ସୌନ୍ଦର୍ଯ୍ୟତା ବୃଦ୍ଧି କରେ ପୋଦିନା ପେଷ୍ଟ, ତ୍ୱଚାରେ ଆଣିଦିଏ ଚମକ୍‌

ପ୍ରକୃତି ଏମିତି କିଛି ଗଛଲତା ସୃଷ୍ଟି କରିଛି ଯାହାର ଔଷଧିୟ ଗୁଣ ଅନେକ । ସ୍ୱାସ୍ଥ୍ୟ ସୁରକ୍ଷା ସହ ସୌନ୍ଦର୍ଯ୍ୟ ରକ୍ଷାର ଅନେକ ଉପଚାର ପ୍ରକୃତିର ସୃଷ୍ଟିର ସହଜ ସୁନ୍ଦର । ସେହିପରି ଏକ ପତ୍ପୋର ହେଉଛି ପୋଦିନା ପତ୍ର । ଏହା ସ୍ୱାସ୍ଥ୍ୟ ଠାରୁ ସୌନ୍ଦର୍ଯ୍ୟ ବା ସୁନ୍ଦରତା ପାଇଁ ବହୁତ ଲାଭଦାୟକ ଅଟେ ।

Mint paste for beauty

News Summary

ବ୍ରଣ ସମସ୍ୟାକୁ ଦୂର କରେ ପୋଦିନା ପେଷ୍ଟ

ଡାର୍କ ସର୍କଲ ସମସ୍ୟା ଦୂର କରେ ପୋଦିନା ରସ

ପୋଦିନା ବ୍ୟବହାର କରିବା ଦ୍ୱାରା ତ୍ୱଚ୍ଚା ଉଜ୍ଜଳ ହୋଇଥାଏ, କିନ୍ତୁ ଏ ବିଷୟରେ ବହୁତ କମ୍ ଲୋକ ଜାଣିଥାନ୍ତି । ଏବେ ଚାଲନ୍ତୁ ଜାଣିବା ପୋଦିନାର ବ୍ୟୁଟି ସିକ୍ରେଟ୍ ବିଷୟରେ ।

ପୋଦିନାରୁ ମିଳୁଥିବା ଉପକାରୀ ତତ୍ତ୍ୱ:

ପୋଦିନାରୁ ଫାଇବର ମିଳିଥାଏ । ଭିଟାମିନ-ଏ ବ୍ୟତୀତ ଏଥିରେ ଆଇରନର ମାତ୍ରା ରହିଥାଏ । ପୋଦିନା ମୁଖ୍ୟ ରୂପରେ ଏକ ଆଣ୍ଟିଅକ୍ସିଡେଣ୍ଟ ଏବଂ ଏଥିରେ ଭରପୁର ରହିଛି ଭିଟାମିନ –ଏ । ଯାହାଫଳରେ ସ୍କିନ ପାଇଁ ବହୁତ ଫାଇଦ ମିଳିଥାଏ ।

ରଙ୍ଗକୁ ଉଜ୍ଜଳ କରିଥାଏ:

ପୋଦିନାରୁ ଆଣ୍ଟିଅକ୍ସିଡେଣ୍ଟ ସ୍କିନ୍ ପାଇଁ ବହୁତ ଲାଭଦାୟକ। ଏହାକୁ ସପ୍ତାହରେ ୨ ଥର ମୁହଁରେ ଫେସ୍ ମାସ୍କ କରି ବ୍ୟବହାର କରିପାରିବେ । ଏହାକୁ ବ୍ୟବହାର କରିବା ଦ୍ବାରା ମୁହଁ ରଙ୍ଗକୁ ଉଜ୍ଜଳ କରିଥାଏ । ଯଦି ମୁହଁରେ କୌଣସି ପ୍ରକାରର ଦାଗର ସମସ୍ୟା ଦେଖାଯାଏ ତାହାଲେ ପୋଦିନା ରସକୁ ଦହିରେ କିମ୍ବା ଅଟାରେ ମିଶାଇ ଲଗାନ୍ତୁ ।

ବ୍ରଣ ସମସ୍ୟାକୁ ଦୂର କରେ:

ଯଦି ମୁହଁରେ କୌଣସି ବ୍ରଣ ସମସ୍ୟା ଦେଖାଯାଏ, ତାହାଲେ ପ୍ରତିଦିନ ପୋଦିନାକୁ ବ୍ୟବହାର କରି ପାରିବେ । ତେବେ ପୋଦିନା ରସକୁ ନଡିଆ ତେଲରେ ପକାଇ ଯେଉଁଠି ବ୍ରଣ ହୋଇଛି ସେଠାରେ ଲଗାନ୍ତୁ । ଏହିପରି ଭାବେ ପ୍ରତିଦିନ ବ୍ୟବହାର କରିବା ଦ୍ୱାରା କିଛି ଦିନରେ ବ୍ରଣ ସମସ୍ୟା ଦୂର ହୋଇଯିବ । ଏହା ସହ ଦାଗ ଗୁଡିକ ମଧ୍ୟ ଚାଲିଯିବ ।

ଆଣ୍ଟି ଏଜିଂ:

ଯଦି ବୟସ ବଢିବା ସହ ଚର୍ମ ସମସ୍ୟା ଦେଖାଦିଏ ତାହାଲେ ପୋଦିନା ରସକୁ ବ୍ୟବହାର କରନ୍ତୁ । ଏହାକୁ ବ୍ୟବହାର କରିବା ଦ୍ୱାରା ଚର୍ମ ଜାତୀୟ ସମସ୍ୟା ଦୂର ହୋଇଥାଏ ।

ଡାର୍କ ସର୍କଲ:

ଏମିତିରେ ଅନେକ ମହିଳାମାନଙ୍କର ମୁହଁରେ ଡାର୍କ ସର୍କଲ ହୋଇଥାଏ । ଏଥିପାଇଁ ଘରେ ବସି ସବୁଠାରୁ ସହଜ ଉପାୟ ଆପଣାଇ ପାରିବେ । ଡାର୍କ ସର୍କଲ ହୋଇଥିଲେ ରାତିରେ ଶୋଇବା ବେଳେ ପୋଦିନା ରସକୁ ଲଗାଇ ୧୦ରୁ୧୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଏହା ପରେ ଧୋଇ ଦିଅନ୍ତୁ ।