Advertisment

ନିଜକୁ ଫିଟ୍ ରଖିବାକୁ ଖାଦ୍ୟରେ ସାମିଲ କରନ୍ତୁ ଏହିସବୁ ଜିନିଷ

ଋତୁ ପରିବର୍ତ୍ତନ ସହିତ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ । ବର୍ତ୍ତମାନ ସମୟରେ ରୋଗ ପ୍ରତିରୋଧକ ଶକ୍ତିକୁ ନିଜ ଶରୀରରେ ବଜାୟ ରଖିବା ନିହାତି ଆବଶ୍ୟକ । କିନ୍ତୁ କରୋନା ସମୟର ଲୋକ ନିଜ ରୋଗ ପ୍ରତିରୋଧକ ଶକ୍ତି ପାଇଁ ସଚେତନ ରହିବା ସହ ସଚେତନ ରହୁଛନ୍ତି। ତେବେ ଋତୁ ପରିବର୍ତ୍ତନ ଅନୁସାରେ ଆମକୁ ସତର୍କ ରହିବାକୁ ପଡ଼ିବ।

ଅଦ୍ୟତନ ହୋଇଛି
Seasonal Upcoming Disorder

Seasonal Upcoming Disorder

Advertisment

ଋତୁ ପରିବର୍ତ୍ତନ ସହ କିଛି ଲୋକଙ୍କ ମନ ବଦଳିବା ଭଳି ଲାଗେ । ଏହାକୁ ସିଜିନାଲ ଅପସେଟିଙ୍ଗ ଡିସ ଅର୍ଡର ବା (ଋତୁ ପରିବର୍ତ୍ତନ ଜନିତ ରୋଗ) କୁହାଯାଏ । ଏହା ଯୋଗୁ ଚିଡ଼୍ ଚିଡ଼ା ହେବା ସହିତ କୌଣସି କାମରେ ତାର ମନ ଲାଗେ ନାହିଁ। ଥକ୍କାପଣ ଓ ଡିପ୍ରେସନ ପ୍ରାୟ ଲୋକଙ୍କୁ ବ୍ୟତିବ୍ୟସ୍ତ କରିପକାଏ ।  କିଛି ଔଷଧ, ଟକ୍ ଥେରାପି, ବ୍ୟାୟାମ ଓ ଯୋଗ ଦ୍ୱାରା ଏହି ରୋଗରୁ ଆମେ ରକ୍ଷା ପାଇ ପାରିବା । ଜାଣି ରଖିବା ଉଚିତ ଯେ ଋତୁ ପରିବର୍ତ୍ତନ ଅନୁସାରେ ଆମକୁ ସତର୍କ ରହିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା ନିଜକୁ ସୁସ୍ଥ ରୋକିବା ପାଇଁ କିଛି ସାଧାରଣ ଘରୋଇ ଉପଚାର ।

Advertisment

ଓମେଗା-୩ ଫେଟି ଏସିଡ:

  • ପାଗ ପରିବର୍ତ୍ତନ ପୂର୍ବରୁ ନିଜ ଖାଦ୍ୟରେ ଓମେଗା ୩ ଫେଟି ଏସିଡର ମାତ୍ରା ବଢ଼େଇବା ଆବଶ୍ୟକ।
  • ଏହା ମୁଡ଼ ସ୍ୱିଙ୍ଗରୁ ରକ୍ଷା କରିବାରେ ବହୁତ ସାହାଯ୍ୟ କରେ।
  • ୟୁନିଭର୍ସିଟି ଅଫ୍ ପିଟରବର୍ଗରେ କରାଯାଇଥିବା ଏକ ସର୍ଭେରୁ ଜଣା ପଡ଼ିଛି ଏହା ଅବ ସାଦ ରୁ ମୁକ୍ତ ହେବା ପାଇଁ ବହୁତ ଗରୁତ୍ୱ ପୂର୍ଣ୍ଣ ।
  • ମାଛ, ଅଖରୋଟ , ଅଳଶୀ ମଞ୍ଜୀ , ସେଲମାନ ମାଛରୁ ପର୍ଯ୍ୟାପ୍ତ ପରିମାଣରେ ଓମେଗା-3 ଫେଟି ଏସିଡ ମିଳିଥାଏ।

ଫଲିକ ଏସିଡ:

  • ଏକ ଗବେଷଣାରୁ ଜଣା ପଡ଼ିଛି ଯେ ଫଲିକ ଏସିଡ ମସ୍ତିଷ୍କ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ଯାହାକି ମାନସିକ ଅବସାଦରୁ ମୁକ୍ତି ଦେଇଥାଏ।
  • ଯେବେ ଶରୀରରେ ସେରୋଟେନିନ ତିଆରି ହୁଏ ଏହା ବ୍ୟକ୍ତିର ମାନସିକତାକୁ ପ୍ରଭାବିତ କରେ। ଫଲିକ ଏସିଡ ସେରୋଟେନିନକୁ ନିୟନ୍ତ୍ରଣ କରି ରଖିବାରେ ସାହାଯ୍ୟ କରିଥାଏ।
  • ସବୁଜ ପନିପରିବା, ଓଟ କ୍ଷିର, ସୂର୍ଯ୍ୟମୁଖୀ ମଞ୍ଜି, କମଳା , ଖାଦ୍ୟ ଶସ୍ୟରୁ ଭରପୁର ମାତ୍ରାରେ ଏହା ମିଳିଥାଏ।
Advertisment

ରସୁଣ:

  • କଞ୍ଚା ରସୁଣ ଖାଇବା ଦେହ ପାଇଁ ବହୁତ ଉପକାରୀ ହୋଇଥାଏ।
  • ଥଣ୍ଡା ସମୟ ଆସିଲେ ବୟଷ୍କ ଲୋକ ମାନେ ଏହୀକୁ ଅଧିକ ଖଆନ୍ତି।
  • ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ।
  • ଏଥିରେ ଅଧୀକ ମାତ୍ରାରେ ଏଲିସିନ ଜିଙ୍କ ସଲଫର,ସେଲେନିୟମ , ଭିଟାମିନ ଏ ଓ ଇ ଥାଏ ଯାହାକି ଶରୀର ପାଇଁ ବହୁତ ଉପକୀରି ସାବ୍ୟସ୍ତ ହୋଇଥାଏ।
Health News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ