ୍‌ୱାରିଲାଲ ପୁରୋହିତ ବାତିଲ କରିଛନ୍ତି। ସେ ରାଜ୍ୟ ସରକାରକୁ ଦିଆଯାଇଥିବା ଅନୁମତିକୁ ପ୍ରତ୍ୟାହାର କରିଛନ୍ତି। ଏନେଇ ଦେଖାଦେଇଛି ତିକ୍ତତା।

author-image
Pramod Behera
ଅଦ୍ୟତନ ହୋଇଛି
Punjab governor reminds bhagwant mann of his duties

Punjab governor reminds bhagwant mann of his duties

ପଞ୍ଜାବ ରାଜ୍ୟପାଳ ବନ୍‌ୱାରିଲାଲ ପୁରୋହିତ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ଙ୍କୁ ଏକ ଚିଠି ଲେଖିଛନ୍ତି। ରାଜ୍ୟପାଳ ତାଙ୍କ ଚିଠିରେ ଲେଖିଛନ୍ତି, "ମୁଁ ଭାବୁଛି ଆପଣଙ୍କ ଆଇନ ପରାମର୍ଶଦାତା ଆପଣଙ୍କୁ ଭଲ ଭାବରେ ସୂଚନା ଦେଉ ନାହାଁନ୍ତି, ତେଣୁ ଆପଣ ମୋ ଉପରେ ଅତ୍ୟଧିକ ରାଗୁଛନ୍ତି। ଆପଣ ଯଦି ସମ୍ବିଧାନର ଧାରା ୧୬୭ ଓ ୧୬୮ ପଢିବେ ତେବେ ନିଶ୍ଚିତ ଭାବେ ଆପଣଙ୍କ ଚିନ୍ତାଧାରା ବଦଳିଯିବ।

Advertisment

ସମ୍ବିଧାନର ଧାରା ୧୬୭ ଯାହା ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱକୁ ନେଇ ଅବଗତ କରେଇ ଦେଇଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ବିଷୟରେ କୁହାଯାଇଛି ଯେ ରାଜ୍ୟର ସମସ୍ତ ପ୍ରଶାସନିକ ମାମଲା, ବିଧାନସଭା ପ୍ରସ୍ତାବ ଏବଂ ମନ୍ତ୍ରୀ ପରିଷଦର ନିଷ୍ପତ୍ତି ରାଜ୍ୟପାଳଙ୍କୁ ଜଣାଇ ଦିଆଯିବ। ରାଜ୍ୟର ସେହି ପ୍ରଶାସନିକ ନିଷ୍ପତ୍ତି ଏବଂ ବିଧାନସଭା ପ୍ରସ୍ତାବଗୁଡ଼ିକ ବିଷୟରେ ମଧ୍ୟ ସୂଚନା ଦିଆଯିବ, ଯାହା ବିଷୟରେ ରାଜ୍ୟପାଳ କହିବେ।

ଧାରା ୧୬୮ ରାଜ୍ୟର ବିଧାନସଭା ବିଷୟରେ, ଯେଉଁଥିରେ ଦର୍ଶାଯାଇଛି ଯେ ପ୍ରତ୍ୟେକ ରାଜ୍ୟରେ ଏକ ବିଧାନସଭା ହେବ, ଯେଉଁଥିରେ ରାଜ୍ୟପାଳଙ୍କ ବ୍ୟତୀତ ଗୋଟିଏ କିମ୍ବା ଦୁଇଟି ସଦନ ରହିପାରେ। ଏହାପୂର୍ବରୁ ସେପ୍ଟେମ୍ବର ୨୭ରେ ପଞ୍ଜାବ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇବାକୁ ରାଜ୍ୟପାଳ ବନ୍‌ୱାରିଲାଲ ପୁରୋହିତଙ୍କ ନିଷ୍ପତ୍ତି ଉପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଅସନ୍ତୋଷ ବ୍ୟକ୍ତ କରିଥିଲେ ଯେଉଁଥିରେ ରାଜ୍ୟପାଳ ବିଧାନସଭାର ଏହି ଅଧିବେଶନର ସବିଶେଷ ତଥ୍ୟ ମାଗିଥିଲେ।

Advertisment

ପ୍ରକାଶଥାଉ ଯେ ସେପ୍ଟେମ୍ବର ୨୨ରେ ପଞ୍ଜାବର ଭଗବନ୍ତ ମାନ ସରକାର ମତଦାନ ପ୍ରମାଣ କରିବାକୁ ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ, ଯାହାର ଅନୁମତି ରାଜ୍ୟପାଳ ବନ୍‌ୱାରିଲାଲ ପୁରୋହିତଙ୍କ ଦ୍ୱାରା ବାତିଲ କରାଯାଇଥିଲା। ସେବେଠାରୁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଛି।

ଆମ୍ ଆଦମୀ ପାର୍ଟି ମୁଖପାତ୍ର ସୌରଭ ଭରଦ୍ୱାଜ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ଯେ “ପଞ୍ଜାବ ବିଜେପି ଦ୍ୱାରା ନିଯୁକ୍ତ ରାଜ୍ୟପାଳ ନିଜକୁ ସ୍କୁଲ୍‌ ପ୍ରିନ୍ସପାଲ୍ ଏବଂ ବିଧାୟକଙ୍କୁ ସ୍କୁଲ ଛାତ୍ର ଭାବରେ ପ୍ରୋଜେକ୍ଟ କରୁଛନ୍ତି। ସ୍ୱାଧୀନତାର ୭୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଏହା ଘଟୁଛି ଯେ ଜଣେ ରାଜ୍ୟପାଳ ବିଧାନସଭା ଅଧିବେଶନର ବ୍ୟବସାୟ ତାଲିକା ମାଗୁଛନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ୍‌ ସିଏମ୍‌ ହେବା ପରେ ଏଲ୍‌ଜି ଦିଲ୍ଲୀରେ ମଧ୍ୟ ଗୋଡ ତାଣିବା ଆରମ୍ଭ କରି ଦେଇଥିଲେ ଏବଂ ସବୁ କଥାରେ କହୁଥିଲେ ଯେ ଦିଲ୍ଲୀ ସମ୍ପୂର୍ଣ୍ଣ ରାଜ୍ୟ ନୁହେଁ, ପୂର୍ବରୁ ମଧ୍ୟ ଦିଲ୍ଲୀ ପୂର୍ଣ୍ଣ ରାଜ୍ୟ ନଥିଲା। ପଞ୍ଜାବରେ ବର୍ତ୍ତମାନ ଏମିତି ହେଉଛି ଯେ ସେ ଲର୍ଡ ମାଉଣ୍ଡ୍‌ ବେଟେନ୍‌ ହୋଇଯାଇଛନ୍ତି।

Bhagwant Mann Punjab Governor
Advertisment
Advertisment