Advertisment

No Injection: ଘରୋଇ ଔଷଧ ଦୋକାନରେ ଫୋଡ଼ାଯାଇ ପାରିବନି ଇଞ୍ଜେକ୍ସନ

ଔଷଧ ଦୋକାନରେ ରୋଗୀଙ୍କୁ ଇଞ୍ଜେକ୍ସନ ଫୋଡ଼ିବା ମନା। ଧରାପଡ଼ିଲେ ଦୋକାନୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଏହି ମର୍ମରେ ସବୁ ସିଡିଏମ୍ଓଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟସେବା ନିର୍ଦ୍ଦେଶାଳୟ। ତେବେ କାହିଁକି ଏଭଳି ନିଷ୍ପତ୍ତି ନେଇଛି ସ୍ବାସ୍ଥ୍ୟ ବିଭାଗ।

undefined

injection

Advertisment

ଔଷଧ ଦୋକାନରେ ରୋଗୀଙ୍କୁ ଇଞ୍ଜେକ୍ସନ ଫୋଡ଼ିବା ମନା। ଧରାପଡ଼ିଲେ ଦୋକାନୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଏହି ମର୍ମରେ ସବୁ ସିଡିଏମ୍ଓଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟସେବା ନିର୍ଦ୍ଦେଶାଳୟ। ତେବେ କାହିଁକି ଏଭଳି ନିଷ୍ପତ୍ତି ନେଇଛି ସ୍ବାସ୍ଥ୍ୟ ବିଭାଗ।

Advertisment

ଘରୋଇ ଔଷଧ ଦୋକାନରେ ଫୋଡ଼ାଯାଇ ପାରିବନି ଇଞ୍ଜେକ୍ସନ। ଧରାପଡ଼ିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଏହି ମର୍ମରେ ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ଚିଠି ଲେଖିବା ପରେ ଆକ୍ସନ ମୋଡରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ଚିଠିରେ କୁହାଯାଇଛି, ଅଣତାଲିମପ୍ରାପ୍ତ ଓ ନନ୍ ପ୍ରାକ୍ଟିସନରମାନେ ରୋଗୀଙ୍କୁ ଇଞ୍ଜେକ୍ସନ ଫୋଡ଼ୁଥିବା ନେଇ ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ଆସୁଛି। ଏହି କାରଣରୁ କିଛି ମାମଲାରେ ରୋଗୀଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ କିଛି ସ୍ଥାନରେ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତି ରୋକିବାକୁ ନିୟମିତ ସମୟ ବ୍ୟବଧାନରେ ଘରୋଇ ମେଡିସିନ୍ ଷ୍ଟୋରଗୁଡ଼ିକର ଲାଇସେନ୍ସ ଅପ୍-ଟୁ-ଡେଟ୍ ଅଛି କି ନାହିଁ, ତାହା ଯାଞ୍ଚ ପାଇଁ ସବୁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେଫ୍ ଇଞ୍ଜେକ୍ସନ ପ୍ରାକ୍ଟିସ୍ ପାଇଁ ସ୍ବୀକୃତିପ୍ରାପ୍ତ ବ୍ୟକ୍ତିବିଶେଷ ହିଁ କେବଳ ଇଞ୍ଜେକସନ ଦେଇପାରିବେ ବୋଲି ଚିଠିରେ କୁହାଯାଇଛି। ଏନେଇ କେନ୍ଦ୍ରାପଡ଼ା ସିଡିଏମ୍ଓ କହିଛନ୍ତି, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶାଳୟର ଚିଠି ପରେ ଔଷଧ ଦୋକାନୀମାନଙ୍କୁ ମେସେଜ ଦେଇ ଅବଗତ କରାଯାଇଛି। ଏହା ଉପରେ ନଜର ରଖିବାକୁ ଗଠନ କରାଯାଇଛି ସ୍କ୍ବାର୍ଡ। ଅନ୍ୟପକ୍ଷରେ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଓ ଆଶା କର୍ମୀଙ୍କ ଜରିଆରେ ଜନସାଧାରଣଙ୍କୁ ମଧ୍ୟ ଏନେଇ ସଚେତନ କରାଯାଉଛି। ତେବେ ସ୍ବାସ୍ଥ୍ୟ ବିଭାଗର ଏଭଳି ନିଷ୍ପତ୍ତି ନେଇ ପ୍ରଶ୍ନ ଉଠାଇଛନ୍ତି ରୋଗୀ ଓ ସେମାନଙ୍କ ସଂପର୍କୀୟ।

Advertisment

ଏବେ ପ୍ରଶ୍ନ, ଔଷଧ ଦୋକାନରେ କାହିଁକି ଫୋଡ଼ାଯିବନି ଇଞ୍ଜେକ୍ସନ ? ଏହାଦ୍ବାରା କ’ଣ ଅସୁବିଧା ହେବ? ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଇଞ୍ଜେକ୍ସନ ଦେଉଥିବା ବ୍ୟକ୍ତି ତାଲିମପ୍ରାପ୍ତ ହୋଇଥିବା ଦରକାର। ଦ୍ବିତୀୟରେ କୌଣସି ବି ଇଞ୍ଜେକ୍ସନର ପାର୍ଶ୍ବ ପ୍ରତିକ୍ରିୟା କରିପାରେ। ଏପରିକି ତୁରନ୍ତ ପଦକ୍ଷେପ ନନେଲେ ରୋଗୀଙ୍କର ମୃତ୍ୟୁ ଆଶଙ୍କା ମଧ୍ୟ ରହିଛି। ଏଥିପାଇଁ ଇଞ୍ଜେକ୍ସନ ଦିଆଯାଉଥିବା ସ୍ଥାନରେ ଉପଯୁକ୍ତ ବ୍ୟବସ୍ଥା ରହିଥିବା ଦରକାର। ରାଜ୍ୟ ସରକାର ଔଷଧ ଦୋକାନରେ ଥିବା ଫାର୍ମାସିଷ୍ଟମାନଙ୍କୁ ଇଞ୍ଜେକ୍ସନର ପାର୍ଶ୍ବ ପ୍ରତିକ୍ରିୟା ନେଇ ତାଲିମ୍ ଦେଲେ, ହୁଏତ ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ରୋଗୀମାନେ ଏହାଦ୍ବାରା ଲାଭବାନ ହୋଇପାରିବେ।

ଏବେ ବି ରାଜ୍ୟର ଅନେକ ଅଞ୍ଚଳ ଅଛି, ଯେଉଁଠି ଚିକିତ୍ସା ସେବା ଅପହଞ୍ଚ। ଏଭଳି କ୍ଷେତ୍ରରେ ନିକଟସ୍ଥ ଔଷଧ ଦୋକାନ ଉପରେ ନିର୍ଭର କରୁଥିବା ରୋଗୀ ଆଗକୁ ଅଧିକ ହନ୍ତସନ୍ତ ହେବେନି ତ ?

Advertisment
Injection CDMO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ