Advertisment

ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ; ଉପକୃତ ହେବେ ସାଢ଼େ ୩ କୋଟି ଲୋକ

ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଚଳିତ ଆର୍ଥିକ ବର୍ଷରେ ହିଁ ଆମ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।

ଅଦ୍ୟତନ ହୋଇଛି
Odisha 'to join' Ayushman Bharat Health Scheme

Odisha 'to join' Ayushman Bharat

Advertisment

ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଚଳିତ ଆର୍ଥିକ ବର୍ଷରେ ହିଁ ଆମ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ । OTVକୁ ସୂଚନା ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବାଧୀନ ନୂଆ ସରକାର ଆମ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ଘୋଷଣା କରିସାରିଛନ୍ତି। କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଓ ରାଜ୍ୟର ନିଜସ୍ବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ମିଳିତ ଭାବେ ଗୋଟିଏ କାର୍ଡ ଜାରି ହେବ।

Advertisment

ଅଧିକ ପଢ଼ନ୍ତୁ: ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରିତା ପାଇଁ ତତ୍ପରତା, ଟାସ୍କଫୋର୍ସକୁ ପୁନର୍ଗଠନ କଲେ ରାଜ୍ୟ ସରକାର

ଆକଳନ ଅନୁସାରେ ଉଭୟ ଯୋଜନା ଅଧୀନରେ ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଏହି କାର୍ଡ ମିଳିବ। ଆୟୁଷ୍ମାନ ଭାରତ ଭଳି ଆମ ରାଜ୍ୟର ୭୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି ମଧ୍ୟ ଏହି କାର୍ଡରେ ସ୍ବାସ୍ଥ୍ୟ ବୀମାର ସୁବିଧା ପାଇବେ। ଏବେ ରାସନ୍ କାର୍ଡ e-KYC ଚାଲିଛି। ଏହା ସରିବା ପରେ ରାଜ୍ୟର କେତେ ସଂଖ୍ୟକ ୭୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଏହି ସ୍ବାସ୍ଥ୍ୟ ବୀମା ଯୋଜନାରେ ଉପକୃତ ହେବେ ତାହା ସ୍ପଷ୍ଟ ହେବ।

Advertisment

ପୂର୍ବରୁ BSKY ଯୋଜନାରେ ମାତ୍ର ୯୫୭ଟି ହସ୍ପିଟାଲରେ ରାଜ୍ୟର ଲୋକଙ୍କୁ ସ୍ୱାସ୍ଥ୍ୟ ବୀମାର ସୁବିଧା ମିଳୁଥିବା ବେଳେ ଏଣିକି ଦେଶସାରା ୨୭ ହଜାରରୁ ଅଧିକ ଅନୁବନ୍ଧିତ ହସ୍ପିଟାଲରେ ସ୍ବାସ୍ଥ୍ୟ ସେବା ପାଇପାରିବେ ଓଡ଼ିଶାବାସୀ । ଚଳିତ ଆର୍ଥିକ ବର୍ଷ ହିଁ ଆମ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।

Advertisment

ଆୟୁଷ୍ମାନ ଭାରତ ଯୋଜନା, ଯାହା ବର୍ତ୍ତମାନ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମୁଖ୍ୟମନ୍ତ୍ରୀ ଯୋଜନା (AB PM-JAY) ଭାବରେ ଜଣାଶୁଣା । ଏହି ସ୍ୱାସ୍ଥ୍ୟ ଯୋଜନା ଅଧୀନରେ ହିତାଧିକାରୀମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇବାର ବ୍ୟବସ୍ଥା ରହିଛି ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ମୁଖମନ୍ତ୍ରୀ ଯୋଜନା ଅଧୀନରେ ଏକ ସ୍ୱାସ୍ଥ୍ୟ କଭର ବୀମା ପରି । ଏହା ଅଧୀନରେ ଏହି ଯୋଜନା ପାଇଁ ଯୋଗ୍ୟ ଲୋକଙ୍କୁ ଆୟୁଷ୍ମାନ କାର୍ଡ ଦିଆଯାଏ । ଏହି ଯୋଜନା ଅଧୀନରେ ଆୟୁଷ୍ମାନ କାର୍ଡଧାରୀମାନେ ତାଲିକା ଭୁକ୍ତ ଡାକ୍ତରଖାନା ଗୁଡ଼ିକରେ ମାଗଣା ଚିକିତ୍ସା ପାଆନ୍ତି । ଏହି କାର୍ଡ ହିତାଧିକାରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସହାୟତା ଯୋଗାଇଥାଏ ।

Health Minister Ayushman Bharat PMJAY Ayushman Bharat Scheme
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ