Advertisment

କାଶୀପୁର ଝାଡ଼ାବାନ୍ତି ହେଉଛି ମାରାତ୍ମକ ‘ଭିବ୍ରିଓ କଲେରା’: CDMO

ଏନେଇ ହେଲ୍ପ ଲାଇନ୍ ନମ୍ବର ଓ ମୋବାଇଲ ନମ୍ବର ଜାରି କରାଯିବ । ୨ଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି ।

Vibrio Cholerae

Vibrio Cholerae

Advertisment

କାଶୀପୁର ବ୍ଲକର ଝାଡ଼ାବାନ୍ତି ‘ଭିବ୍ରିଓ କଲେରା’ ବୋଲି ଚିହ୍ନଟ । ଝାଡ଼ାବାନ୍ତିକୁ ଭିବ୍ରିଓ କଲେରା ବୋଲି ସ୍ପଷ୍ଟ କଲେ ରାୟଗଡ଼ା CDMO । ଭିବ୍ରିଓ କଲେରା ବୋଲି ସ୍ପଷ୍ଟ କରିଛନ୍ତି CDMO ଲାଲମୋହନ ରାଉତରାୟ । RMRC ଲାବୋରେଟାରୀକୁ ଆକ୍ରାନ୍ତଙ୍କ ସାମ୍ପଲ ପଠାଯାଇଥିଲା । ପରେ ଏହା ଜଣାପଡ଼ିଥିଲା ।

Advertisment

ତେବେ ଭିବ୍ରିଓ କଲେରାକୁ ମାରାତ୍ମକ ବୋଲି କହିଲେ CDMO । ୨୦୦୭ରେ ଏହି ରୋଗ କାଶୀପୁରରେ ପ୍ରଥମେ ଚିହ୍ନଟ ହୋଇଥିଲା । ଦୂଷିତ ପାଣି ବ୍ୟବହାର ଦ୍ୱାରା ଏହି ରୋଗ ବ୍ୟାପିଥାଏ ବୋଲି ସେ କହିଛନ୍ତି । ଏଭଳି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ ବୋଲି କହିଲେ ଜିଲ୍ଲାପାଳ । ତେବେ ଏନେଇ ହେଲ୍ପ ଲାଇନ୍ ନମ୍ବର ଓ ମୋବାଇଲ ନମ୍ବର ଜାରି କରାଯିବ । ୨ଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି ।

Kashipur Health Issue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ