Advertisment

ସାପ କାମୁଡ଼ାରେ ଅସୁସ୍ଥ ଥିବା ମଞ୍ଜୁଳାର ହେଲା ପ୍ଲାଷ୍ଟିକ୍ ସର୍ଜରୀ

ଏବେ ବି ଲୋକଙ୍କ ମଧ୍ୟରେ ରହିଛି ଅନ୍ଧବିଶ୍ୱାସ। ସାପ କାମୁଡ଼ାରୁ ଭଲ କରିବାକୁ ବ୍ୟକ୍ତି ଜଣଙ୍କୁ ମନ୍ଦିର ବେଢ଼ାକୁ ନେଇ ପାଣି ଢାଳୁଛନ୍ତି ଲୋକେ।

ସାପ କାମୁଡ଼ାରେ ଅସୁସ୍ଥ ଥିବା ମଞ୍ଜୁଳାର ହେଲା ପ୍ଲାଷ୍ଟିକ୍ ସର୍ଜରୀ

Manjula

Advertisment

ଭୁବନେଶ୍ୱର: ସାପ କାମୁଡ଼ାରେ ଅସୁସ୍ଥ ହୋଇ ଏସ୍‌ସିବିରେ ଭର୍ତ୍ତି ହୋଇଥିବା ନବରଙ୍ଗପୁରର ନାବାଳିକା ମଞ୍ଜୁଳାଙ୍କର ହୋଇଛି ପ୍ରଥମ ପ୍ଲାଷ୍ଟିକ୍ ସର୍ଜରୀ।  ବିଭାଗୀୟ ମୁଖ୍ୟ ଡାକ୍ତର ବିଭୂଷଣ ନାୟକଙ୍କ ତତ୍ତ୍ୱାବଧାନରେ ଏହି ଅପରେସନ କରାଯାଇଛି। ସାପ କାମୁଡ଼ା ଯୋଗୁ ଡାହାଣ ହାତର ନଷ୍ଟ ହୋଇଯାଇଥିବା ସ୍ଥାନ ଚିହ୍ନଟ କରି ସେ ସ୍ଥାନରେ ଶରୀର ଅନ୍ୟସ୍ଥାନରୁ ଚର୍ମ ଆଣି ଅପରେସନ କରାଯାଇଛି। ତେବେ ହାତକୁ ସଂପୂର୍ଣ୍ଣ ଠିକ୍ କରିବାକୁ ଡାକ୍ତରୀ ଟିମ ପ୍ରୟାସ ଚଳାଇଛନ୍ତି। 

Advertisment

ମଞ୍ଜୁଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ତିନି ସପ୍ତାହ ପରେ ପୁଣି ମଞ୍ଜୁଳାଙ୍କ ଦ୍ୱିତୀୟ ସର୍ଜରୀ କରାଯିବ ବୋଲି ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲା ରାଇଘର ବାଲିଝର ଗାଁର ମଞ୍ଜୁଳାଙ୍କୁ ମାସେ ତଳେ ସାପ କାମୁଡ଼ିଥିଲା। ଚିକିତ୍ସା ନପାଇବାରୁ ଶିଶୁଟିର ହାତ ପଚି ଯାଇଥିଲା। ଓଟିଭିରେ ଖବର ପ୍ରସାରଣ ପରେ ମଞ୍ଜୁଳାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। 

ଏବେ ବି ଲୋକଙ୍କ ମଧ୍ୟରେ ରହିଛି ଅନ୍ଧବିଶ୍ୱାସ। ସାପ କାମୁଡ଼ାରୁ ଭଲ କରିବାକୁ ବ୍ୟକ୍ତି ଜଣଙ୍କୁ ମନ୍ଦିର ବେଢ଼ାକୁ ନେଇ ପାଣି ଢାଳୁଛନ୍ତି ଲୋକେ। ସାପ କାମୁଡ଼ା ରୋଗୀଙ୍କୁ ଭଲ କରିବାକୁ ଏ ଅଭାବନୀୟ ଦୃଶ୍ୟ ହେଉଛି ଖୋର୍ଦ୍ଧା ଜିଲ୍ଲା ବଣିଆଟାଙ୍ଗୀର। ଲିପୁ ନାୟକ ନାମକ ଯୁବକ ଜଣକ ମାଛ ଧରିବାକୁ ଯାଉଥିବାବେଳେ ଏକ ନାଗ ସାପ ତାଙ୍କ ଗୋଡ଼କୁ କାମୁଡିଥିଲା। ଏହାପରେ ଭୟରେ ଯୁବକ ଜଣକ ଦୌଡ଼ି ଦୌଡ଼ି ଘରେ ପହଞ୍ଚିଥିଲେ। ତେବେ ଘର ଲୋକେ ଯୁବକ ଜଣଙ୍କୁ ସ୍ଥାନୀୟ ନୀଳକଣ୍ଠେଶ୍ୱର ମନ୍ଦିରକୁ ନେଇଥିଲେ।

Advertisment

ସେଠାରେ ଯୁବକ ଜଣଙ୍କ ଉପରେ ପାଣିି ଢଳା ଚାଲିଥିଲା। ଯୁବକ ଜଣକ ଥଣ୍ଡାରେ ଶୀତ ଅନୁଭବ କରିବା ପରେ ତାଙ୍କୁ ଘରକୁ ନେଇଯାଇଥିଲେ। ଘରେ ଯୁବକଙ୍କ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ବର୍ତ୍ତମାନ ସେ ସାମାନ୍ୟ ବିପଦମୁକ୍ତ ହୋଇଥିବା ଜଣାପଡିଛି।

Advertisment
Odisha News Doctors Snakebite Treatment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ