Never eat these foods with bitter gourd it can become toxic
କଲରା ହେଉଛି ଏମିତି ଏକ ପରିବା ଯାହା ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ। କଲରା ସିନା ସ୍ୱାଦରେ ପିତା କିନ୍ତୁ ଏହା ଖାଇବା ଦ୍ୱାରା କେବଳ ରକ୍ତ ପରିସ୍କାର ହୁଏ ନାହିଁ ବରଂ ଅନେକ ସ୍ୱାସ୍ଥ୍ୟ ଉପକାର ମଧ୍ୟ ମିଳେ। ମଧୁମେହ ପାଇଁ କଲରା ଏକ ରାମବଣ ଭଳି କାମ କରେ, କାରଣ ଏହା ସୁଗାର୍ ଲେବଲ୍କୁ ବଢିବାକୁ ଦିଏ ନାହିଁ।
କଲରାକୁ ଅନେକ ଉପାୟରେ ଖିଆ ଯାଇପାରେ। କିନ୍ତୁ ଏମିତି କିଛି ଜିନିଷ ଅଛି ଯାହା ସହିତ କଲରା ଖାଇବା ଅନୁଚିତ। କାରଣ ଏଥିରେ ଥିବା ପୋଷକ ତତ୍ତ୍ୱ ଏବଂ ସ୍ୱାଦ କିଛି ଜିନିଷ ସହିତ ମିଶିଲେ ନକରାତ୍ମକ ପ୍ରତିକ୍ରିୟା କରେ। ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ସହିତ କଲରା ଖାଇବା ଉଚିତ ନୁହେଁ।
ଅଧିକ ପଢ଼ନ୍ତୁ: ମେରୁଦଣ୍ଡ ଓ ଛାତିକୁ ମଜବୁତ କରିବାକୁ ଚାହାନ୍ତି କି… କରନ୍ତୁ ଏହି ୩ ଯୋଗ
- ମିଠା ଫଳଗୁଡିକ ସହିତ କେବେ ବି କଲରା ଖାଇବେ ନାହିଁ। ଏକ ରିପୋର୍ଟ ଅନୁଯାୟୀ ଆମ୍ବ, କଦଳୀ ଇତ୍ୟାଦି ମିଠା ଫଳ ଖାଇବା ବେଳେ କଲରା ଖାଇବା ଠାରୁ ଦୂରେଇ ରହିବା ଉଚିତ। ପିତା ଏବଂ ମିଠା ସ୍ୱାଦ ମିଶିଲେ ଏହା କେବଳ ଖାଦ୍ୟର ସ୍ୱାଦକୁ ନଷ୍ଟ କରେ ନାହିଁ ବରଂ ପେଟକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ।
- କଲରା ସହିତ କେବେ ବି କ୍ଷୀରଜାତୀୟ ଦ୍ରବ୍ୟ ଖାଇବା ଉଚିତ ନୁହେଁ। କ୍ଷୀର ସହିତ କଲରା ଖାଇବା ଦ୍ୱାରା କ୍ଷତିକାରକ ପ୍ରତିକ୍ରିୟା ସୃଷ୍ଟି କରିପାରେ। ଏହା ବ୍ୟତୀତ ଖାଦ୍ୟର ସ୍ୱାଦକୁ ମଧ୍ୟ ନଷ୍ଟ କରେ।
- କିଛି ଲୋକ କଲରାର ସ୍ୱାଦରେ ଉନ୍ନତି ଆଣିବା ପାଇଁ ମହୁ ମିଶାନ୍ତି ଯାହା ଦ୍ୱାରା ଏହାର ପିତା କମିଯାଏ। ଏହା କରିବା କିନ୍ତୁ ଭୁଲ। ମହୁ ମିଶାଇ କଦାପି କଲରା ରାନ୍ଧନ୍ତୁ ନାହିଁ। ଏହା ଶରୀରରେ ବିଷାକ୍ତ ପଦାର୍ଥ ସୃଷ୍ଟି କରିପାରେ।
- ଯେହେତୁ କଲରାର ସ୍ୱାଦ ପିତା, ସେଥିରେ ମସଲା ମିଶାନ୍ତୁ ନାହିଁ। କଲରା ରେସିପିରେ ଡାଲଚିନି, ମରିଚ ଗୁଣ୍ଡ, ଜାଇଫଳ, ଲବଙ୍ଗ ଭଳି କଠିନ ମସଲା ମିଶାନ୍ତୁ ନାହିଁ।
- ଅଧିକ ଅମ୍ଳଯୁକ୍ତ(ଖଟାଳିଆ) ପଦାର୍ଥ ଥିବା ଖାଦ୍ୟ ସହିତ କଲରା ମିଶାଇ ରାନ୍ଧିବା କିମ୍ବା ଖାଇବା ଉଚିତ ନୁହେଁ। ଉଦାହରଣ ସ୍ୱରୂପ, ଯଦି କଲରା ଟମାଟୋ ସହିତ ଖାଆନ୍ତି, ତେବେ ଏହାର ତିକ୍ତତା ଆହୁରି ତୀବ୍ର ହୋଇପାରେ। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବିପଦ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739199892.jpg)