Mysterious haemorrhage fever hits in Balasore
ବ୍ୟାପୁଛି ମସ୍ତିଷ୍କ ଜ୍ୱର ! ବାଲେଶ୍ୱର ଜିଲ୍ଲା ସୋର ପୁରୁବାଇ କନ୍ୟାଶ୍ରମର ଛାତ୍ରୀଙ୍କୁ ହୋଇଛି ମସ୍ତିଷ୍କ ପ୍ରଦାହ ଅର୍ଥାତ୍ ମସ୍ତିଷ୍କ ଜ୍ୱର। କନ୍ୟାଶ୍ରମର ୨୬ ଜଣ ଅନ୍ତେବାସିନୀଙ୍କ ମଧ୍ୟରୁ ୫ ଜଣଙ୍କ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ୍ ଥିବାବେଳେ ୫ ଜଣ ମସ୍ତିଷ୍କ ଜ୍ୱରରେ ପୀଡ଼ିତ ହୋଇଛନ୍ତି।
ଅନ୍ୟପକ୍ଷେ, ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନା ତତ୍ପରତା ପ୍ରକାଶ କରିଛି। ମସ୍ତିଷ୍କ ଜ୍ୱରରେ ପୀଡ଼ିତ ଥିବା ୫ ଜଣ ଛାତ୍ରୀଙ୍କ ସମେତ ଅନ୍ୟ ଦୁଇ ଛାତ୍ରୀଙ୍କୁ ମିଶାଇ ମୋଟ ୭ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ସାଧାରଣତଃ ଏହା ଘୁଷୁରୀ ଓ ମଶା ଦ୍ୱାରା ବ୍ୟାପୁ ଥିବାରୁ ସେନେଇ ବି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
କନ୍ୟାଶ୍ରମର ଆଖପାଖ ଅଞ୍ଚଳରେ ଘୁଷୁରୀ ରହୁଛନ୍ତି କି ନାହିଁ ସେ ନେଇ ବି ଯାଞ୍ଚ ଚାଲିଛିା ଗତକାଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଘଟଣାସ୍ଥଳକୁ ଯାଇ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ସୂଚନାଥାଉ କି, ଗତ ଶୁକ୍ରବାର ଦିନ କନ୍ୟାଶ୍ରମରେ କିଛି ଛାତ୍ରୀ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ଜଣକ ପରେ ଜଣେ ବାନ୍ତି କରିବା ଯୋଗୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ଜାଣନ୍ତୁ, ମସ୍ତିଷ୍କ ଜ୍ୱରର ଲକ୍ଷଣ...
- ମସ୍ତିଷ୍କ ଜ୍ୱର ହେଲେ ଥଣ୍ଡା, ସର୍ଦ୍ଦି ସହ ମୁଣ୍ଡବିନ୍ଧା ହୋଇଥାଏ।
- ମାନ୍ଦା ଲାଗିବା ସହ ହାଲିଆ ଲାଗିପାରେ
- ଏପରିକି ଛୋଟ ଶିଶୁ କୋମା ଅବସ୍ଥାକୁ ଚାଲି ଯାଇପାରନ୍ତି
- ଆକ୍ରାନ୍ତଙ୍କ ପାଖରେ ଏନକେଫାଲାଇଟିସ୍ ସିଣ୍ଡ୍ରୋମ୍ ପରି ଲକ୍ଷଣ ରହିପାରେ
- ଘର ଓ ଏହାର ଆଖପାଖ ଅଞ୍ଚଳକୁ ପରିଷ୍କାର, ପରିଚ୍ଛନ୍ନ ରଖନ୍ତୁ। ନଚେତ୍ ଏହି ଜ୍ୱର ବ୍ୟାପିବାର ସମ୍ଭାବନା ରହିଛି
- ଘର ପାଖରେ ଯଦି ଘୁଷୁରୀ କିମ୍ବା ମଶାଙ୍କ ପ୍ରାଦୃଭାବ ଥାଏ ତା’ହେଲେ ମସ୍ତିଷ୍କ ଜ୍ୱର ଅଧିକ ବ୍ୟାପିଥାଏ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/d_1676869733.jpg)