Advertisment

Balangir Bhimabhoi Medical College: ରୋଗୀଙ୍କ ପାଇଁ ଥିବା ଡ୍ରେସିଂ ଟେବୁଲରେ ଚାଲିଲା କୁକୁର ଚିକିତ୍ସା, କହିବାକୁ କେହି ନାହିଁ

ଫାଣ୍ଡିରେ ଥିବା ପୋଲିସ ବାବୁ ବି ପାଖରେ ଛିଡା ହୋଇ ଗପ କହୁଥିଲେ । କିନ୍ତୁ ମଣିଷ ଚିକିତ୍ସା ହେଉଥିବା ଟେବୁଲ ଉପରେ କୁକୁରକୁ ନିଜେ ଡ୍ରେସିଂ କରିଥିଲେ ଯୁବକ ଜଣକ । ଏପରିକି ବାରଣ କରୁଥିବା ପୋଲିସ ବାବୁଙ୍କୁ ଉପଦେଶ ଦେଉଥିଲେ ଯୁବକ ଜଣକ । ଦୀର୍ଘ ସମୟ ଧରି କାଜୁଆଲଟି ଭିତରେ ଚାଲିଥିଲା ହାଇଡ୍ରାମା ।

ଅଦ୍ୟତନ ହୋଇଛି
ମଣିଷ ଡାକ୍ତରଖାନାରେ କୁକୁର ଚିକିତ୍ସା

ମଣିଷ ଡାକ୍ତରଖାନାରେ କୁକୁର ଚିକିତ୍ସା

Advertisment

ବଲାଙ୍ଗିରର ଭୀମଭୋଇ ମେଡିକାଲ କଲେଜ ହସପିଟାଲ । ବୁର୍ଲାର ଭୀମସାର ପରେ, ପଶ୍ଚିମ ଓଡିଶାର ଦ୍ବିତୀୟ ବୃହତ୍ତମ ଚିକିତ୍ସାକେନ୍ଦ୍ର । କେବଳ ବଲାଙ୍ଗିର ନୁହେଁ, ଆଖପାଖ ପାଂଚଟି ଜିଲ୍ଳାର ଲୋକେ ଭୀମଭୋଇ ହସପିଟାଲ ଉପରେ ନିର୍ଭର କରନ୍ତି । କିନ୍ତୁ ହସପିଟାଲର ଅବସ୍ଥା ଓ ବ୍ୟବସ୍ଥାକୁ ନେଇ ପ୍ରତିଦିନ ଚର୍ଚ୍ଚା । କେବେ ଚିକିତ୍ସାଧିନ ରୋଗୀ, ଆତ୍ମହତ୍ୟା କରୁଛନ୍ତି ତ ଆଉ କେତେବେଳେ ରୋଗୀଙ୍କ ସଂର୍ପକୀୟଙ୍କ ମୋବାଇଲ ଓ ଡାକ୍ତରଙ୍କ ବାଇକ ଗାୟବ ହୋଇଯାଉଛି । ମାତ୍ର ଦିନକ ତଳେ, ଏସବୁକୁ ମାତ ଦେଇଛି ହସପିଟାଲ କାଜୁଆଲଟିରେ ବୁଲା କୁକୁରର ଚିକିତ୍ସା  । ଘଟଣାକୁ ନେଇ ଥାନାରେ ରୁଜୁ ହୋଇଛି ମାମଲା । କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ । ହସପିଟାଲ ମେଲାଢିଲା...ଖୋଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ବଲାଙ୍ଗିରରୁ ଆମର ରିପୋର୍ଟ...।

Advertisment

ଏହି ହସପିଟାଲରେ ମଣିଷ ବଦଳରେ କୁକୁରର ଚିକିତ୍ସା କଥା ଶୁଣିଲେ, ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗିପାରେ ! କିନ୍ତୁ କଥାଟି ସତ ! ଦିନକ ଆଗରୁ ରାତି ୧୦ ଟାରେ କାଜୁଆଲଟିର ଡ୍ରେସିଂ ଟେବୁଲ ଉପରର ଏ ଦୃଶ୍ୟ । ଗୋଟିଏ ବୁଲା କୁକୁରକୁ ଧରି ପହଞ୍ଚିଥିଲେ ଜଣେ ଯୁବକ । ଜବରଦସ୍ତ ଗଜ କପଡା ଆଣିଥିଲେ । ସିକ୍ୟୁରିଟିକୁ ଖାତିର କରିନଥିଲେ । ହାତଟେକି ରହିଯାଇଥିଲେ ଡାକ୍ତର ଓ ନର୍ସ । ଫାଣ୍ଡିରେ ଥିବା ପୋଲିସ ବାବୁ ବି ପାଖରେ ଛିଡ଼ା ହୋଇ ଗପ କହୁଥିଲେ ।

ଅଧିକ ପଢ଼ନ୍ତୁ: ECMO Machine: ଚିକିତ୍ସା କ୍ଷେତ୍ରରେ ଏକମୋ ମେସିନର ମିରାକେଲ୍

କିନ୍ତୁ ମଣିଷ ଚିକିତ୍ସା ହେଉଥିବା ଟେବୁଲ ଉପରେ କୁକୁରକୁ ନିଜେ ଡ୍ରେସିଂ କରିଥିଲେ ଯୁବକ ଜଣକ । ଏପରିକି ବାରଣ କରୁଥିବା ପୋଲିସ ବାବୁଙ୍କୁ ଉପଦେଶ ଦେଉଥିଲେ ଯୁବକ ଜଣକ । ଦୀର୍ଘ ସମୟ ଧରି କାଜୁଆଲଟି ଭିତରେ ଚାଲିଥିଲା ହାଇଡ୍ରାମା । ଆଉ ଦେଖଣାହାରୀ ଥିଲେ ନର୍ସ, ଡାକ୍ତର, ଘରୋଇ ସିକ୍ୟୁରିଟି ଓ ପୋଲିସ ବାବୁ । ହେଲେ ଘଟଣାର ଭିଡିଓ ଏବେ ଭାଇରାଲ ହେଉଛି । ସାଧାରଣ ଲୋକେ ଏଥିରେ ବିରକ୍ତି ପ୍ରକାଶ କରିଥିବା ବେଳେ ଥାନାରେ ଅଭିଯୋଗ କରିଥିବା କହିଛନ୍ତି ସୁପରିଟେଣ୍ଡେଣ୍ଟ । ଜୀବେ ଦୟା କଥା ଉଠିଲେ ଏହି ଘଟଣାକୁ ହୁଏତ କେହି ସମର୍ଥନ ଦେଇପାରନ୍ତି, କିନ୍ତୁ କାହାର ଅନୁମତି ନନେଇ ପଶୁ ଡାକ୍ତରଖାନା ବଦଳରେ କୁକୁରକୁ ଏଠି ଚିକିତ୍ସା କରିବା କେତେ ଠିକ୍ ତାକୁ ନେଇ ପ୍ରଶ୍ନ ହେଉଛି। ଆଗକୁ ଯଦି ଏମିତି ଘଟଣାର ପୁନରାବୃତ୍ତି ହୁଏ, ସେଥିପାଇଁ କିଏ ଦାୟୀ ରହିବ ?  

Advertisment

ମଣିଷ ହସପିଟାଲରେ କୁକୁରର ଚିକିତ୍ସାକୁ ନେଇ ଚର୍ଚ୍ଚାରେ ଥିବା ଭୀମଭୋଇ ମେଡିକାଲ ହସପିଟାଲର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । କାରଣ ମାତ୍ର ସପ୍ତାହେ ଆଗରୁ ଲୋଇସିଂହା ହସପିଟାଲରୁ ଗୁରୁତର ଅବସ୍ଥାରେ ଆସିଥିବା ଜଣେ ରୋଗୀ, କାଜୁଆଲଟିରେ ଦେଖାଇବା ପରେ, ଇନଡୋର ଆଡମିସନ ପରିବର୍ତ୍ତେ, ଆତ୍ମହତ୍ୟା କରିଥିଲେ । ହସପିଟାଲର ସବୁ ଜାଗାରେ ଭରପୂର ସିକ୍ୟରିଟି ଥିବା ସତ୍ବେ, ଜନଗହଳିପୂର୍ଣ୍ଣ ଜାଗାରେ ଥିବା ଗଛରେ ରଶି ଲଗାଇ ଝୁଲିପଡିଥିଲେ ରୋଗୀ ଜଣକ । ସେତେବେଳ କେମିତି କେହି ଦେଖିପାରିନଥିଲେ ?

ଖାଲି ସେତିକି ନୁହେଁ, ପ୍ରତିଦିନ ରୋଗୀଙ୍କ ସଂର୍ପକୀୟଙ୍କ ମୋବାଇଲ ଚୋରୀର ଲମ୍ବା ଅଭିଯୋଗ ମଧ୍ୟ ଏହି ହସପିଟାଲର ଭାବମୂର୍ତ୍ତିରେ ଆଞ୍ଚ ଆଣୁଛି। । ଡାକ୍ତରଙ୍କ ବାଇକ ବି ଗାଏବ ହୋଇଯାଉଛି । ଏପରିକି ଛୁଆ ଚୋରୀର ଅପବାଦ ବି ମୁଣ୍ଡାଇଛି ଭୀମଭୋଇ ମେଡିକାଲ କଲେଜ ହସପିଟାଲ । କିନ୍ତୁ ଏଠି ସୂଚନା ଯୋଗ୍ୟ, ସୁରକ୍ଷା ପାଇଁ ହସପିଟାଲ ପରିସରରେ ଅଛି ପୋଲିସ ଫାଣ୍ଡି । ଘରୋଇ ଭାବେ ୧୬୭ ଜଣ ସୁରକ୍ଷାକର୍ମୀ ନିୟୋଜିତ । କିନ୍ତୁ ଏସବୁ ସତ୍ବେ, ଅବସ୍ଥା ଶୋଚନୀୟ, ବ୍ୟବସ୍ଥା ଢିଲା ।

Advertisment
Bolangir Medical Negligence Bhima Bhoi Medical College
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ