ଶୀତଦିନେ ଖାଦ୍ୟରେ ସାମିଲ କରନ୍ତୁ ଫଳ, ବଢିବ ରୋଗ ପ୍ରତିରୋଧକ ଶକ୍ତି

ସ୍ୱାସ୍ଥ୍ୟ ଦୃଷ୍ଟିରୁ ଶୀତ ଋତୁ ବହୁତ ଭଲ ବୋଲି ବିବେଚନା କରାଯାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ଏହି ଋତୁ ସବୁଠାରୁ ଅନୁକୂଳ ଅଟେ । ଶୀତଦିନେ ଆସୁଥିବା ଫଳଗୁଡ଼ିକ କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ, ବରଂ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ମଧ୍ୟ ବହୁତ ସାହାଯ୍ୟ କରିଥାଏ ।

Fruits for Health

News Summary

ଶୀତଦିନେ ସବୁଦିନ କଦଳୀ ଖାଇବା ବହୁତ ଲାଭଦାୟକ ଅଟେ

ଡାଳିମ୍ବ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ

ଶୀତଦିନେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଫଳ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ । କରୋନା ମହାମାରିର ଏହି ସମୟରେ ସମସ୍ତଙ୍କ ପାଇଁ ଭଲ ରୋଗ ପ୍ରତିରୋଧକ ଶକ୍ତି ଆବଶ୍ୟକ। ଆପଣ ମଧ୍ୟ ଦୈନନ୍ଦିନ ଖାଦ୍ୟରେ ଏହି ଫଳଗୁଡିକ ସାମିଲ୍ କରି ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିପାରିବେ । ତେବେ ଚାଲନ୍ତୁ ଜାଣିବା ଶୀତଦିନେ ଫଳ ଖାଇବା କେତେ ଲାଭଦାୟକ ...

ପିଜୁଳି :

ଶୀତଦିନ ଆରମ୍ଭ ହେବା ସହ ପିଜୁଳି ବଜାରକୁ ଆସିବା ଆରମ୍ଭ ହୁଏ । ଏହି ଫଳ ଶୀତ ଋତୁରେ ପ୍ରିୟ ଫଳ ମଧ୍ୟରୁ ଗୋଟିଏ । ପିଜୁଳିରେ ଭିଟାମିନ୍-ସି ଓ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ଥାଏ । ଏହା ଶରୀରକୁ ସଂକ୍ରମଣରୁ ରକ୍ଷା କରିବା ସହ କୋଷିକା ଗୁଡ଼ିକୁ କ୍ଷତିରୁ ରକ୍ଷା କରିଥାଏ ।

କିୱି:

ଶୀତ ଦିନରେ କିୱି ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର । ଏଥିରେ ବହୁ ମାତ୍ରାରେ ପ୍ରୋଟିନ ରହିଛି । ଏହା ଭଲ ନିଦ ପାଇଁ ସହାୟକ । ଥଣ୍ଡା ସମୟରେ ଅଧିକ ଚର୍ବିଯୁକ୍ତ ଜିନିଷ ଖାଇବା ପରେ ମଧ୍ୟ ଏହା ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

କଦଳୀ:

ଶୀତଦିନେ ସବୁଦିନ କଦଳୀ ଖାଇବା ବହୁତ ଲାଭଦାୟକ ଅଟେ । ଏଥିରୁ କ୍ୟାଲସିୟମ ପ୍ରଚୁର ପରିମାଣରେ ମିଳିଥାଏ । ଏହା ଛଡ଼ା ଏଥିରେ ଫାଇବର ମଧ୍ୟ ଥାଏ । କଦଳୀ ଶରୀରରେ ଶକ୍ତି ବୃଦ୍ଧି କରିବା ସହ ହଜମ ପ୍ରକ୍ରିୟା ପାଇଁ ମଧ୍ୟ ଲାଭଦାୟକ ଅଟେ ।

fruits

ଶେଓ:

ଶେଓ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ସେଥିପାଇଁ ଡାକ୍ତରମାନେ ମଧ୍ୟ ପ୍ରତିଦିନ ଗୁଟେ ଶେଓ ଖାଇବାକୁ ପରାମର୍ଶ ଦିଅନ୍ତି । ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ସହିତ ଏହା ଶରୀରରେ ଉତ୍ତେଜନା ଏବଂ ପ୍ରଦାହକୁ କମାଇବାରେ ସାହାଯ୍ୟ କରେ। ଏଥିରେ ଭିଟାମିନ୍ ସି, ଫାଇବର, ପେକ୍ଟିନ୍ ମିଳିଥାଏ ।

କମଳା:

ଆମେ ସମସ୍ତେ ଜାଣୁ ଯେ କମଳା ଭିଟାମିନ୍-ସି ର ଏକ ଉତ୍ତମ ଉତ୍ସ । ଏଥିରୁ କ୍ୟାଲସିୟମ ମଧ୍ୟ ମିଳିଥାଏ । କମଳା ଖାଇବା ଦ୍ୱାରା ଋତୁ ପରିବର୍ତ୍ତନ ଯୋଗୁ ଆମ ଶରୀରରେ ହୋଇଥିବା ସଂକ୍ରମଣକୁ କମାଇବାରେ ସାହାଯ୍ୟ କରିଥାଏ । ଏହି ଫଳ ଶରୀରକୁ ଭିତରୁ ଶକ୍ତିଶାଳୀ କରିଥାଏ ।

ଡାଳିମ୍ବ:

ଡାଳିମ୍ବ ଖାଇବା ଅତ୍ୟନ୍ତ ଲାଭଦାୟକ । ଶୀତଦିନେ ଡାଳିମ୍ବ ରକ୍ତକୁ ପତଳା କରିବାରେ ସାହାଯ୍ୟ କରିଥାଏ । ରକ୍ତଚାପ ସହିତ ହୃଦୟର ସ୍ୱାସ୍ଥ୍ୟ ପାଇଁ ଏହା ବହୁତ ଭଲ ବୋଲି ବିବେଚନା କରାଯାଏ । ଡାଳିମ୍ବ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।