Advertisment

Health Service: ନୂଆ ଡାକ୍ତରଖାନା କୋଠା ଭିତରେ ଲଟାବୁଦା ମାଡ଼ିଲାଣି, ନିର୍ମାଣକାରୀ ସଂସ୍ଥା ହସ୍ତାନ୍ତର ନକରି ଛୁ

ରାତି ହେଲେ ସେଠାରେ ଅସାମାଜିକ ଲୋକ ଙ୍କ ଆସର ଜମୁଥିବା ଅଭିଯୋଗ ଆସୁଛି l ଅନ୍ୟପଟେ ଲୋକେ ସ୍ୱାସ୍ଥ୍ୟ ସମସ୍ୟା ହେଲେ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା DHH ଉପରେ ନିର୍ଭର କରୁଛନ୍ତି l ଏହାକୁ ନେଇ ଲୋକ ଅସନ୍ତୋଷ ବ୍ୟକ୍ତ କରିବା ସହ ତୁରନ୍ତ ପ୍ରଶାସନିକ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ କୋଠା ଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ଦାବୀ କରିଛନ୍ତି..।

ଅଦ୍ୟତନ ହୋଇଛି
ଭାଙ୍ଗିବାକୁ ବସିଲାଣି ନୂଆ ଡାକ୍ତରଖାନା କୋଠା

ଭାଙ୍ଗିବାକୁ ବସିଲାଣି ନୂଆ ଡାକ୍ତରଖାନା କୋଠା

Advertisment

ସରକାରଙ୍କ ପକ୍ଷରୁ ସହଜ ସ୍ବାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ପାଣି ଭଳି ଟଙ୍କା ଖର୍ଚ୍ଚ କରାଯିବା ସହ ଭିତ୍ତିଭୂମି ବିକାଶ ପାଇଁ ମଧ୍ୟ ବିପୁଳ ଅନୁଦାନ ଯୋଗାଇ ଦିଆଯାଉଛି l ତେବେ, ପରିତାପର ବିଷୟ ଅନୁଦାନ ବିନିଯୋଗ ଦାୟିତ୍ବରେ ରହିଥ‌ିବା ସରକାରୀ ବାବୁଙ୍କ ଅବହେଳା ଓ ଦାୟିତ୍ବହୀନତା ଯୋଗୁଁ ଭିତ୍ତିଭୂମି ବିକାଶ ପାଇଁ ବିନିଯୋଗ ହେଉଥ‌ିବା ଟଙ୍କା ପାଣିରେ ପଡୁଥ‌ିବା ବେଳେ ବ୍ୟବହାର ପୂର୍ବରୁ ଏସବୁ ଭୂତକୋଠି ଓ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଉଛି। ଯାହାଫଳରେ ଫସର ଫାଟିଯାଉଛି ସରକାରଙ୍କ ଲୋକାଭିମୁଖୀ ଯୋଜନା l ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ବାବଦରେ ଆସୁଥିବା ଅନୁଦାନ କେବଳ ଯନ୍ତ୍ରୀ ଓ ଠିକାଦାରଙ୍କ ବିକାଶ ପାଇ ଲାଗୁଥ‌ିବା ଅଭିଯୋଗ ହେଉଛି l କୋଟି କୋଟି ଟଙ୍କାରେ ନବନିର୍ମିତ କୋଠା ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ହେବା ପୂର୍ବରୁ ଖତ ଖାଉଥ‌ିବା ଦେଖିବାକୁ ମିଳିଛି l ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ବିକାଶର ଏଭଳି ବିକଳ ଚିତ୍ର ସାମନାକୁ ଆସିଛି ନବରଙ୍ଗପୁର ଜିଲ୍ଲାରୁ... ଆସନ୍ତୁ ଦେଖିବା ନବରଙ୍ଗପୁର ଜିଲ୍ଲାରୁ ଏହି ରିପୋର୍ଟ...।

Advertisment

ଗ୍ରାମଞ୍ଚଳରେ ସ୍ବାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ ସରକାର "ସ୍ବାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର" ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଗତ 2012/13 ଠାରୁ 2020/21 ଆର୍ଥିକ ବର୍ଷ ମଧ୍ୟରେ ନବରଙ୍ଗପୁର ଜିଲ୍ଲାରେ 17ଟି ନୂତନ ସ୍ବାସ୍ଥ୍ୟ ଓ ଆରୋଗ୍ୟ ଉପ କେନ୍ଦ୍ର ( ଆୟୁଷ୍ଠାନ ଆରୋଗ୍ୟ ମନ୍ଦିର) କୋଠା ନିର୍ମାଣ ପରେ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ହୋଇପାରୁନାହିଁ l ଯାହାଫଳରେ କାମରେ ଲାଗିବା ଆଗରୁ ନୂଆ କୋଠା ଗୁଡିକ ଭୂତକୋଠି ଓ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିବା ସହ କବାଟ,ଝରକା ଓ ବାଉଣ୍ଡ୍ରି କାନ୍ଥର ଇଟା ସହ ପଥର ଚୋରି ହୋଇଥିବା ଦେଖିବାକୁ ମିଳୁଛି l ଜିଲ୍ଲାରେ ନବନିର୍ମିତ 17 ଗୋଟି “ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର “ ନିର୍ମାଣରେ 3 କୋଟି 92 ଲକ୍ଷ 50 ହଜାର ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଦିନଟିଏ କାମରେ ଲାଗିପାରି ନାହିଁ ଗୋଟିଏ ବି ନୂତନ କେନ୍ଦ୍ର.. ଯାହାକୁ ନେଇଁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି..

ଏଠି ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଚୋଟାହାଣ୍ଡି ନବନିର୍ମିତ ସ୍ଵାସ୍ଥ୍ୟ ଓ ଆରୋଗ୍ୟ ଉପ କେନ୍ଦ୍ର କଥା ନକହିବା ଭଲ।.. ସରକାରଙ୍କ ପକ୍ଷରୁ 2014/15 ମସିହାରେ ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ପକ୍ଷରୁ 25 ଲକ୍ଷ ବିନିଯୋଗରେ ଏକ ନିଛାଟିଆ ଜଙ୍ଗଲ ପାଖରେ ଏହା ନିର୍ମାଣ ହୋଇଛି l ତେବେ, କୋଠା ଟିକୁ ଉକ୍ତ ବିଭାଗ ପକ୍ଷରୁ ବର୍ତମାନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯାଇନଥିବାରୁ ଉକ୍ତ କୋଠା ବର୍ତମାନ ଭୁତକୋଠି ପାଲଟିବା ସହ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି... । ଅନ୍ୟପଟେ ନିର୍ମିତ ହୋଇଥିବା ପାଚେରୀ କାନ୍ଥକୁ ଚୋର ଭାଙ୍ଗି ଇଟା ଓ ପଥର ନେଇଯାଇଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ଗାଁ ମଧ୍ୟ ଭାଗରେ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରଟି ଟିଣ ଛପର ଘର ହୋଇଥିବା ସହ ବିପଦସଂକୁଳ ଅବସ୍ଥାରେ ଥିବାରୁ ସେଠାକୁ ସରକାରୀ କର୍ମଚାରୀ ଆସୁନଥିବା ବେଳେ ଗ୍ରାମବାସୀ ସ୍ୱାସ୍ଥ୍ୟ ସମସ୍ୟା ହେଲେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି..।

Advertisment

ସେହିଭଳି ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ କୁକୁଡ଼ାବାଇ ଗ୍ରାମ ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପ କେନ୍ଦ୍ରକୁ ପଞ୍ଚାୟତରାଜ ବିଭାଗ 2020/21 ମସିହାରେ 7ଲକ୍ଷ ଟଙ୍କା ବ୍ୟୟ କରି ନିର୍ମାଣ କରିଛନ୍ତି l କିନ୍ତୁ, ଏହା ମଧ୍ୟ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯାଇନଥିବାରୁ ବର୍ତମାନ ସେଠାରେ କୌଣସି ବ୍ୟକ୍ତି ମାଡିବସି ସିମେଣ୍ଟ, ରଡ଼ ରଖି ଗୋଦାମ କରିଥିବା ଦେଖିବାକୁ ମିଳିଛି l ରାତି ହେଲେ ସେଠାରେ ଅସାମାଜିକ ଲୋକଙ୍କ ଆସର ଜମୁଥିବା ଅଭିଯୋଗ ଆସୁଛି l ଅନ୍ୟପଟେ ଲୋକେ ସ୍ୱାସ୍ଥ୍ୟ ସମସ୍ୟା ହେଲେ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା DHH ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳୁଛି l ଏହାକୁ ନେଇ ଲୋକ ଅସନ୍ତୋଷ ବ୍ୟକ୍ତ କରିବା ସହ ତୁରନ୍ତ ପ୍ରଶାସନିକ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ କୋଠା ଗୁଡିକ କାର୍ଯ୍ୟକ୍ଷମ କରିବାକୁ ଦାବୀ କରିଛନ୍ତି..

ନବରଙ୍ଗପୁର ଜିଲ୍ଲାରେ ସମୁଦାୟ 268 ଟି ସ୍ବାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ନିର୍ମାଣ କରାଯାଇଥିବା ବେଳେ 169 ଟି ଉପକେନ୍ଦ୍ର ଚାଲୁରହିଛି.. ତେବେ, ବଳକା 99 ଟି ଉପକେନ୍ଦ୍ର ମଧ୍ୟରୁ 17 ଟି ଉପକେନ୍ଦ୍ର ବର୍ତମାନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯାଇନଥିବା ଅଭିଯୋଗ ଆସିଛି l ସ୍ୱାସ୍ଥ୍ୟ ବିଭାଗ ଅନୁଦାନରେ ନବରଙ୍ଗପୁର "ଗ୍ରାମ୍ୟ ନିର୍ମାଣ ବିଭାଜନ" 2014/15 ଆର୍ଥିକ ବର୍ଷରେ 11 ଟି "ସ୍ବାସ୍ଥ୍ୟ ଓ ଆରୋଗ୍ୟ" ଉପକେନ୍ଦ୍ର ପାଇଁ 2 କୋଟି 74 ଲକ୍ଷ 50 ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ ପଞ୍ଚାୟତିରାଜ ବିଭାଗ 2020/21 ଆର୍ଥିକ ବର୍ଷରେ 6 ଟି କେନ୍ଦ୍ର ନିର୍ମାଣରେ ଖର୍ଚ୍ଚ କରିଛି 1 କୋଟି 18 ଲକ୍ଷ ଟଙ୍କା ଖର୍ଚ୍ଚ କରିଛି l

Advertisment

ନବରଙ୍ଗପୁର ବ୍ଲକ ର 4ଟି ଉପକେନ୍ଦ୍ର, ତେନ୍ତୁଳୀଖୁଣ୍ଟି ବ୍ଲକ ରେ 2 ଟି, ପାପଡାହାଣ୍ଡି ବ୍ଲକ ରେ 5 ଟି, କୋଷାଗୁମୁଡା ବ୍ଲକ ରେ 3 ଟି ଓ ଡାବୁଗାଁ, ରାଇଘର ଏବଂ ଚନ୍ଦାହାଣ୍ଡି ବ୍ଲକରେ ଗୋଟିଏ ଲେଖାଏଁ ଉପସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ସରିବା ପରେ ମଧ୍ୟ ଅଦ୍ୟାବଧି (17ଗୋଟି ) ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ l ଫଳରେ ବର୍ଷ ବର୍ଷ ଧରି ନୂଆ କୋଠା ପାଲଟିଛି ଭୂତକୋଠି l ଚାରିଆଡ଼େ ଅନାବନା ଗଛ ବୁଦାରେ ପୋତି ହୋଇଯାଇଛି ସ୍ବାସ୍ଥ୍ୟ ଉପକେନ୍ଦ୍ର..। ଏମିତି ଦୟନୀୟ ଅବସ୍ଥାରେ ପଡିରହିଥିବା 17 ଟି ନବନିର୍ମିତ ସ୍ଵାସ୍ଥ୍ୟ ଉପକେନ୍ଦ୍ର ଉପରେ ସ୍ବାସ୍ଥ୍ୟ ବିଭାଗର ଅନେକ ସମୀକ୍ଷା କରାଯାଉଥିଲେ ମଧ୍ୟ ଦୀର୍ଘବର୍ଷ ହେବ ହସ୍ତାନ୍ତର ହେଉ ନଥ‌ିବାରୁ ଉତ୍ତମ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳବାସୀ..। ଏହାକୁ ନେଇ ଲୋକେ “ସରକାର କା ମାଲ ଦରିୟା ମେ ଡାଲ “ ବୋଲି କହିବା ଆରମ୍ଭ କଲେଣି l

ଅନ୍ୟପଟେ ନବରଙ୍ଗପୁର CDMO ସନ୍ତୋଷ କୁମାର ପଣ୍ଡା ଏହାକୁ ନେଇଁ ତୁରନ୍ତ ସମୀକ୍ଷା କରାଯିବା ସହ ତୁରନ୍ତ କୋଠା ଗୁଡିକ କାର୍ଯ୍ୟକ୍ଷମ କରିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି l

Nabarangpur Poor Health System Civil Contractor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ