• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦୈନନ୍ଦିନ ବ୍ୟସ୍ତବହୁଳ ଜୀବନରେ ଲୋକମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରନ୍ତିନି । ନିଜ ପାଇଁ ଘଣ୍ଟାଏ ସମୟ ଦେବା ବି ସମ୍ଭବ ହୁଏ ନାହିଁ । ଯାହାଦ୍ୱାରା ଆମେ କମ୍‌ ବୟସରେ ନାନା ରୋଗ୍‌ରେ ଆକ୍ରାନ୍ତ ହୋଇଥାଉ ଏବଂ ମେଡିସିନ୍‌ ଖାଇବା ଆମର ନିତିଦିନିଆ ଅଭ୍ୟାସ ପାଲଟିଯାଏ । ଯାହା କି ଆମ ସ୍ୱାସ୍ଥ୍ୟ ପ୍ରତି ଜମା ବି ଭଲ ନୁହେଁ ।

ଆପଣମାନେ ବୋଧ ହୁଏ ଜାଣିନଥିବେ କି ଆମ ରୋଷେଇଘରେ ଏମିତି ଅନେକ ଖାଦ୍ୟ ସାମଗ୍ରୀ ରହିଛି, ଯାହା ଆମକୁ ଅନେକ ରୋଗରେ ବଞ୍ଚାଏ, ଯେପରିକି ଜିରା । ଜିରାରେ ଅନେକ ଔଷଧୀୟ ଗୁଣ ରହିଛି । ଯଦି ଆମେ ଖାଲି ପେଟରେ ପ୍ରତିଦିନ ଜିରା ପାଣି ପିଇବା, ତେବେ ଆମେ ନିଜକୁ ଅନେକ ରୋଗରୁ ବଞ୍ଚାଇପାରିବା ।

ତେବେ ଜାଣନ୍ତୁ ଜିରା ପାଣିର ଉପକାରିତା

ଗର୍ଭଧାରଣ ସମୟରେ ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ

ଯଦି ଆପଣ ଗର୍ଭାବସ୍ଥାରେ ଜିରା ପାଣି ପିଇବା ଆରମ୍ଭ କରନ୍ତି, ତେବେ ଆପଣଙ୍କର ହଜମ ପ୍ରକ୍ରିୟାରେ ଉନ୍ନତି ହୋଇପାରେ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଗର୍ଭାବସ୍ଥାରେ ଜିରା ପାଣି ପିଇବା ଦ୍ୱାରା କାର୍‌ବୋହାଇଡ୍ରେଟ୍‌ ଏବଂ ଫ୍ୟାଟ୍ ଖୁବଶୀଘ୍ର ହଜମ ହୋଇଯାଏ।

ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ

ଜିରା ଫାଇବରରେ ଭରପୂର ରହିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଯଦି ଆପଣ ପ୍ରତିଦିନ ଜିରା ପାଣି ପିଇବା ଆରମ୍ଭ କରନ୍ତି, ତେବେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ ଶକ୍ତିଶାଳୀ ହୋଇପାରେ ଏବଂ ଆପଣ ଅନେକ ରୋଗର ମୁକାବିଲା କରି ନିଜକୁ ରକ୍ଷା କରିପାରିବେ ।

ମଧୁମେହ ରୋଗୀଙ୍କ ପାଇଁ ହିତକର

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଜିରା ପାଣି ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଯଦି ମଧୁମେହ ରୋଗୀମାନେ ଖାଲି ପେଟରେ ପ୍ରତିଦିନ ଜିରା ପାଣି ପିଅନ୍ତି, ତେବେ ସେମାନଙ୍କ ରକ୍ତରେ ଶର୍କରା ସ୍ତର କମିପାରେ । ଜିରା ଶରୀରରେ ଇନସୁଲିନ୍ ଉତ୍ପାଦନକୁ ବଢ଼ାଇଥାଏ, ଯେଉଁ କାରଣରୁ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ ।

ରକ୍ତଚାପ ନିୟନ୍ତ୍ରଣ କରେ

ଜିରା ପାଣିରେ ପୋଟାସିୟମ ମିଳିଥାଏ । ଯଦି ଆପଣ ପ୍ରତିଦିନ ଜିରା ପାଣି ପିଇବା ଆରମ୍ଭ କରନ୍ତି, ତେବେ ଆପଣଙ୍କ ରକ୍ତଚାପ ସବୁବେଳେ ନିୟନ୍ତ୍ରଣରେ ରହିପାରେ ।

ଶ୍ୱାସକ୍ରିୟାରେ ସାହାଯ୍ୟ କରେ

ଜିରା ପାଣି ଶ୍ୱାସକ୍ରିୟାକୁ ବହୁତ ପ୍ରଭାବିତ କରିଥାଏ । ଯଦି ଆପଣଙ୍କର କୌଣସି ପ୍ରକାରର ଶ୍ୱାସକ୍ରିୟାରେ ସମସ୍ୟା ରହିଛି, ତେବେ ସକାଳେ ଗୋଟିଏ ଗ୍ଲାସ୍ ଜିରା ପାଣି ପିଅନ୍ତୁ ଏବଂ ଆପଣ ଆରାମ ମିଳିବ ।