Advertisment

ବ୍ରଣ ଓ କଳା ଦାଗ ପାଇଁ ଚିନ୍ତିତ କି ? ଲଗାନ୍ତୁ ଏହି ପତ୍ରର ଫେସ୍ ପ୍ୟାକ୍

ସୁନ୍ଦର ତ୍ୱଚ୍ଚା ପାଇବା ପାଇଁ ସମସ୍ତେ ଚିନ୍ତିତ ଥାନ୍ତି । ସେଥିପାଇଁ ପ୍ରାୟ ଲୋକ ବିଭିନ୍ନ କ୍ରିମ୍ ବ୍ୟବହାର କରିଥାନ୍ତି । କିନ୍ତୁ ଘରୋଇ ଉପଚାର ଦ୍ୱାରା ଆମେ ନିଜର ତ୍ୱଚ୍ଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବା । ତ୍ୱଚ୍ଚା ପାଇଁ ସେହିଭଳି ଏକ ପତ୍ର ହେଉଛି ପୋଦିନା ପତ୍ର । ପୋଦିନାରେ ଭିଟାମିନ-ଏ ଭରପୁର ରହିଛି । ଯାହାଫଳରେ ଏହା ଚର୍ମ ପାଇଁ ବହୁତ ଲାଭଦାୟକ ଅଟେ ।

ଅଦ୍ୟତନ ହୋଇଛି
Mint leaves for skin

Mint leaves for skin

Advertisment

ପ୍ରକୃତି ଏମିତି କିଛି ଗଛଲତା ସୃଷ୍ଟି କରିଛି ଯାହାର ଔଷଧିୟ ଗୁଣ ଅନେକ । ସ୍ୱାସ୍ଥ୍ୟର ସୁରକ୍ଷା ସହ ସୌନ୍ଦର୍ଯ୍ୟ ରକ୍ଷାର ଅନେକ ଉପଚାର ପ୍ରକୃତିର ସୃଷ୍ଟିର ସହଜ ସୁନ୍ଦର । ପୋଦିନା ପତ୍ର ସେହି ତାଲିକାରେ ଅନେକ । ଏହା ସ୍ୱାସ୍ଥ୍ୟ ଠାରୁ ସୌନ୍ଦର୍ଯ୍ୟ ବା ସୁନ୍ଦରତା ପାଇଁ ବହୁତ ଲାଭଦାୟକ ଅଟେ । କିନ୍ତୁ ଏ ବିଷୟରେ ବହୁତ କମ୍ ଲୋକ ଜାଣିଥାନ୍ତି । ପୋଦିନା ବ୍ୟବହାର କରିବା ଦ୍ୱାରା ତ୍ୱଚ୍ଚା ଉଜ୍ଜଳ ହୋଇଥାଏ । ତେବେ  ଚାଲନ୍ତୁ ଜାଣିବା ପୋଦିନାର ବିଭିନ୍ନ ଲାଭଦାୟକ ଗୁଣ ବିଷୟରେ..

Advertisment

ପୋଦିନାରୁ ମିଳୁଥିବା ଉପକାରୀ ତତ୍ତ୍ୱ

  • ପୋଦିନାରୁ ଫାଇବର ମିଳିଥାଏ । ଭିଟାମିନ-ଏ ବ୍ୟତୀତ ଏଥିରେ ଆଇରନର ମାତ୍ରା ରହିଥାଏ । ପୋଦିନା ମୁଖ୍ୟ ରୂପରେ ଏକ ଆଣ୍ଟିଅକ୍ସିଡେଣ୍ଟ ଏବଂ ଏଥିରେ ଭରପୁର ରହିଛି ଭିଟାମିନ -ଏ । ଯାହାଫଳରେ ସ୍କିନ ପାଇଁ ବହୁତ ଫାଇଦ ମିଳିଥାଏ 
Advertisment
Mint Face packMint Face pack

ରଙ୍ଗକୁ ଉଜ୍ଜଳ କରିଥାଏ

  • ପୋଦିନାରୁ ଆଣ୍ଟିଅକ୍ସିଡେଣ୍ଟ ସ୍କିନ୍ ପାଇଁ ବହୁତ ଲାଭଦାୟକ। ଏହାକୁ ସପ୍ତାହରେ ୨ ଥର ମୁହଁରେ ଫେସ୍ ମାସ୍କ କରି ବ୍ୟବହାର କରିପାରିବେ । ଏହାକୁ ବ୍ୟବହାର କରିବା ଦ୍ବାରା ମୁହଁ ରଙ୍ଗକୁ ଉଜ୍ଜଳ କରିଥାଏ । ଯଦି ମୁହଁରେ କୌଣସି ପ୍ରକାରର ଦାଗର ସମସ୍ୟା ଦେଖାଯାଏ ତାହାଲେ ପୋଦିନା ରସକୁ ଦହିରେ କିମ୍ବା ଅଟାରେ ମିଶାଇ ଲଗାନ୍ତୁ ।

ବ୍ରଣ ସମସ୍ୟାକୁ ଦୂର କରେ

  • ଯଦି ମୁହଁରେ କୌଣସି ବ୍ରଣ ସମସ୍ୟା ଦେଖାଯାଏ, ତାହାଲେ ପ୍ରତିଦିନ ପୋଦିନାକୁ ବ୍ୟବହାର କରି ପାରିବେ । ତେବେ ପୋଦିନା ରସକୁ ନଡିଆ ତେଲରେ ପକାଇ ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ । ଏହା ନିୟମିତ କରିବା ଦ୍ୱାରା କିଛି ଦିନରେ ବ୍ରଣ ସମସ୍ୟା ଦୂର ହୋଇଯିବ ।
Advertisment

 ଚର୍ମ ବା ଆଣ୍ଟି ଏଜିଂ ସମସ୍ୟାକୁ ଦୂର କରେ

  • ଯଦି ବୟସ ବଢିବା ସହ ଚର୍ମ ସମସ୍ୟା ଦେଖାଦିଏ ତାହାଲେ ପୋଦିନା ରସକୁ ବ୍ୟବହାର କରନ୍ତୁ । ଏହାକୁ ବ୍ୟବହାର କରିବା ଦ୍ୱାରା ଚର୍ମ ଜାତୀୟ ସମସ୍ୟା ଦୂର ହୋଇଥାଏ ।

କଳାଦାଗ ଦୂର କରେ

  • ଏମିତିରେ ଅନେକ ମହିଳାମାନଙ୍କର ମୁହଁରେ କଳା ଦାଗ ହୋଇଥାଏ । ଏଥିପାଇଁ ଘରେ ବସି ସବୁଠାରୁ ସହଜ ଉପାୟ ଆପଣାଇ ପାରିବେ । ଡାର୍କ ସର୍କଲ ହୋଇଥିଲେ ରାତିରେ ଶୋଇବା ବେଳେ ପୋଦିନା ରସକୁ ଲଗାଇ ୧୦ରୁ୧୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଏହା ପରେ ଧୋଇ ଦିଅନ୍ତୁ । ଏହା କରିବା ଦ୍ୱାରା କଳାଦାଗ ଦୂର ହୋଇଥାଏ ।
Health News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ