Advertisment

ବ୍ୟାଡ୍‌ କୋଲେଷ୍ଟ୍ରୋଲ୍‌ ହ୍ରାସ କରିବାକୁ ଆସିବ ଟିକା, ଜାଣନ୍ତୁ କେତେ ରହିଛି ପ୍ରତି ଡୋଜ୍‌ର ମୂଲ୍ୟ...

ବୈଜ୍ଞାନିକମାନେ କହିଛନ୍ତି ଯେଉଁ ପ୍ରାଣୀମାନଙ୍କୁ ଆମେ ଏହି ଟିକା ଦେଇଥିଲୁ। ସେମାନଙ୍କ ପାଖରେ କୋଲେଷ୍ଟ୍ରୋଲ ସ୍ତରରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିବାର ଦେଖିବାକୁ ମିଳିଥିଲା। ସବୁଠୁ ବଡ଼ କଥା ହେଉଛି ଏହା ହୃଦଘାତର ଆଶଙ୍କା ମଧ୍ୟ ହ୍ରାସ କରିପାରେ।

ଅଦ୍ୟତନ ହୋଇଛି
Cholesterol Vaccine

Cholesterol Vaccine

Advertisment

କୋଲେଷ୍ଟ୍ରୋଲକୁ ସାଧାରଣତଃ କୁହାଯାଇଥିଏ ସାଇଲେଣ୍ଟ କିଲର । ଶରୀରରେ କୋଲେଷ୍ଟ୍ରୋଲ ବଢିବା କାରଣରୁ ବହୁତ ବଡ଼ କ୍ଷତି ହୋଇଥାଏ । ସାଧାରଣତଃ କୋଲେଷ୍ଟ୍ରୋଲ ଦୁଇ ପ୍ରକାରର ଥାଏ । ଗୋଟିଏ ହେଉଛି ଗୁଡ୍ କୋଲେଷ୍ଟ୍ରୋଲ ଅନ୍ୟଟି ହେଉଛି ବ୍ୟାଡ୍ କୋଲେଷ୍ଟ୍ରୋଲ । ଗୁଡ୍ କୋଲେଷ୍ଟ୍ରୋଲ ଆମର ବ୍ଲଡ୍ ଫ୍ଲୋ ଏବଂ କୋଶିକା ପାଇଁ ଉପକାରୀ ହୋଇଥାଏ । ସେହିଭଳି ବ୍ୟାଡ୍ କୋଲେଷ୍ଟ୍ରୋଲ ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। କାହିଁକି ନା ଏହା ଶରୀରର ରକ୍ତ କୋଶିକାରେ ଜମିଥାଏ ଏବଂ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି କରିଥାଏ। ଯେଉଁଥିପାଇଁ ହୃଦଘାତ ଓ ଷ୍ଟ୍ରୋକ୍‌ ଭଳି ସମସ୍ୟା ଦେଖାଯାଇଥାଏ। ତେବେ ସବୁଠାରୁ ବଡ଼ କଥା ହେଉଛି ବୈଜ୍ଞାନିକମାନେ ବ୍ୟାଡ୍‌ କିମ୍ବା LDL କୋଲେଷ୍ଟ୍ରୋଲକୁ ହ୍ରାସ୍‌ କରିବା ପାଇଁ ଏକ ନୂଆ ଟିକା ପ୍ରସ୍ତୁତ କରିଛନ୍ତି। ଯାହା ଆଗାମୀ ଦିନରେ ଗେମ୍‌ ଚେଞ୍ଜର ହୋଇପାରେ।

Advertisment

NPJ ଭ୍ୟାକ୍ସିନ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଦର୍ଶାଯାଇଛି ଯେ PCSK9 ଇନହିବିଟର ନାମକ ମହଙ୍ଗା ଔଷଧ LDL କୋଲେଷ୍ଟ୍ରୋଲକୁ ହ୍ରାସ୍‌ କରିବାରେ ଯେପରି କାମ କରେ ସେହିପରି ଏହି ନୂଆ ଟିକା ମଧ୍ୟ ବ୍ୟାଡ୍‌ କୋଲେଷ୍ଟ୍ରୋଲକୁ ହ୍ରାସ୍ କରିଥାଏ। ବୈଜ୍ଞାନିକମାନେ କହିଛନ୍ତି ଯେ ବର୍ତ୍ତମାନ ସମୟରେ କୋଲେଷ୍ଟ୍ରୋଲ ଚିକିତ୍ସା ଅତ୍ୟନ୍ତ ମହଙ୍ଗା ଏବଂ ସମସ୍ତ ଲୋକଙ୍କ ପାଇଁ ଉପଲବ୍ଧ ନୁହେଁ। ଏହି ଟିକା ତିଆରି କରିବାର ଉଦ୍ଦେଶ୍ୟ ହେଉଛି ଏହା କିପରି କମ୍‌ ମୂଲ୍ୟରେ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିବ।

ବୈଜ୍ଞାନିକମାନେ କହିଛନ୍ତି ଯେଉଁ ପ୍ରାଣୀମାନଙ୍କୁ ଆମେ ଏହି ଟିକା ଦେଇଥିଲୁ। ସେମାନଙ୍କ ପାଖରେ କୋଲେଷ୍ଟ୍ରୋଲ ସ୍ତରରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିବାର ଦେଖିବାକୁ ମିଳିଥିଲା। ସବୁଠୁ ବଡ଼ କଥା ହେଉଛି ଏହା ହୃଦଘାତର ଆଶଙ୍କା ମଧ୍ୟ ହ୍ରାସ କରିପାରେ। ଗତ ୧୦ ବର୍ଷ ମଧ୍ୟରେ ମୂଷା ଏବଂ ମାଙ୍କଡ଼ ଉପରେ କୋଲେଷ୍ଟ୍ରୋଲ ଟିକା ପରୀକ୍ଷା କରାଯାଇଥିଲା ଏବଂ ଏହାର ଫଳାଫଳ ମଧ୍ୟ ଭଲ ରହିଛି। ବର୍ତ୍ତମାନ ଏହି ଟିକା ମଣିଷ ଉପରେ ପରୀକ୍ଷା କରାଯିବ।

Advertisment

ଏହି ଟିକା ପ୍ରସ୍ତୁତ କରୁଥିବା ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ, ଏହି ଟିକା ପ୍ରତି ଡୋଜ୍‌ ୧୦୦ ଡଲାରରୁ ଶସ୍ତା ହୋଇପାରେ। କାରଣ ଏହା ସରଳ ଓ ଅପେକ୍ଷାକୃତ ଶସ୍ତା ବ୍ୟାକ୍ଟେରିଆରୁ ନିର୍ମିତ। ପ୍ରତ୍ୟେକ ଡୋଜ୍ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ମନୁଷ୍ୟ ଶରୀରରେ ରହିବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି ।

Vaccine Cholesterol Bad Cholesterol Level
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ