Advertisment

ନିମ୍ବପତ୍ରରେ ଅଛି ବ୍ରେଷ୍ଟ୍ କ୍ୟାନସରର ରାମବାଣ, ଗବେଷଣା ପରେ ILS ଭୁବନେଶ୍ୱରର ବଡ଼ ଦାବି

ନିମ୍ବପତ୍ରରେ ରହିଛି ବ୍ରେଷ୍ଟ୍ କ୍ୟାନସରର ରାମବାଣ । କ୍ୟାନସର ଷ୍ଟେମ୍ ସେଲକୁ ଚୁଟକିରେ ମାରିଦେବ ନିମ୍ବପତ୍ର ଔଷଧ । ILS ଭୁବନେଶ୍ୱର କରିଛି ଏଭଳି ଚମକପ୍ରଦ ଆବିଷ୍କାର । ନିମ୍ବପତ୍ରରେ ଥିବା ନିମ୍ବୋଲାଇଡର ଏଭଳି ଆଶ୍ଚର୍ଯ୍ୟକାରୀ ଗୁଣ ଥିବା ନେଇ ILS ଭୁବନେଶ୍ୱରର ବଡ଼ ଦାବି

ଅଦ୍ୟତନ ହୋଇଛି
undefined

Cancer Treatment

Advertisment

ସ୍ତନ କର୍କଟକୁ ମୂଳପୋଛ କରିବ ନିମ୍ବପତ୍ର । ନିମ୍ବପତ୍ରରେ ଥିବା ଫାଇଟୋକେମିକାଲ ନିମ୍ବୋଲାଇଡରେ ରହିଛି ଏଭଳି ଆଶ୍ଚର୍ଯ୍ୟକାରୀ ଗୁଣ । ସବୁଠୁ ବଡ଼ କଥା ହେଉଛି ILS ଭୁବନେଶ୍ୱରର ଗବେଷଣାରୁ ମିଳିଛି ଏଭଳି ଚମକପ୍ରଦ ତଥ୍ୟ । ଖାଲି ସ୍ତନ କର୍କଟ ନୁହେଁ, ଶରୀରର ଅନ୍ୟ ଅଂଶରେ ଥିବା ମାରାତ୍ମକ କ୍ୟାନସର ସେଲକୁ ବି ନଷ୍ଟ କରୁଛି ନିମ୍ବୋଲାଇଡ୍ ।

Advertisment

ନିମ୍ବପତ୍ରରେ ରହିଛି ବ୍ରେଷ୍ଟ୍ କ୍ୟାନସରର ରାମବାଣ । କ୍ୟାନସର ଷ୍ଟେମ୍ ସେଲକୁ ଚୁଟକିରେ ମାରିଦେବ ନିମ୍ବପତ୍ର ଔଷଧ । ILS ଭୁବନେଶ୍ୱର କରିଛି ଏଭଳି ଚମକପ୍ରଦ ଆବିଷ୍କାର । ନିମ୍ବପତ୍ରରେ ଥିବା ନିମ୍ବୋଲାଇଡର ଏଭଳି ଆଶ୍ଚର୍ଯ୍ୟକାରୀ ଗୁଣ ଥିବା ନେଇ ILS ଭୁବନେଶ୍ୱରର ବଡ଼ ଦାବି  ନିକଟରେ ILS ଭୁବନେଶ୍ୱରର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସଂଜୀବ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ନିମ୍ବପତ୍ରରେ ଥିବା ଫାଇଟୋକେମିକାଲ୍ ନିମ୍ବୋଲାଇଡ ଉପରେ ଗବେଷଣା କରି ଏଭଳି ତଥ୍ୟ ହାସଲ କରିଛି । ଆନ୍ତର୍ଜାତିକ ଗବେଷଣା ପତ୍ରିକା ମଲିକୁଲାର ଥେରାପି ନ୍ୟୁକ୍ଲିକ୍ ଏସିଡ୍ସରେ ଏନେଇ ତଥ୍ୟ ପ୍ରକାଶିତ ହୋଇଛି ।

Advertisment

ଏମିତିକି ସବୁଠୁ ବିପଦପୂର୍ଣ୍ଣ ଟ୍ରିପଲ ନେଗେଟିଭ ବ୍ରେଷ୍ଟ କ୍ୟାନସରକୁ ନିମ୍ବୋଲାଇଡ ମୂଳ ପୋଛ କରିବାର କ୍ଷମତା ରଖୁଛି, ଯାହା ପ୍ରି-କ୍ଲିନିକାଲ ଟ୍ରାଏଲରେ ମୂଷା ଓ ଜେବ୍ରା ଫିସ ଉପରେ ପ୍ରୟୋଗରୁ ଏହା ପ୍ରମାଣିତ ହୋଇଛି। ଡକ୍ଟର ସଂଜୀବଙ୍କ କହିବା ଅନୁଯାୟୀ, ନିମ୍ବୋଲାଇଡ୍ ଆଣ୍ଟି କ୍ୟାନସର ଗୁଣ ପୂର୍ବରୁ ଜଣାଥିଲେ ବି ଏହା ରକ୍ତରେ ମିଶୁ ନଥିବାରୁ ବ୍ୟବହାର ଉପଯୋଗୀ ହୋଇ ପାରୁନଥିଲା । ତେବେ ILS ଭୁବନେଶ୍ୱର ପକ୍ଷରୁ ନାନୋଟେକ୍ନୋଲଜି ବ୍ୟବହାରରୁ ଏଥିରୁ ସଫଳତା ମିଳିଛି ।

ଏବେ କ୍ୟାନସରର ଚିକିତ୍ସା ଲାଗି କେମୋଥେରାପି ବ୍ୟବସ୍ଥା ରହିଛି । କେମୋଥେରାପି କ୍ୟାନସର ସେଲ୍ ସହ ଶରୀରର ସାଧାରଣ ସେଲକୁ ବି ନଷ୍ଟ କରିଥାଏ । କିନ୍ତୁ ILS ଭୁବନେଶ୍ୱର ବୈଜ୍ଞାନିକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି, ନିମ୍ବ ପତ୍ରରେ ଥିବା ନିମ୍ବୋଲାଇଡ୍ କେବଳ କ୍ୟାନସର ସେଲକୁ ହିଁ ନଷ୍ଟ କରୁଛି । ଏମିତିକି ନିମ୍ବୋଲାଇଡ୍ ସ୍ତନ କର୍କଟ ସହ ଶରୀରର ଅନ୍ୟ ଅଂଶରେ ଦେଖାଦେଉଥିବା କ୍ୟାନସର ସେଲକୁ ଭଲ କରିପାରୁଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି । ଏବେ ILS ଭୁବନେଶ୍ୱର ସ୍ତନ କ୍ୟାନସର ଚିକିତ୍ସା ଲାଗି କେମୋଥେରାପି ସହ ନିମ୍ବୋଲାଇଡ୍ ବ୍ୟବହାର ଉପରେ କାମ କରୁଛି। ଏହା ସଫଳ ହେଲେ ଆଗାମୀ ଦିନରେ ନିମ୍ବ ପତ୍ରରୁ ତିଆରି ହେବ ସ୍ତନ କର୍କଟର ରାମବାଣ ।

Advertisment
Odisha ILS Bhubaneswar Cancer Treatment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ