Avoid Using Mobile Phones On Toilet: ଟଏଲେଟରେ ମୋବାଇଲ ବ୍ୟବହାର କଲେ ହେବ ସଂଘାତିକ ରୋଗ

ଟଏଲେଟରେ ଦୀର୍ଘ ସମୟ ମୋବାଇଲ୍ ଫୋନ୍ ବ୍ୟବହାର କରିବା କାରଣରୁ ବୃଦ୍ଧି ପାଉଛି ମାରାତ୍ମକ ରୋଗ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କବାଣୀ ଶୁଣାଇଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ ଏହିଭଳି ଖରାପ ଅଭ୍ୟାସ ପାଇଁ ହେମୋରଏଡ୍ସ (hemorrhoids) ଏବଂ ଆନାଲ ଫିଷ୍ଟୁଲା(anal fistulas) ରୋଗ ବୃଦ୍ଧି ପାଇବାରେ ଲାଗିଛି ।

ଟଏଲେଟରେ ମୋବାଇଲ ଦେଖୁଛନ୍ତି କି ?

ଡିଜିଟାଲ ଯୁଗରେ ସମସ୍ତଙ୍କୁ ଫୋନ୍ ନାମକ ଏକ ମହାମାରୀ ବ୍ୟାପିଛି । ସମସ୍ତଙ୍କୁ ମୋବାଇଲ ଫୋନ୍ ଏମିତି କିମିଆ କରିଛି ଯେ ଖାଇବାଠାରୁ ଆରମ୍ଭ କରି ରାସ୍ତାରେ ଚାଲୁଥିବା ସମୟରେ ସମସ୍ତେ ମୋବାଇଲ କବଳରେ କବଳିତ । ଏମିତିକି ବେଳେ ବେଳେ ଆମେ ଟଏଲେଟକୁ ମଧ୍ୟ ଫୋନ ଧରି ଯାଇଥାଉ । ଆପଣ ଯଦି ଏମିତି କରୁଛନ୍ତି ତେବେ ସତର୍କରେ ରୁହନ୍ତୁ ।

କାରଣ ଏହା ବର୍ତ୍ତମାନ ସାରା ବିଶ୍ୱରେ ବୃଦ୍ଧି ପାଉଥିବା ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଛି । ଟଏଲେଟରେ ଦୀର୍ଘ ସମୟ ମୋବାଇଲ୍ ଫୋନ୍ ବ୍ୟବହାର କରିବା କାରଣରୁ ବୃଦ୍ଧି ପାଉଛି ମାରାତ୍ମକ ରୋଗ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କବାଣୀ ଶୁଣାଇଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ ଏହିଭଳି ଖରାପ ଅଭ୍ୟାସ ପାଇଁ ହେମୋରଏଡ୍ସ (hemorrhoids) ଏବଂ ଆନାଲ ଫିଷ୍ଟୁଲା(anal fistulas) ରୋଗ ବୃଦ୍ଧି ପାଇବାରେ ଲାଗିଛି ।

ମୋବାଇଲ୍ ଫୋନ୍ ବ୍ୟବହାର କରିବା ସମୟରେ ଶୌଚାଳୟରେ ଦୀର୍ଘ ସମୟ ବସି ରହିବା ଦ୍ୱାରା ଏଭଳି ସାଙ୍ଘାତିକ ରୋଗ ବ୍ୟାପୁଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ମୁମ୍ବାଇର ଜଣେ ବରିଷ୍ଠ ରୋବୋଟିକ୍(robotic) ଏବଂ ଲାପାରୋସ୍କୋପିକ୍( laparoscopic) ସର୍ଜନ ଡକ୍ଟର ଜିଗ୍ନେଶ ଗାନ୍ଧୀ ESIC ହସ୍ପିଟାଲର ୭୪ତମ ପ୍ରତିଷ୍ଠା ଦିବସରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏଥିରେ ସେ ଫୋନ୍ ବ୍ୟବହାର ଫଳରେ ଟଏଲେଟ ଅଧିକ ସମୟ ବସିରହିବା ଦ୍ୱାରା ହେଉଥିବା କ୍ଷତି ସମ୍ପର୍କରେ କହିଥିଲେ ।

ଅପରପକ୍ଷେ ଡକ୍ଟର ରବି ରଞ୍ଜନ କହିଛନ୍ତି ESIC ହସ୍ପିଟାଲରେ ଗୋଟିଏ ବର୍ଷ ମଧ୍ୟରେ ୫୦୦ରୁ ଅଧିକ ହେମୋରଏଡ୍ସ (hemorrhoids) ଏବଂ ଅନଲଫିଷ୍ଟୁଲା(anal fistulas) ରୋଗୀ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଫାଇବରଯୁକ୍ତ ଖାଦ୍ୟ ଖାଇବା ସହ ଟଏଲେଟରେ ଅଧିକ ସମୟ ବସି ନରହିବା ପାଇଁ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଟଏଲେଟରେ ବିଭିନ୍ନ ପ୍ରକାର କ୍ଷତିକାରକ ବ୍ୟାକ୍ଟେରିଆ ଥାଆନ୍ତି । ଫୋନ ଯେତେବେଳେ ଗରମ ହୋଇଯାଏ, ତା’ ଉପରେ ଥିବା ଆବରଣରେ ବ୍ୟାକ୍ଟେରିଆ ମାନେ ଲାଗି ଯାଆନ୍ତି ଏବଂ ଆମ ଫୋନ ଦ୍ୱାରା ଆମ ଖାଦ୍ୟକୁ ପ୍ରବେଶ କରନ୍ତି । ଆନାଲ ଫିଷ୍ଟୁଲା ଭଳି ଜଟିଳ ରୋଗକୁ ରୋକିବା ପାଇଁ ଏହାକୁ ଶୀଘ୍ର ଚିହ୍ନଟ ସହ ଚିକିତ୍ସା କରିବା ଗୁରୁତ୍ୱପୂର୍ଣ୍ଣ । କାରଣ ଶୀଘ୍ର ଚିକିତ୍ସା ନକଲେ ପରେ ଏଥିପାଇଁ ଅସ୍ତ୍ରୋପଚାରର ଆବଶ୍ୟକ ପଡିଥାଏ । ଅପରପକ୍ଷେ ହେମୋରଏଡ୍ସ ରୋଗର ଚିକିତ୍ସା ପାଇଁ ରାଫାଏଲୋ(Rafaelo) ଭଳି ଅଭିନବ ଚିକିତ୍ସାର ଗ୍ରେଡ୍ 2 ଏବଂ 3 ବେଶ୍ ଲାଭଦାୟକ ହୋଇଥାଏ ।

ଅଧିକ ପଢ଼ନ୍ତୁ: ମାଡ଼ି ଆସୁଛି ଆଉ ଏକ ମହାମାରୀ! ବାଦୁଡି ଦେହରୁ ପୁଣି ବ୍ୟାପିଲାଣି