Advertisment

ଆପଣଙ୍କ ଶରୀରରେ ବଢିଯାଇଛି କି ୟୁରିକ୍ ଏସିଡ୍, ଧ୍ୟାନ ଦିଅନ୍ତୁ…

ଶରୀରରେ ୟୁରିକ୍ ଏସିଡ୍ ସ୍ତର ବଢିଗଲେ ସାଂଘାତିକ ପରିସ୍ଥିତିର ସମ୍ମୁଖିନ ହେବାକୁ ପଡେ। ଗାଉଟ୍ ଭଳି ସମସ୍ୟା ମଧ୍ୟ ଦେଖାଯାଏ। ତେବେ ଆସନ୍ତୁ ଜାଣିବା କିପରି ଏହାକୁ ନିୟନ୍ତ୍ରଣ କରିବା।

author-image
Pramod Behera
How to balance high uric acid

How to balance high uric acid

ୟୁରିକ୍ ଏସିଡ୍ ହେଉଛି ଏକ ପ୍ରାକୃତିକ ବର୍ଜ୍ୟବସ୍ତୁ ଯାହା ପ୍ୟୁରିନ୍‌ରେ ଭରପୂର ଥାଏ। ଖାଦ୍ୟ ହଜମ ହେବା ପରେ ଏହା ଶରୀରରୁ ବାହାରି ଯାଏ। ଯେତେବେଳେ ଆମେ ପ୍ୟୁରିନ୍‌ରେ ଭରପୂର ଅଧିକ ଖାଦ୍ୟ ଖାଇଥାଉ, ଆମ ଶରୀର ଏହାକୁ ହଜମ କରିବାରେ ବିଫଳ ହୁଏ ଏବଂ ୟୁରିକ୍ ଏସିଡ୍ ସ୍ତର ବଢିଯାଏ।

Advertisment

ରକ୍ତରେ ୟୁରିକ୍ ଏସିଡ୍ ସ୍ତର ବଢିଲେ ଗାଉଟ୍ ହେବାର ସମ୍ଭାବନା ଥାଏ। ଏଥିରୁ ମୁକ୍ତି ପାଇବାକୁ ହେଲେ ଖାଦ୍ୟରେ ପରିବର୍ତ୍ତନ କରିବାକୁ ପଡେ। ତେବେ ଆସନ୍ତୁ ଜାଣିବା ଏନେଇ କ’ଣ ଖାଇବା ଉଚିତ ଆଉ କ’ଣ ଅନୁଚିତ।

କ’ଣ ଖାଇବେ ନାହିଁ:

  • ଯଦି ଆପଣଙ୍କ ଶରୀରରେ ୟୁରିକ୍ ଏସିଡ୍‌ର ପରିମାଣ ଅଧିକ, ତେବେ ଏହା ଜରୁରୀ ଯେ ଆପଣ ମାଂସ ଖାଇବା ବନ୍ଦ କରିଦିଅନ୍ତୁ, ନଚେତ କମେଇଦିଅନ୍ତୁ।
  • ଡାଲି ପ୍ରୋଟିନ୍‌ରେ ଭରପୂର ହୋଇଥାଏ ଏବଂ ଶରୀରରେ ବହୁ ଶକ୍ତି ଉତ୍ପାଦନ କରୁଥାଏ। ଯଦି ଆପଣ ଶରୀରରେ ୟୁରିକ୍ ଏସିଡ୍‌ର ମାତ୍ରା ଅଧିକ ଅଛି ତେବେ ଏହାକୁ ଏଡାଇବା ଉଚିତ।
  • ଏଭଳି ପରିସ୍ଥିତିରେ ଚିନିଯୁକ୍ତ ପାନୀୟକୁ ସମ୍ପୂର୍ଣ୍ଣରୂପେ ଏଡାଇବା ଉଚିତ।
Advertisment

କ’ଣ ଖାଇବେ:

  • ଶରୀରରୁ ୟୁରିକ୍ ଏସିଡ୍ କମ କରିବା ପାଇଁ ସେଓ ରସ ଏକ ଅତ୍ୟନ୍ତ ଉପକାରୀ। ଏଥିରେ ମେଲିକ୍ ଏସିଡ୍ ଥାଏ ଯାହା କେବଳ ୟୁରିକ୍ ଏସିଡ୍‌କି ଭାଙ୍ଗେ ନାହିଁ ବରଂ ଏହା ଶରୀରରୁ ମଧ୍ୟ ବାହାର କରିଦିଏ।
  • ଆନ୍ଥୋସିୟାନିନ ନାମକ ଏକ ଯୌଗିକରେ ଭରପୂର ଜାମୁ ଅଧିକ ୟୁରିକ୍ ଏସିଡ୍ ଯୋଗୁଁ ହେଉଥିବା ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ହ୍ରାସ କରିବାରେ ସାହାଯ୍ୟ କରେ।
  • ଅଧିକ ଫାଇବର ଯୁକ୍ତ ଖାଇବା ଜରୁରୀ। ଶସ୍ୟଜାତୀୟ ଖାଦ୍ୟ କେବଳ ପୁଷ୍ଟିକର ନୁହେଁ ବରଂ ଫାଇବରରେ ମଧ୍ୟ ଭରପୂର ଥାଏ।
  • ଲେମ୍ବୁ ହେଉଛି ସାଇଟ୍ରିକ୍ ଏସିଡ୍‌ର ଏକ ସମୃଦ୍ଧ ଉତ୍ସ, ଯାହା ଶରୀରରୁ ୟୁରିକ୍ ଏସିଡ୍ ବାହାର କରିବାରେ ସାହାଯ୍ୟ କରେ।

ଆଉ କ’ଣ କରିବେ:

  • ଚର୍ବିଜାତୀୟ ଖାଇବା ଠାରୁ ଦୂରେଇ ରହିବା ଉଚିତ।
  • ମଦ୍ୟପାନରୁ ଦୂରେଇ ରୁହିବା ଜରୁରୀ।
  • ପ୍ରଚୁର ପାଣି ପିଇବା ଆବଶ୍ୟକ।
Health Tips Uric Acid Balance
Advertisment
Advertisment