• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାଲିଗୁଡ଼ା( ଅଜିତ୍ ନାୟକ ) : ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର ରୋକିବା ନିମନ୍ତେ ସରକାର ବିଭିନ୍ନ ସ୍ଥାନରେ ମା ଗୃହ ସ୍ଥାପନ କରିଛନ୍ତି । ବିଶେଷ କରି ଦୁର୍ଗମ ଗ୍ରାମାଞ୍ଚଳର ଗର୍ଭବତୀ ମହିଳାମାନେ କିଭଳି ସୁରକ୍ଷିତ ଭାବେ ପ୍ରସବ କରିବେ, ସେନେଇ ତାଙ୍କୁ ପ୍ରସବ ପୂର୍ବରୁ ମା ଗୃହରେ ରଖି ଆନୁଷଙ୍ଗିକ ସୁବିଧା ଯୋଗାଇ ଯୋଗାଇ ଦଆଯାଇଛି ।  ସେଠାରେ ଗର୍ଭବତୀଙ୍କୁ ରଖିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। ହେଲେ ଦାରିଙ୍ଗବାଡ଼ି ହସ୍ପିଟାଲ ପରିସରରେ ମା ଗୃହରେ ଆବଶ୍ୟକୀୟ ଶୌଚାଳୟ ନଥିବା ସହ ପାଣିର ଉପଯୁକ୍ତ ସୁବିଧା ନାହିଁ । ଫଳରେ ଗର୍ଭବତୀ ମହିଳା ମାନେ ବିଭିନ୍ନ ସମୟରେ ଅସୁରକ୍ଷିତ ଭାବେ ବାହାରକୁ ଶୌଚ କରିବାକୁ ଯାଉଛନ୍ତି ।

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ହସ୍ପିଟାଲ ପରିସରରେ ଥିବା ମା ଗୃହରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗର୍ଭବତୀ ମହିଳା ମାନେ ହାତରେ ବାଲଟି ଧରି ଅସୁରକ୍ଷିତ ଭାବେ ହସ୍ପିଟାଲ ବାହାରକୁ ଶୌଚ ହେବାକୁ ଯାଇଥାନ୍ତି । ଏହାକୁ ନେଇ ମା ଗୃହକୁ ଆସୁଥିବା ଗର୍ଭବତୀ ମହିଳା ମାନେ ଅସନ୍ତୋଷ ପ୍ରକାଶ କରିବା ସହ ସ୍ଥାନୀୟ ଲୋକେ ଉଦବେଗ ପ୍ରକାଶ କରିଛନ୍ତି । ମା ଗୃହରେ ଗୋଟିଏ ଶୌଚାଳୟ ରହିବା ସହ ବାଥରୁମର ପାଣି ଠିକ ଭାବେ ନିଷ୍କାସନ ହୋଇ ପାରୁନଥିବା ଗର୍ଭବତୀ ମହିଳା ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ମା ଗୃହ ପରିଚାଳନା ଦାୟିତ୍ୱ ନେଇଥିବା ବେସରକରୀ ସ୍ୱେଛାସେବୀ ସଂସ୍ଥା ଜାଗୃତିର ସମ୍ପାଦକ କୈଳାଶ ଦଣ୍ଡପାଟ ଏକଥାକୁ ସ୍ୱୀକାର କରିଛନ୍ତି । ମା ଗୃହରେ ପାଣି ସହ ଶୌଚାଳୟ ଅସୁବିଧା ଥିବା କଥାକୁ ମାନିଛନ୍ତି । ଅନ୍ୟପଟେ ଓଭରହେଡ ଟ୍ୟାଙ୍କ କାର୍ଯ୍ୟ ନିର୍ମାଣ ସରିବା ପରେ ଆଉ ପାଣିର ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now