Advertisment

Health Tips: ଶୀତଦିନେ ମାନନ୍ତୁ ଏହି ୫ଟି ଟିପ୍ସ; ଜଣାପଡିବ ନାହିଁ ଶୀତର ପ୍ରକୋପ

ସାଧାରଣତଃ ଶୀତଦିନେ ଅନେକ ଶାରିରୀକ ସମସ୍ୟା ଦେଖାଦେଇଥାଏ । ବର୍ତ୍ତମାନ ସେତେ ଥଣ୍ଡା ପଡି ନଥିଲେ ମଧ୍ୟ ଆଗକୁ ଏହା ଧିରେ ଧିରେ ବଢିବ। ତେଣୁ ଶୀତ ଦିନକୁ ଭଲ ଭାବେ ଉପଭୋଗ କରିବାକୁ ହେଲେ ଏବେ ଠାରୁ ସତର୍କ ରହିବା ଜରୁରୀ।

author-image
Pramod Behera
ଅଦ୍ୟତନ ହୋଇଛି
Winter Health Tips to Keep you Healthy

in winters follow these tips and keep entire body healthy

ଶୀତଋତୁ ଆସିଯାଇଛି। ବର୍ତ୍ତମାନ ସେତେ ଥଣ୍ଡା ପଡି ନଥିଲେ ମଧ୍ୟ ଆଗକୁ ଏହା ଧିରେ ଧିରେ ବଢିବ। ତେଣୁ ଶୀତ ଦିନକୁ ଭଲ ଭାବେ ଉପଭୋଗ କରିବାକୁ ହେଲେ ଏବେ ଠାରୁ ସତର୍କ ରହିବା ଜରୁରୀ। ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଋତୁ ଅନୁଯାୟୀ ଶରୀରକୁ ସୁସ୍ଥ ରଖିବା ଭିନ୍ନ ଭିନ୍ନ ପରାମର୍ଶ ରହିଛି।

Advertisment

ସାଧାରଣତଃ ଶୀତଦିନେ ଅନେକ ଶାରିରୀକ ସମସ୍ୟା ଆସିଥାଏ। ଥଣ୍ଡା ଠାରୁ ଆରମ୍ଭ କରି ଅନେକ ପୁରୁଣା ରୋଗର ସମ୍ମୁଖିନ ହେବାକୁ ପଡିଥାଏ। କିନ୍ତୁ ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ଶୀତଦିନେ ମଧ୍ୟ ଏମିତି କିଛି ନିୟମ ଅଛି ଯାହାକୁ ପାଳନ କରି ଜଣେ ସମ୍ପୂର୍ଣ୍ଣ ସୁସ୍ଥ ରହିପାରିବେ।

ଅଧିକ ପଢ଼ନ୍ତୁ: Health Tips: ଶାକାହାରୀ ବ୍ୟକ୍ତି କିପରି ପାଇବେ ଭିଟାମିନ୍ B12; ଏହିସବୁ ଖାଦ୍ୟ ଦେବ ଲାଭ

Advertisment

ଆୟୁର୍ବେଦ ଚିକିତ୍ସା ଅନୁସାରେ ଅନ୍ୟ ଋତୁ ତୁଳନାରେ ଶୀତ ଦିନ ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ। ଆୟୁର୍ବେଦରେ ଏହାର ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଶୀତ ଋତୁରେ ଆମର ହଜମ ଶକ୍ତି ବହୁତ ଭଲ ଥାଏ। କିନ୍ତୁ ଶୀତଦିନେ ଆମେ ଆମର ଜୀବନଶୈଳୀକୁ ପରିବର୍ତ୍ତନ କରିଦେଇଥାଉ, ଯେଉଁ କାରଣରୁ ଆମେ ଆମ ଶରୀରକୁ କ୍ଷତି ପହଞ୍ଚାଇ ଅସୁସ୍ଥ କରିଥାଉ।

ଆୟୁର୍ବେଦରେ ଉଲ୍ଲେଖ କରାଯାଇଥିବା କିଛି ନିୟମ ମାନିଲେ, ଆପଣ ଶୀତଋତୁକୁ ମଧ୍ୟ ଉପଭୋଗ କରିପାରିବେ ଏବଂ ସୁସ୍ଥ ରହିପାରିବେ। ଏହା ଦ୍ୱାରା ଶୀତ ମଧ୍ୟ ଜଣା ପଡିବ ନାହିଁ। ତେବେ ଆସନ୍ତୁ ଏମିତି ୫ଟି ନିୟମ ବିଷୟରେ ଜାଣିନେବା।

ଅଳସୁଆମି ଦୂର କରିବା:

ଶୀତ ଦିନରେ ପ୍ରତ୍ୟେକ ବ୍ୟକ୍ତି ଅଳସୁଆମିର ଶିକାର ହୁଅନ୍ତି। ସକାଳେ ଉଠିବାକୁ ମନ ହୁଏନି। ଅନେକ ଲୋକମ ଅଧିକ ବିଶ୍ରାମ ନେବାକୁ ପସନ୍ଦ କରନ୍ତି। ଏଭଳି ପରିସ୍ଥିତିରେ କଫ ଆଉ ବାତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ତେଣୁ ଶୀତ ଦିନରେ ଅଳସୁଆମିକୁ ଦୂର କରିବା ନିହାତି ଜରୁରୀ।

ତେଲ ମାଲିସ୍:

ଶୀତ ଦିନରେ ଶରୀରରେ ତେଲ ମାଲିସ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସକାଳେ ଗାଧୋଇବା ପୂର୍ବରୁ ରାଶି ତେଲ କିମ୍ବା ସୋରିଷ ତେଲ ବ୍ୟବହାର କରି ଶରୀରକୁ ଭଲ ଭାବେ ମାଲିସ୍ କରିବା ଉଚିତ।

ଖରାରେ ବସିବା:

ଶୀତ ଦିନରେ ସୂର୍ଯ୍ୟ କିରଣ ଗ୍ରହଣ କରିବା ମଧ୍ୟ ଆୟୁର୍ବେଦରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ତେଲ ମାଲିସ୍ କରିବା ପରେ, ହାଲୁକା ସୂର୍ଯ୍ୟ କିରଣରେ ୫-୧୦ ମିନିଟ୍ ବସି ତା’ପରେ ଗାଧୋଇବା ଉଚିତ।

ଖାଦ୍ୟରେ ମସଲା ବ୍ୟବହାର:

ଶୀତ ଦିନରେ ଶରୀରକୁ ଗରମ ରଖିବା ପାଇଁ ଆୟୁର୍ବେଦିକ ଉପାୟ ଅନୁସାରେ ଖାଦ୍ୟରେ ଅଦା, ଗୋଲ ମରିଚ, ଲବଙ୍ଗ, ଡାଲଚିନି ଏବଂ ତେଜ ପତ୍ର ଭଳି ଜିନିଷ ବ୍ୟବହାର କରିବା ଜରୁରୀ। ଏହା ଶରୀରକୁ ଉଷ୍ମତା ପ୍ରଦାନ କରିବାରେ ସାହାଯ୍ୟ କରେ।

ଭାତ ଖାଇବାରୁ ଦୂରେଇ ରହିବା:

ଶୀତ ଦିନରେ ଭାତ ଖାଇବା ଦ୍ୱାରା କଫ ବୃଦ୍ଧି ହୋଇଥାଏ। ଏପରି ପରିସ୍ଥିତିରେ ଭାତ ଖାଇବା ଠାରୁ ଦୂରେଇ ରହିବା ଉଚିତ। ଯଦି ଆପଣ ଭାତ ଖାଇବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ଦିନରେ ଖାଇପାରିବେ, କିନ୍ତୁ ଯଦି ଆପଣ ଏହାକୁ ରାତିରେ ଖାଇବାକୁ ଇଛାହୁଏ ତେବେ ଅଦା, ଗୋଲମରିଚ ଗୁଣ୍ଡ, ଲବଙ୍ଗ, ଡାଲଚିନି ଏବଂ ତେଜ ପତ୍ର ପରି ଗରମ ମସଲା ବ୍ୟବହାର କରନ୍ତୁ।

ଅଧିକ ପଢ଼ନ୍ତୁ: Health Tips: ଭାରି ଉପକାରୀ ସାରୁ; ରକ୍ତଚାପକୁ ନିୟନ୍ତ୍ରଣ କରେ, ହୃଦରୋଗକୁ ରୋକେ

Health Tips
Advertisment
Advertisment