Advertisment

ଚିନ୍ତା ବଢାଉଛି ଆଣ୍ଟିବାୟୋଟିକ୍ସର ଅପବ୍ୟବହାର, କେନ୍ଦ୍ରର ନିର୍ଦ୍ଦେଶ ପରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ତତ୍ପରତା

ସାବଧାନ! ମହଙ୍ଗା ପଡ଼ିବ ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ବିକ୍ରି । ଧରାପଡ଼ିଲେ, ଆଇନ ଅନୁସାରେ ଦଣ୍ଡିତ ହେବେ। ମେଡିସିନ୍ ଷ୍ଟୋର ଲାଇସେନ୍ସ ବି ରଦ୍ଦ ହୋଇପାରେ।

undefined

reason for prescribing antibiotics

Advertisment

ଚିନ୍ତା ବଢ଼ାଇଲାଣି 'ଆଣ୍ଟିବାୟୋଟିକ୍' ବ୍ୟବହାର। ସାରା ବିଶ୍ୱ ପାଇଁ ପାଲଟିଲାଣି ସବୁଠୁ ବଡ଼ ଜନସ୍ୱାସ୍ଥ୍ୟ ବିପଦ। ଏହାକୁ ନଜରରେ ରଖି ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ଲେଖିବାର କାରଣ ଦର୍ଶାଇବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏପଟେ ଔଷଧ ଦୋକାନୀଙ୍କୁ କଡ଼ା ଚେତାବନୀ ଦେଇ ରାଜ୍ୟ ଡ୍ରଗସ୍ କଣ୍ଟ୍ରୋଲର କହିଛନ୍ତି, ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ ବିକୁଥିଲେ, ନିଆଯିବ କାର୍ଯ୍ୟାନୁଷ୍ଠାନ। ଦରକାର ପଡ଼ିଲେ ଲାଇସେନ୍ସ ବି ରଦ୍ଦ କରାଯିବ।

Advertisment

ସାବଧାନ! ମହଙ୍ଗା ପଡ଼ିବ ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ବିକ୍ରି । ଧରାପଡ଼ିଲେ, ଆଇନ ଅନୁସାରେ ଦଣ୍ଡିତ ହେବେ। ମେଡିସିନ୍ ଷ୍ଟୋର ଲାଇସେନ୍ସ ବି ରଦ୍ଦ ହୋଇପାରେ। ଆଣ୍ଟିବାୟୋଟିକ୍ ବହୁଳ ବ୍ୟବହାରକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଔଷଧ ଦୋକାନୀଙ୍କୁ ଆଜି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ଏଭଳି କଡ଼ା ଚେତାବନୀ ଦେଇଛନ୍ତି। ଡ୍ରଗ୍ସ କଣ୍ଟ୍ରୋଲର କହିଛନ୍ତି, ଡ୍ରଗ୍ସ ଆଣ୍ଡ କସମେଟିକ୍ ଆକ୍ଟ ଅନୁଯାୟୀ, ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ବିକ୍ରି ସମ୍ପୂର୍ଣ୍ଣ ନିଷେଧ ।

ଯଦି କୌଣସି ଔଷଧ ଦୋକାନୀ ନିୟମକୁ ଉଲ୍ଲଂଘନ କରି ବିନା ଡାକ୍ତରୀ ଚିଠାରେ ଆଣ୍ଟିବାୟୋଟିକ୍ ଦେଉଥିବା ଧରାପଡ଼ିବେ, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଯିବ। ନୋଟିସର ଜବାବ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ । ଦରକାର ପଡ଼ିଲେ ସେମାନଙ୍କ ଖୁଚୁରା ଔଷଧ ବିକ୍ରୟ ଲାଇସେନ୍ସ ବି ରଦ୍ଦ ହେବ। ଏପଟେ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ କହିଛି, ଏ ସମ୍ପର୍କରେ ଆମେ ସଚେତନ ଅଛୁ। ହେଲେ କୋଭିଡ୍ ସମୟରୁ ରାଜ୍ୟରେ ଆଣ୍ଟିବାୟୋଟିକ ବ୍ୟବହାର ବଢ଼ିଛି। କିନ୍ତୁ ବିନା ଡାକ୍ତରୀ ଚିଠାରେ ଆଣ୍ଟିବାୟୋଟିକ୍ ନ ଦେବାକୁ ଆମେ ସମସ୍ତଙ୍କ ଔଷଧ ଦୋକାନୀଙ୍କୁ ଅନୁରୋଧ କରୁଛୁ।

Advertisment

ଦେଶରେ ବଢ଼ିଚାଲିଥିବା ଆଣ୍ଟିବାୟୋଟିକ୍ ବ୍ୟବହାରକୁ ନେଇ ଚିନ୍ତାରେ କେନ୍ଦ୍ର ସରକାର। ଏଥିରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ଡାକ୍ତରୀ ଚିଠାରେ ଆଣ୍ଟିବାୟୋଟିକ ଲେଖିଲେ, କାହିଁକି ଲେଖିଛନ୍ତି ତାହାର କାରଣ ଲେଖିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ- DGHS । କହିଛି, ଆଣ୍ଟିମାଇକ୍ରୋବାୟାଲ ରେଜିଷ୍ଟାନ୍ସ ଏବେ ସାରା ବିଶ୍ୱ ପାଇଁ ସବୁଠୁ ବଡ଼ ଜନସ୍ୱାସ୍ଥ୍ୟ ବିପଦ ପାଲଟିଛି । ଏହା ଯୋଗୁ ୨୦୧୯ରେ ସାରା ବିଶ୍ୱରେ ସିଧାସଳଖ ୧୨ ଲକ୍ଷ ୭୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଏମିତିକି ଔଷଧ ପ୍ରତିରୋଧକ ସଂକ୍ରମଣ ଯୋଗୁ ୪୪ ଲକ୍ଷ ୫୦ ହଜାର ଲୋକଙ୍କ ଜୀବନ ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଆଣ୍ଟିବାୟୋଟିକ ବହୁଳ ବ୍ୟବହାର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମାଇଦିଏ । ଫଳରେ ପରବର୍ତ୍ତୀ ସମୟରେ ରୋଗ ହେଲେ, ଏହା ଆଉ କାମ କରିବ ନାହିଁ। ତେଣୁ ଏବେଠାରୁ ଏହାର ଯୁକ୍ତିସଙ୍ଗତ ବ୍ୟବହାରକୁ ଗୁରୁତ୍ୱ ଦେବାର ସମୟ ଆସିଛି।

India Doctors Antibiotics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ