ଘରେ ନିଶ୍ଚିନ୍ତ ରଖନ୍ତୁ ଏହି ୫ ଇମ୍ୟୁନିଟି ବୁଷ୍ଟର

ଆପଣଙ୍କ ଇମ୍ୟୁନିଟି ବଢିବା ପାଇଁ କୌଣସି ଔଷଧ ଖାଇବା ଆବଶ୍ୟକ ନାହିଁ ଏଥିପାଇଁ ଆପଣ ରୋଷେଇ ଘରେ ଥିବା କିଛିଟା ଜିନିଷ ଦ୍ୱାରା ନିଜର ଇମ୍ୟୁନିଟିକୁ ଠିକ ରଖି ପାରିବେ । ଆମ ରୋଷେଇ ଘରେ ଏହିଭଳି ଅନେକ ଜିନିଷ ରହିଛି ଯାହାଦ୍ୱାରା ଆପଣ ଶରୀରରେ ଇମ୍ୟୁନିଟିକୁ ଠିକ ରଖିବାରେ ସାହାଯ୍ୟ କରିଥାଏ ।

Make it yourself Immunity booster

News Summary

କନ୍ଦମୂଳରେ କାର୍ବୋହାଇଡ୍ରେଟର ରହିଥାଏ,ଯାହା ପେଟକୁ ସୁସ୍ଥ ରଖିଥାଏ

ଲେମ୍ବୁରେ ଏଲକାଇନ ମାତ୍ରା ରହିଥାଏ, ଯାହାଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ

ବର୍ତ୍ତମାନ ସାରା ବିଶ୍ୱରେରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି । ଆହୁରି ସଂକଟ ବଢାଇଛି ଓମିକ୍ରନ୍ । ଏହି ସମୟରେ ସୁରକ୍ଷା ଗ୍ରହଣ କରିବା ସହିତ ନିଜର ଇମ୍ୟୁନିଟି ମଧ୍ୟ ବଢାଇବା ଆବଶ୍ୟକ ବୋଲି ଗବେଷକ ମାନେ ମତ ଦେଉଛନ୍ତି । ମହାମାରୀର ମୁକାବିଲା ପାଇଁ ମଜବୁତ ଇମ୍ୟୁନିଟିର ଖୁବ ମହତ୍ଵପୂର୍ଣ୍ଣ ଭୂମିକା ରହିଛି ।

ଅଦା:

ଅଦାରେ ଥିବା ଥର୍ମୋଜେନିକ ର ପ୍ରଭାବ ଆମ ଶରୀରକୁ ଅଧିକ ଥଣ୍ଡାରେ ମଧ୍ୟ ଗରମ ପ୍ରଦାନ କରିଥାଏ । ଏହା ଆମ ଶରୀରକୁ ରୋଗ ଠାରୁ ଦୁରେଇ ରଖି ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ ।

ପାଳଙ୍ଗ:

ପାଳଙ୍ଗ ରେ ଭିଟାମିନ ସି ଓ ଏ ଭରପୁର ମାତ୍ରାରେ ରହିଛି l ଯାହା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ l ଯାହା ଆମକୁ ବର୍ତମାନ ସମୟରେ ନିହାତି ଆବଶ୍ୟକ l

ହଳଦୀ:

ଆମେ ନିଜ ଜେଜେମା ଓ ଆଈ ଙ୍କ ନିକଟରୁ ଗୁଣକାରୀ ହଳଦୀ ବିଷୟରେ ଶୁଣିଛୁ l ହଳଦୀରେ କ୍ୟୁକିନ ର ମାତ୍ର ରହିଛି ,ଯାହା ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ l ତେଣୁ ଆପଣ ଏହି ସମୟରେ ଉଷୁମ ଉଷୁମ ହଳଦୀ ପାଣି ପିଇବା ଆବଶ୍ୟକ l

ଲେମ୍ବୁ:

ଲେମ୍ବୁରେ ପ୍ରଚୁର ପରିମାଣରେ ଏଲକାଇନ ମାତ୍ରା ରହିଥାଏ । ଯାହାଦ୍ୱାରା ଆମର ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ ।

କନ୍ଦମୂଳ:

କନ୍ଦମୂଳରେ କାର୍ବୋହାଇଡ୍ରେଟର ପ୍ରଚୁର ମାତ୍ରା ରହିଥାଏ । ଏଥିରେ ଫାଇବର ମଧ୍ୟ ରହିଛି ଯାହା ପେଟକୁ ସୁସ୍ଥ ରଖିଥାଏ । ବିଶେଷ କରି କନ୍ଦମୂଳ ରେ ବିଟା କେରୋଟିନ ରହିଛି ,ଯାହା ଶରୀରକୁ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରିଥାଏ ।