Advertisment

Summer Menstrual Health Tips: ଗ୍ରୀଷ୍ମରେ ଋତୁସ୍ରାବ ସମୟରେ ସତେଜ ଓ ସୁସ୍ଥ ରହିବାର ଉପାୟ

ଋତୁସ୍ରାବ ସମୟରେ ଏମିତି ସାଧାରଣ ଭାବରେ ମହିଳାମାନେ ଅଣ୍ଟା-ପେଟ ବଥା, ଗୋଡହାତ ଘୋଳାବିନ୍ଧା, ମୁଡ୍ ସ୍ବିଙ୍ଗ ଭୋଗିଥା’ନ୍ତି। କିନ୍ତୁ ଗ୍ରୀଷ୍ମ ଋତୁରେ ଏହି କଷ୍ଟ ଦ୍ୱିଗୁଣିତ ହୋଇଯାଏ। କେବଳ ଯେ ଗରମ କିମ୍ବା ଝାଳ କାରଣରୁ ସାନିଟାରୀ ପ୍ୟାଡ୍ ବ୍ୟବହାର କରିବା କଷ୍ଟଦାୟକ କିମ୍ବା ଅସହଜ ଲାଗେ ତା’ ନୁହେଁ, ଅନେକ ସମୟରେ ସ°କ୍ରମଣର ଆଶଙ୍କା ମଧ୍ୟ ବଢିଯାଏ। ଆଜିର ଆଲୋଚନା କେମିତି କେତୋଟି ସହଜ ଓ ସରଳ ଉପାୟ ମାଧ୍ୟମରେ ଜଣେ ମହିଳା ଗ୍ରୀଷ୍ମ ଋତୁରେ ଋତୁସ୍ରାବ ସମୟରେ ନିଜକୁ ସୁସ୍ଥ ରଖି ପାରିବେ ।

Menstruation

Menstruation

Advertisment

ଗ୍ରୀଷ୍ମ ଋତୁରେ ଋତୁସ୍ରାବ ସମୟରେ ସ°କ୍ରମଣର ଆଶଙ୍କା କାହିଁକି ବଢିଯାଏ?

ଋତୁସ୍ରାବ ସମୟରେ ସାନିଟାରୀ ପ୍ୟାଡ୍ ବ୍ୟବହାର କାରଣରୁ ଗ୍ରୀଷ୍ମ ଋତୁରେ ଅନ୍ୟ ଦିନ ଅପେକ୍ଷା ଝାଳ ହେବାର ସମ୍ଭାବନା ବଢିଯାଏ। ଏହାଦ୍ବାରା ଗୋଟିଏ ଓଦାଳିଆ ଏବଂ ଉଷ୍ମ ବାତାବରଣ ସୃଷ୍ଟି ହୁଏ। ଏହି ବାତାବରଣ ଜୀବାଣୁ ଏବଂ ଫଙ୍ଗସ୍ ମାନଙ୍କ ବ°ଶବିସ୍ତାର ଏବଂ ସ°କ୍ରମଣ ପାଇଁ ଉପଯୋଗୀ ହୋଇଥାଏ।

Advertisment

ଝାଳ କାରଣରୁ ସାନିଟାରୀ ପ୍ୟାଡ୍ ଶୀଘ୍ର ଓଦାଳିଆ ହେବାର ସମ୍ଭାବନା ରହିଥାଏ, ଏହା ତ୍ବଚାରେ ଇରିଟେସନ୍, ରାସେସ୍ ଏବଂ ଖଣ୍ଡିଆ ହେବାର ସମ୍ଭାବନା ବଢାଇ ଦିଏ ଏବଂ ଏହି ଖଣ୍ଡିଆ ହୋଇଥିବା ଚର୍ମରୁ ସ°କ୍ରମଣ ଆରମ୍ଭ ହୋଇପାରେ।

ଟାଇଟ୍ ଏବଂ ସିନ୍ଥେଟିକ୍ ଅନ୍ତବସ୍ତ୍ର କାରଣରୁ ଉଷ୍ମତା ଏବଂ ଝାଳ ଭିତରେ ଅଟକି ଯାଏ, ପବନ ଆତଯାତ ହୋଇପାରେ ନାହିଁ, ତେଣୁ ଜୀବାଣୁ ଓ ଇଷ୍ଟ ସ°କ୍ରମଣର ଆଶଙ୍କା ବଢ଼ିଯାଏ।

Advertisment

ଡିହାଡ୍ରେସନ୍ ବା ଶରୀରରେ ଜଳୀୟ ଅଂଶ କମିଯିବା କାରଣରୁ ଶରୀର ଶୀଘ୍ର ହାଲିଆ ହୋଇଯାଏ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ, ଏହା ଦ୍ବାରା ସ°କ୍ରମଣର ଆଶଙ୍କା ବଢିଯାଏ।

ଗ୍ରୀଷ୍ମ ଋତୁରେ ଲମ୍ବା ସମୟ ଯାତ୍ରା କିମ୍ବା ଭ୍ରମଣ ସମୟରେ ସାଧାରଣତଃ ସାନିଟାରୀ ପ୍ୟାଡ୍ ବଦଳାଇବା, ଭାଜାଇନା ସଫା କରିବା ଏବଂ ପାଣି ପିଇବାର ମାତ୍ରା କମିଯାଏ, ଏହା ଦ୍ବାରା ଶୀଘ୍ର ସ°କ୍ରମଣ ହୋଇଥାଏ।

Advertisment

ଗ୍ରୀଷ୍ମ ଋତୁରେ ସୁରକ୍ଷିତ ଓ ସୁସ୍ଥ ଋତୁସ୍ରାବର ଉପାୟ

ଗ୍ରୀଷ୍ମ ଋତୁରେ କଟନ୍- ପ୍ୟାଡ୍ ବ୍ୟବହାର କରନ୍ତୁ। ଏହାଦ୍ବାରା ପବନ ଚଳାଚଳ ସହଜ ହୁଏ ଏବଂ ଝାଳ କମ୍ ହୋଇଥାଏ। ପ୍ରତି ୪-୬ ଘଣ୍ଟାରେ ପ୍ୟାଡ୍ ବଦଳାଇ ନିଅନ୍ତୁ। ବାହାରକୁ ଯିବା କିମ୍ବା ଅଫିସ ଦିନ ଗୁଡ଼ିକରେ ଟାମ୍ପୋନ୍ ବ୍ୟବହାର ଉପଯୁକ୍ତ, କିନ୍ତୁ ଏହାକୁ ମଧ୍ୟ ୪-୮ ଘଣ୍ଟା ମଧ୍ୟରେ ବଦଳାଇବା ଭଲ। ଯଦି ମେନଷ୍ଟ୍ରୁଲ୍ କପ୍ ବ୍ୟବହାର କରୁଥାନ୍ତି, ତେବେ ଏହାକୁ ୮-୧୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରା ଯାଇ ପାରିବ, କିନ୍ତୁ ଏହାର ଉପଯୁକ୍ତ ସଫେଇ ବା ଷ୍ଟେରିଲାଇଜେସନ୍ ଗୁରୁତ୍ୱପୂର୍ଣ୍ଣ ଅଟେ। ସିନ୍ଥେଟିକ୍ ପ୍ୟାଡ୍ ବ୍ୟବହାର ଦ୍ବାରା ଚର୍ମରେ ରାସ୍ ବା ନାଲିପଡି ଫଳିଯିବାର ଆଶଙ୍କା ବଢିଯାଏ।

ଝାଳ ଏବଂ ଗରମ ବାତାବରଣ ଛଡା ସାନିଟାରୀ ପ୍ୟାଡ୍ ଚମଡାରେ ଘର୍ଷଣ କରି ରାସେସ୍ ସୃଷ୍ଟି କରି ପାରେ। ତେଣୁ ଖରାଦିନେ ସ୍କିନ୍ ଫୋଲ୍ଡ ଗୁଡ଼ିକରେ ପାଉଡର ବ୍ୟବହାର କରିବା ଦ୍ୱାରା ଉକ୍ତ ସ୍ଥାନ ଶୁଖିଲା ରହିବା ସହ ଘର୍ଷଣ ମଧ୍ୟ କମ୍ ହୋଇଥାଏ, ଏହାଦ୍ବାରା ସ୍କିନ୍ ରାସେସ୍ ର ସମ୍ଭାବନା କମି ଯାଏ।

ଭାଜାଇନା ଅ°ଶକୁ ଦିନକୁ ଦୁଇଥର ସାଧା ପାଣିରେ ଧୋଇ ସଫା କରନ୍ତୁ। ସୋପ୍ ବେସ୍ କିମ୍ବା ବାସ୍ନା ଯୁକ୍ତ ଭାଜାଇନାଲ୍- ଓ୍ବାସ୍ ବ୍ୟବହାର କରନ୍ତୁ ନାହିଁ। ସର୍ବଦା ସାମନାରୁ ପଛ ଆଡକୁ ପୋଛନ୍ତୁ, ଏହାଦ୍ବାରା ମଳଦ୍ୱାରର ସ°କ୍ରମଣ ବ୍ୟାପେ ନାହିଁ।

ଅଧିକ ପଢ଼ନ୍ତୁ: ପୁଣି ଡରାଇଲାଣି କରୋନା ଭାଇରସ୍; ସଂକ୍ରମଣରୁ ରକ୍ଷା ପାଇଁ କରନ୍ତୁ ଏହିସବୁ ଯୋଗାସନ

କଟନ୍ ବା ସୂତା କପଡାର ଅନ୍ତବସ୍ତ୍ର ପରିଧାନ କରନ୍ତୁ, ଏହା ଦ୍ବାରା ଭେଣ୍ଟିଲେସନ୍ ବା ପବନ ଆତଯାତ ହେବା ସୁବିଧା ହୋଇଥାଏ। ଦିନକୁ ଦୁଇଥର ଅନ୍ତବସ୍ତ୍ର ବଦଳାଇ ନିଅନ୍ତୁ, ଅଧିକ ଝାଳ ହେବା କ୍ଷେତ୍ରରେ ଅଧିକ ଥର ମଧ୍ୟ କରି ପାରନ୍ତି। ସଫା ଏବଂ ଶୁଖିଲା ଅନ୍ତବସ୍ତ୍ର ପରିଧାନ କରନ୍ତୁ।

ଅଧିକରୁ ଅଧିକ ପାଣି, ଲେମ୍ବୁ ସର୍ବତ, ପଇଡପାଣି, ଓ ଆର୍ ଏସ୍ ଗ୍ରହଣ କରନ୍ତୁ। ଚା’ ଏବଂ କଫିର ବ୍ୟବହାର ନିୟନ୍ତ୍ରଣ କରନ୍ତୁ, ଏହା ଦ୍ବାରା ଡିହାଇଡ୍ରେସନର ଆଶଙ୍କା ବଢ଼ିଯାଏ। ଫାଷ୍ଟ ଫୁଡ୍, ତେଲଭାଜି, ଅଧିକ ମସଲା ଯୁକ୍ତ ଖାଦ୍ୟ କମ୍ ଗ୍ରହଣ କରନ୍ତୁ। ଏପରି ଖାଦ୍ୟ ହଜମ ହେବାରେ ଡେରି ହୁଏ, ପେଟ ଫାମ୍ପିବାର କାରଣ ହୋଇଥାଏ ଏବଂ ଋତୁସ୍ରାବ ସମୟର ତଳିପେଟ ଯନ୍ତ୍ରଣା ବଢାଇ ପାରେ।

ବ୍ୟବହୃତ ସାନିଟାରୀ ପ୍ୟାଡ୍ କିମ୍ବା ଟାମ୍ପୋନ୍ କୁ ଫୋପାଡିବା ସମୟରେ କାଗଜରେ ଗୁଡାଇ ଫୋପାଡନ୍ତୁ। କେବେ ମଧ୍ୟ ପ୍ଲାଷ୍ଟିକ କିମ୍ବା ପଲିଥିନରେ ଗୁଡାଇ ଫୋପାଡିବେ ନାହିଁ କିମ୍ବା ଟଏଲେଟ୍ ରେ ଫୋପାଡି ଫ୍ଲସ୍ କରିବେ ନାହିଁ।

ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ:

ଅତ୍ୟଧିକ ରକ୍ତସ୍ରାବ ଏବଂ ସପ୍ତାହେ ଠୁ ଅଧିକ ପର୍ଯ୍ୟନ୍ତ ରକ୍ତସ୍ରାବ ଲାଗି ରହିଲେ କିମ୍ବା ଅତ୍ୟଧିକ ପୀଡା ହେଲେ।

ଇଣ୍ଟିମେଟ୍ ପାର୍ଟ ବା ଭାଜାଇନାଲ୍ ଏରିଆରେ ଅତ୍ୟଧିକ ଜଳାପୋଡା, କୁଣ୍ଡାଇ ହୋଇ ଫୁଲି ଗଲେ କିମ୍ବା ସ୍କିନ୍ ରାସେସ୍ ନଶୁଖିଲେ।

ଦୁର୍ଗନ୍ଧ ଯୁକ୍ତ ଏବଂ ହଳଦିଆ ଡିସଚାର୍ଜ ହେଲେ।

ମନେ ରଖନ୍ତୁ ଋତୁସ୍ରାବ କୌଣସି ଅଭିଶାପ ବା ଅପରାଧ ନୁହେଁ। ଏହା ଜୀବଜଗତର ବ°ଶବୃଦ୍ଧି ପାଇଁ ନିହାତି ଆବଶ୍ୟକ ଏବଂ ଏହା ସମ୍ପୂର୍ଣ୍ଣ ପ୍ରାକୃତିକ। କେତୋଟି ସାଧାରଣ ଏବଂ ଛୋଟଛୋଟ ସଫାସୁତୁରା ଏବଂ ସୁରକ୍ଷାର ଉପାୟ ଅବଲମ୍ବନ କରି ମହିଳାମାନେ ଗୋଟିଏ ସୁସ୍ଥ ଜୀବନ ବଞ୍ଚି ପାରିବେ।

ଅଧିକ ପଢ଼ନ୍ତୁ: ପୁଣି ଫେରିଲା କୋଭିଡ-୧୯, ଚିନ୍ତା ବଢ଼ାଇଲା ନୂଆ ଲହର

Summer Health Tips Menstrual Health
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ