Advertisment

କେବଳ ସ୍ୱାଦ ନୁହେଁ ଭାଗ୍ୟ ପରିବର୍ତ୍ତନ କରିବ ମସଲା, ଜାଣିବା ମସଲାର ବିଶେଷତ୍ୱ

ରୋଷେଇ ଘରେ ଯେଉଁ ମସଲା ଆମେ ବ୍ୟବହାର କରୁ ବାସ୍ତୁ ଅନୁଯାୟୀ, ବିଭିନ୍ନ ମସଲା ରାଶିଫଳରେ ଅବସ୍ଥିତ ଗ୍ରହ ସହିତ ଜଡ଼ିତ ବୋଲି ବିଶ୍ୱାସ କରାଯାଏ । ତେଣୁ ଏଥି ସହ ଜଡିତ କିଛି ବିଶେଷ ଉପାୟ ଗ୍ରହଣ କରିବା ଦ୍ୱାରା, ଗ୍ରହ ଦୋଷ ଦୂର ହୋଇଥାଏ ଓ ଭାଗ୍ୟ ପରିବର୍ତ୍ତନ ହୋଇପାରିବ । ଚାଲନ୍ତୁ ଜାଣିବା ମସଲାର ବିଶେଷତ୍ୱ ବିଷୟରେ.

 Kitchen Spices

Kitchen Spices

Advertisment

ଆପଣ ଜାଣନ୍ତି କି ବାସ୍ତୁରେ ମସଲାର ବିଶେଷ ମହତ୍ତ୍ୱ ରହିଛି? ରୋଷେଇ ଘରେ ଯେଉଁ ମସଲା ଆମେ ବ୍ୟବହାର କରୁ ବାସ୍ତୁ ଅନୁଯାୟୀ, ବିଭିନ୍ନ ମସଲା ରାଶିଫଳରେ ଅବସ୍ଥିତ ଗ୍ରହ ସହିତ ଜଡ଼ିତ ବୋଲି ବିଶ୍ୱାସ କରାଯାଏ । ତେଣୁ ଏଥି ସହ ଜଡିତ କିଛି ବିଶେଷ ଉପାୟ ଗ୍ରହଣ କରିବା ଦ୍ୱାରା, ଗ୍ରହ ଦୋଷ ଦୂର ହୋଇଥାଏ ଓ ଭାଗ୍ୟ ପରିବର୍ତ୍ତନ ହୋଇପାରିବ । ଚାଲନ୍ତୁ ଜାଣିବା ମସଲାର ବିଶେଷତ୍ୱ ବିଷୟରେ...

Advertisment
  • ଜିରା ଦାନ କରିବା ଦ୍ୱାରା ହେବ ଗ୍ରହ ଶାନ୍ତି । ଅନେକ ରାଶିରେ ରାହୁ-କେତୁ ଗ୍ରହ ଅଶାନ୍ତି ହେବା ଦ୍ୱାରା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ, ଯେଉଁମାନଙ୍କର ରାହୁ-କେତୁ ଦଶା ଚାଲିଥାଏ, ସେମାନେ ଶନିବାର ଦିନ ଜିରା ଦାନ କରିବା ଉଚିତ୍ । ଯେହେତୁ ଜିରା ରାହୁ-କେତୁ ଗ୍ରହ ସହିତ ଜଡିତ, ଏହା ସେମାନଙ୍କର ଖରାପ ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
  • ଲବଙ୍ଗ ଏବଂ ଗୋଲ ମରିଚ ବ୍ୟବହାର କରିବା ଦ୍ୱାରା ଶନି ଗ୍ରହ ମଜବୁତ ହୋଇଥାଏ । ବାସ୍ତୁ ଅନୁଯାୟୀ, ଲବଙ୍ଗ ଏବଂ ଗୋଲ ମରିଚ ଶନି ଗ୍ରହକୁ ପ୍ରତିପାଦିତ କରିଥାଏ  । ଏଥିପାଇଁ ସୋରିଷ ତେଲରେ ଲବଙ୍ଗ କିମ୍ବା ଗୋଲ ମରିଚ ପକାଇ ଦୀପ ଜାଳନ୍ତୁ । ଏହା ଶନିର ଗ୍ରହର ଖରାପ ପ୍ରଭାବରୁ ମୁକ୍ତି ଦେବ ଏବଂ ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇବ।
  • ହେଙ୍ଗୁ ବ୍ୟବହାର କରିବା ଦ୍ୱାରା ବୁଧ ଏବଂ ବୃହଷ୍ପତି ଗ୍ରହ ମଜବୁତ ହୋଇଥାଏ । ହେଙ୍ଗୁ ସହିତ ବୁଦ୍ଧ ଓ ବୃହସ୍ପତି ଗ୍ରହ ଜଡ଼ିତ ବୋଲି ବିଶ୍ୱାସ କରାଯାଏ । ତେଣୁ ମଧ୍ୟାହ୍ନ ଭୋଜନରେ ହେଙ୍ଗୁ ଖାଇବା ଦ୍ୱାରା ମନ ଶାନ୍ତ ରହିଥାଏ । ଏହା ଦ୍ୱାରା ବୁଦ୍ଧ ଦୋଷରୁ ମୁକ୍ତି ମିଳିଥାଏ ଓ ବୃହସ୍ପତି ଗ୍ରହ ମଜବୁତ ହୋଇଥାଏ ।
  • ହଳଦୀ ବ୍ୟବହାର କରିବା ଦ୍ୱାରା ବୃହଷ୍ପତି ଗ୍ରହ ମଜବୁତ ହୋଇଥାଏ । ହଳଦୀ ବୃହସ୍ପତି ଗ୍ରହ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ । ତେଣୁ ବୃହସ୍ପତିଙ୍କୁ ମଜବୁତ କରିବା ପାଇଁ ପକେଟରେ ହଳଦୀ ଖଣ୍ଡ କିମ୍ବା ଏକ ଚିମୁଟାଏ ହଳଦୀକୁ ରୁମାଲରେ ବାନ୍ଧି ରଖିବା ଉଚିତ୍ । ଏହା ଦ୍ୱାରା ବୃହସ୍ପତି ଗ୍ରହ ମଜବୁତ ହୋଇଥାଏ ।
Health Tips Astrology Tips Related To Kitchen Spices
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ