Advertisment

Vector Borne Diseases in Summer: ଗ୍ରୀଷ୍ମ ଋତୁରେ ମଶା-ମାଛି ଜନିତ ରୋଗରୁ ସୁରକ୍ଷାର ଉପାୟ

ଗ୍ରୀଷ୍ମ ଋତୁରେ ଯେ କେବଳ ଖରା, ଗରମ, ଝାଳ, ଘିମିରି କିମ୍ବା ଡିହାଇଡ୍ରେସନର ସମ୍ଭାବନା ବଢିଯାଏ ତା’ ନୁହେଁ। ଗ୍ରୀଷ୍ମ ଋତୁରେ ଡେଙ୍ଗି, ମେଲେରିଆ, ଚିକନ୍-ଗୁନିଆ ଏବଂ ଡାଏରିଆ ସ°କ୍ରମଣ ମଧ୍ୟ ବଢିଯାଏ। ଏହାର କାରଣ ଜାଣି ବେଳହୁଁ ସାବଧାନ ରହିଲେ ହିଁ ଉକ୍ତ ରୋଗ ଗୁଡ଼ିକ ଦ୍ବାରା ଦେଖା ଯାଉଥିବା ବିଭିନ୍ନ ସା°ଘାତିକ ଏବଂ ପ୍ରାଣଘାତକ ସମସ୍ୟାରୁ ରକ୍ଷା ମିଳି ପାରିବ।

author-image
Ipsita Pradhan
ଅଦ୍ୟତନ ହୋଇଛି
Vector Borne Diseases

Vector Borne Diseases

ଭେକ୍ଟର ବର୍ଣ୍ଣ ଡିସିଜ୍ କ’ଣ?: ଯେଉଁ ଜୀବାଣୁ, ଭୁତାଣୁ କିମ୍ବା ପାରାସାଇଟ୍ ସ°କ୍ରମଣ ଓ ସେହି କାରଣରୁ ହେଉଥିବା ବ୍ୟାଧି ମଣିଷ ଶରୀରକୁ କୌଣସି ସ°କ୍ରମିତ ମଶା, ଟିଙ୍କ କିମ୍ବା ମାଛି କାମୁଡିବା ଦ୍ବାରା ହୋଇଥାଏ ତାହାକୁ ଭେକ୍ଟର ବର୍ଣ୍ଣ ଡିସିଜ୍ କୁହାଯାଏ। ଭେକ୍ଟରର ଅର୍ଥ ହେଉଛି ରୋଗ-ବାହକ କୀଟ। ଏହି କୀଟମାନେ ଜଣେ ବ୍ୟକ୍ତିକୁ କାମୁଡି, ସ°କ୍ରମିତ ରକ୍ତ ଖାଇବା ପରେ ଅନ୍ୟ ଜଣେ ବ୍ୟକ୍ତିକୁ କାମୁଡି ସେହି ସ°କ୍ରମଣକୁ ବାଣ୍ଟିଥା’ନ୍ତି। ଏହାର ସାଧାରଣ ଉଦାହରଣ ଗୁଡ଼ିକ ହେଲା: 

Advertisment

 (୧) ମେଲେରିଆ - ଆନୋଫିଲିସ୍ ମଶା କାମୁଡିବା ଦ୍ବାରା

(୨) ଡେଙ୍ଗି- ଆଡିସ୍ ମଶା କାମୁଡିବା ଦ୍ବାରା 

(୩) ଚିକନ୍-ଗୁନିଆ- ଆଡିସ୍ ମଶା କାମୁଡିବା ଦ୍ବାରା 

(୪) ଜାପାନୀଜ୍ ଏନ୍-ସେଫାଲାଇଟିସ୍ - କ୍ବୁଲିକ୍ସ ମଶା କାମୁଡିବା ଦ୍ବାରା 

(୫) ଡାଏରିଆ/ କଲେରା/ ଡିସେଣ୍ଟ୍ରି/ ଟାଇଫଏଡ - ଖାଦ୍ୟ କିମ୍ବା ଶରୀର ଉପରେ ମାଛି ବସିବା ଦ୍ବାରା 

ଭେକ୍ଟର ବର୍ଣ୍ଣ ରୋଗ ଗୁଡ଼ିକର ଲକ୍ଷଣ: 

● ଜ୍ବର ବା ଶରୀରର ତାପମାତ୍ରା ବଢିବା - ମ୍ୟାଲେରିଆ ରେ କମ୍ପ ଓ ପାଳି ଜ୍ବର ଲକ୍ଷ କରାଯାଏ, ଡେଙ୍ଗିରେ କମ୍ପ ଆସେ ନାହିଁ, ଟାଇଫଏଡରେ ଶରୀରର ତାପମାତ୍ରା ଔଷଧ ସେବନ ପରେ ମଧ୍ୟ ସହଜରେ ସ୍ବାଭାବିକ ହୁଏ ନାହିଁ।

Advertisment

● ଗୋଡହାତ ଘୋଳାବିନ୍ଧା ଓ ଥକ୍କା ଲାଗିବା 

● ଅଇ ଉଠାଇବା, ବାନ୍ତି ହେବା

● ଦେହରେ ଛୋଟଛୋଟ, ନାଲି ନାଲି, ଦାନା ପରି ଫଳି ଯିବା 

● ଶରୀରର ଗଣ୍ଠି ଗୁଡ଼ିକ ପିଡା ହେବା/ ଜଏଣ୍ଟ ପେନ୍ - ଚିକନ୍-ଗୁନିଆରେ ଅଧିକ ଦେଖାଯାଏ 

● ରକ୍ତସ୍ରାବ - ଡେଙ୍ଗିରେ

● ତରଳ ବା ପତଳା ଝାଡା ହେବା - ଟାଇଫଏଡ, କଲେରା, ଡିସେଣ୍ଟ୍ରି

ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ଭାବରେ ନିଅନ୍ତୁ: 

● ଲଗାତାର ଦୁଇ ଦିନ ଧରି ଜ୍ବର ନଛାଡିଲେ କିମ୍ବା ବାରମ୍ବାର କିଛି କିଛି ଦିନ ବ୍ୟବଧାନରେ ଜ୍ବର ଆସିଲେ 

● ଗୋଡହାତ, ଦେହ, ଗଣ୍ଠି ଏବଂ ମୁଣ୍ଡ ବିନ୍ଧା ତୀବ୍ର ତଥା ଲଗାତାର ହେଲେ

● ନାକ କିମ୍ବା ମାଢିରୁ ରକ୍ତସ୍ରାବ ହେଲେ କିମ୍ବା ମଳରେ ରକ୍ତ ଆସିଲେ

● ବାନ୍ତି କିମ୍ବା ପତଳା ଝାଡା ଲାଗି ରହିଲେ

● ପରିଶ୍ରାର ମାତ୍ରା କମିଲେ

● ଡିହାଇଡ୍ରେସନ୍ ବା ଶରୀରରୁ ଜଳୀୟ ଅଂଶ କମିବାର ଆଶଙ୍କା ଜଣାପଡିଲେ

● ରୋଗୀକୁ ଭିଷଣ ଥକ୍କା ଲାଗିଲେ 

● ରୋଗୀ ବାଉଳିଚାଉଳି ହେଲେ

ଗ୍ରୀଷ୍ମ ଋତୁରେ ଭେକ୍ଟର ବର୍ଣ୍ଣ ରୋଗ ଅଧିକ ବ୍ୟାପେ କାହିଁକି?:

● କୁଲର୍, ଫୁଲ କୁଣ୍ଡ, ପୁରୁଣା ଟାୟାର, ଅଦରକାରୀ ମାଟି କିମ୍ବା ପ୍ଲାଷ୍ଟିକ ପାତ୍ର, ଖୋଲା ଡ୍ରେନ୍, ନାଳ ଆଦିରେ ପାଣି ଜମା ହୋଇ ସେଥିରେ ମଶା ମାନଙ୍କର ସହଜରେ ବ°ଶ ବୃଦ୍ଧି ଘଟିଥାଏ।

● ଗରମ ଓ ଗୁଳୁଗୁଳି ଉଭୟ ମଶାଙ୍କର ବ°ଶବୃଦ୍ଧି ପାଇଁ ସୁହାଇ ଥାଏ ଏବଂ ଲାଇଫ୍-ସାଇକଲକୁ ଜଲ୍ଦି ପୁରା କରେ।

● ଦିନ ବଡହେବା ଏବଂ ଗରମରୁ ରକ୍ଷା ପାଇବା ପାଇଁ ପ୍ରାୟ ସମସ୍ତେ ଘର ବାହାରେ ଅଧିକ ସମୟ କଟାନ୍ତି, ଗରମ ଓ ଝାଳ ପାଇଁ ଲୋକେ ଢିଲା, ଛୋଟ ହାତ ଏବଂ ଅଧିକ ସମୟ ଖୋଲା ଦେହରେ ରୁହନ୍ତି, ଏସବୁ କାରଣରୁ ମଶା କାମୁଡିବାର ଆଶଙ୍କା ବଢିଯାଏ।

● ଅଳିଆ- ଆବର୍ଜନା ଏବଂ ଡ୍ରେନ୍ ସଫା ନହେବା କାରଣରୁ ଉଭୟ ମଶା ଏବଂ ମାଛି ସହଜରେ ବ°ଶବୃଦ୍ଧି କରନ୍ତି।

ଭେକ୍ଟର ବର୍ଣ୍ଣ ରୋଗ ରୋକିବା/ ନିୟନ୍ତ୍ରଣର ଉପାୟ: 

● ଘର ଚାରିପାଖ ଏବଂ ବଗିଚା ସଫା ରଖନ୍ତୁ; ଫୁଲ କୁଣ୍ଡ କିମ୍ବା ଖାଲରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ; ଭଙ୍ଗା, ଅଦରକାରୀ, ପୁରୁଣା ପାତ୍ର ଜମା କରନ୍ତୁ ନାହିଁ। ଆବଶ୍ୟକ ସ୍ଥଳେ ବ୍ଲିଚି° ପାଓଡର ଛିଞ୍ଚନ୍ତୁ।

● ଝରକା ଏବଂ କବାଟରେ ଜାଲି ବ୍ୟବହାର କରନ୍ତୁ। ମଶାରୀ ବ୍ୟବହାର କରନ୍ତୁ।

● ଭୋର ଏବଂ ସନ୍ଧ୍ୟା ସମୟରେ ବାହାରେ ବୁଲନ୍ତୁ ନାହିଁ ଏବଂ କବାଟ -ଝରକା ବନ୍ଦ ରଖନ୍ତୁ - ଏଇଠି ହିଁ ମଶା ଉପଦ୍ରବ ଅଧିକ ରୁହେ।

● ମଶ୍-କ୍ବିଟୋ ରିପେଲାଣ୍ଟ ବ୍ୟବହାର କରନ୍ତୁ। ଛୁଆମାନେ  ବାହାରେ ଖେଳିବା ସମୟରେ ଫ୍ୟାବ୍ରିକ୍ ମଶ୍-କ୍ବିଟୋ ରିପେଲାଣ୍ଟ ବ୍ୟବହାର ଭଲ। 

● ଛୁଆ ମାନଙ୍କୁ ବୁଦା କିମ୍ବା ଡ୍ରେନ୍ ପାଖରେ ଖେଳିବା ପାଇଁ ଦିଅନ୍ତୁ ନାହିଁ 

● ଘର କିମ୍ବା କଲୋନୀ ପାଖରେ ଥିବା ଡ୍ରେନ୍ ସମ୍ମିଳିତ ଓ ପରସ୍ପର ସହାୟତାରେ ସଫା ଏବଂ ଘୋଡାଇ ରଖନ୍ତୁ। ପାଣି ଜମା ହେଉଥିଲେ ସ୍ଥାନୀୟ ଅଧିକାରୀଙ୍କୁ ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ କରନ୍ତୁ। ଆଖପାଖର ଅଳିଆ ଗଦା, ବୁଦା ସଫା କରନ୍ତୁ। 

● ନିଜ ଅଞ୍ଚଳରେ ଭେକ୍ଟର ବର୍ଣ୍ଣ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଲେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାନ୍ତୁ।

Summer Vector-borne Disease Precautions
Advertisment
Advertisment