Advertisment

ଅଭାବନୀୟ ଘଟଣା; ଜ୍ୱର ରୋଗୀଙ୍କୁ କୁକୁର କାମୁଡା ଇଞ୍ଜେକ୍ସନ ଦେଇଦେଲେ ନର୍ସ !

ଭଦ୍ରକ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ନର୍ସଙ୍କ ଦାୟିତ୍ୱହୀନତା ପାଇଁ ଜଣେ ରୋଗୀ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Nurse Gives Wrong Injection To Patient

Wrong Injection

ପୁଣି ସାମ୍ନାକୁ ଆସିଛି ରାଜ୍ୟରେ ସ୍ବାସ୍ଥ୍ୟସେବାର ନଗ୍ନଚିତ୍ର। କେତେବେଳେ ଡାକ୍ତରଙ୍କ ଅବହେଳାରୁ ରୋଗୀ ପ୍ରାଣ ହରାଉଛନ୍ତି ତ ଆଉ କେତେବେଳେ ଏଥିପାଇଁ ରୋଗୀଙ୍କୁ ଅନେକ ସ୍ୱାସ୍ଥ୍ୟ ଜନିତ ଅସୁବିଧା ଭୋଗିବାକୁ ପଡୁଛି। ତେବେ ଏପରି ଆଉ ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ଯେଉଁଠି ଜଣେ ରୋଗୀକୁ ନର୍ସ ଭୁଲରେ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ ହୋଇଛି।

Advertisment

ଭଦ୍ରକ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ନର୍ସଙ୍କ ଦାୟିତ୍ୱହୀନତା ପାଇଁ ଜଣେ ରୋଗୀ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଭଣ୍ଡାରିପୋଖରୀ ଥାନା ଦକ୍ଷିଣବାଡ ଗାଁର ବିଜୟ ବିଶ୍ବାଳଙ୍କର ଥଣ୍ଡା ଯୋଗୁଁ ଗୋଡ ଓ ହାତ ବିନ୍ଧା ହେଉଥିଲା। ଜ୍ୱର ଅନୁଭୂତ ଦେବାରୁ ସେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ପ୍ରେସକ୍ରିପସନ୍ ମଧ୍ୟ ଲେଖିଥିଲେ। ତେବେ ଇଞ୍ଜେକସନ ଦାୟିତ୍ୱରେ ଥିବା ନର୍ସ ତାଙ୍କୁ ଭୁଲରେ କୁକୁର କାମୁଡା ଇଞ୍ଜେକସନ ଦେଇଥିଲେ।

ନର୍ସଙ୍କ ଦାୟିତ୍ୱହୀନତା ନେଇ ଏବେ ପ୍ରଶ୍ନ ଉଠିଛି। କିପରି ସେ ଏଭଳି ଚରମ ଅବହେଳା କଲେ ସେନେଇ ତଦନ୍ତ ଆବଶ୍ୟକ ବୋଲି ପରିବାର ଲୋକେ ଦାବି କରିଛନ୍ତି। ତେବେ ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭଣ୍ଡାରିପୋଖରୀ ମେଡିକାଲ ଇନଚାର୍ଜ କହିଛନ୍ତି ।

Advertisment
Wrong Injection
Advertisment
Advertisment