Advertisment

ଏକାଥରକେ ୪ ଛୁଆଙ୍କୁ ଜନ୍ମ ଦେଲେ ମା', ମାମୁ ହେଲେ ସବ୍ୟ !

ଓଡ଼ିଶାରେ ଘଟିଲା ଭାରତୀୟ ଚିକିତ୍ସା ଇତିହାସର ଏକ ବିରଳ ମୁହୂର୍ତ୍ତ। ଏକାଥରେ ଜନ୍ମନେଲେ ୪ଟି ଲକ୍ଷ୍ମୀ ଆଉ ମୁଁ ହେଲି ମାମୁଁ । କିଛି ଦିନ ତଳେ ଭଂଜନଗର ଅଞ୍ଚଳର ଜଣେ ମହିଳା ଗର୍ଭବତୀ ଥିଲେ କିନ୍ତୁ ତାଙ୍କର ଗର୍ଭାଶୟରେ ୪ଟି ଶିଶୁ ଥିବା ଜଣାପଡିଥିଲା।

ଅଦ୍ୟତନ ହୋଇଛି
ଏକାଥରକେ ୪ ଛୁଆଙ୍କୁ ଜନ୍ମ ଦେଲେ ମା', ମାମୁ ହେଲେ ସବ୍ୟ !

Four Baby Birth

Advertisment

କଟକ(ପ୍ରଭାତ ବିଶୋୟୀ): ଏକାଥରକେ ୪ ଛୁଆଙ୍କୁ ଜନ୍ମ ଦେଇଛି ମା'। ଏଭଳି ଏକ ବିରଳ ଘଟଣା ଘଟିଛି କଟକ ବଡ଼ ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ। ତେବେ ଉଭୟ ମା ଓ ଛୁଆମାନଙ୍କ ଅବସ୍ଥା ଗୁରୁତର ରହିଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଜଣେ ପ୍ରସୂତି ବୁଧବାର ଦିନ ଏସସିବି ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ। ଶନିବାର ଦିନ ଯନ୍ତ୍ରଣା ହେବାରୁ ବିନା ଅସ୍ତ୍ରୋପଚାରରେ ୪ ଟି କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ତେବେ ସମୟ ପୂର୍ବରୁ ପ୍ରସବ ହୋଇଥିବାରୁ ନବଜାତଙ୍କ ଓଜନ ୧ କିଲୋରୁ କମ୍ ରହିଛି।

Advertisment

ମା ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସେପଟେ ଛୁଆମାନଙ୍କୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି। ଶିଶୁ ଭବନର ଏସ୍ଏନସିୟୁ(SNCU)ରେ ଭର୍ତ୍ତି କରାଯାଇଛି।

ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର

ସେପଟେ ୪ ଛୁଆଙ୍କ ଜନ୍ମ ପରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ସେ ଲେଖିଛନ୍ତି ଯେ ଓଡ଼ିଶାରେ ଘଟିଲା ଭାରତୀୟ ଚିକିତ୍ସା ଇତିହାସର ଏକ ବିରଳ ମୁହୂର୍ତ୍ତ। ଏକାଥରେ ଜନ୍ମନେଲେ ୪ଟି ଲକ୍ଷ୍ମୀ ଆଉ ମୁଁ ହେଲି ମାମୁଁ । କିଛି ଦିନ ତଳେ ଭଂଜନଗର ଅଞ୍ଚଳର ଜଣେ ମହିଳା ଗର୍ଭବତୀ ଥିଲେ କିନ୍ତୁ ତାଙ୍କର ଗର୍ଭାଶୟରେ ୪ଟି ଶିଶୁ ଥିବା ଜଣାପଡିଥିଲା।

Advertisment

ତେବେ ମହିଳା ଜଣଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ମୋ ତରଫରୁ ଏକ ପ୍ରଇଭେଟ୍ ଆମ୍ବୁଲାନ୍ସ ଯୋଗାଇ ଦେଇଥିଲୁ। ଏହା ସହ ତାଙ୍କର ଉତ୍ତମ ଚିକିତ୍ସା ନିମନ୍ତେ SCB ମେଡିକାଲରେ ଏକ ଡାକ୍ତରୀ ଟିମ୍‌ ନିୟୋଜିତ ହୋଇଥିଲେ। ମହିଳା ଜଣଙ୍କୁ ଅତି ଗୁରୁତର ରହିଥିଲେ ବି ବିଭିନ୍ନ ବିଭାଗର ଦକ୍ଷ ଡାକ୍ତରଙ୍କ ବିରଳ ଚିକିତ୍ସା ଯୋଗେ ୫ଟି ଜୀବନ ରକ୍ଷା ପାଇଯାଇଥିବା ସେ ଉଲ୍ଲେଖ କରିଛନ୍ତି।

ମା' ଓ ୪ ଜନ୍ମିତ ଛୁଆ ସୁସ୍ଥ ହୋଇ ଘରକୁ ଫେରିବେ, ଏନେଇ ସେ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଅର୍ଚ୍ଚିତା ଓ ସବ୍ୟ ଦୁହେଁ ଭିଡିଓ କଲିଂରେ ମା ଓ ୪ ଜନ୍ମିତ ଛୁଆଙ୍କୁ ଦେଖିବା ସହ ଡାକ୍ତର ଟିମ୍‌କୁ ଶୁଭେଚ୍ଛା ଜଣାଇଥିବା ସୋସିଆଲ ମିଡିଆରୁ ଜଣାପଡ଼ିଛି। ଏଥିପାଇଁ ସବ୍ୟଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଥିବା ବେଳେ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି।  

Advertisment
Sabyasachi Mishra Archita Sahu Odisha News SCB Medical
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ