Advertisment

Vaccine For Children: ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ସୁରକ୍ଷିତ ପ୍ରତିଷେଧକ ଟୀକା ? ଜାଣନ୍ତୁ ଏହା ପଛର ସତ

ଗୁହଗାଓଁ ସ୍ଥିତ ମଦରହୁଡ ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ  ସେଲି ଗୁପ୍ତା କହନ୍ତି, ଭାକ୍ସିନ ଶିଶୁର ରୋଗପ୍ରତିରୋଧକ ଶକ୍ତିକୁ ଆକ୍ଟିଭ କରିବା ସହ ଶରୀରରେ ଏକ ସୁରକ୍ଷା କବଚ ପରି କାମ କରିଥାଏ । ଏହା ଶରୀରରେ ରୋଗକୁ ନିଷ୍କ୍ରିୟ କିମ୍ବା ଦୁର୍ବଳ କରି ଦେଇଥାଏ । ସେତିକି ନୁହେଁ, ଭାକ୍ସିନର ରୋଗ ପ୍ରତିରୋଧକ ପ୍ରଣାଳୀ ପ୍ରକୃତ ରୋଗକୁ ସୃଷ୍ଟି ନ କରି କିପରି ଏହାର ବିପଦକୁ ଚିହ୍ନଟ କରିବ ଏବଂ ଏହାକୁ ପ୍ରଭାବୀ ଢଙ୍ଗରେ ପ୍ରତିକାର କରିବ ତାହା ଶିଖାଇଥାଏ ।

ଅଦ୍ୟତନ ହୋଇଛି
ଶିଶୁଙ୍କ ସୁରକ୍ଷା କବଚ କ’ଣ ଭ୍ୟାକ୍ସିନ ?

ଶିଶୁଙ୍କ ସୁରକ୍ଷା କବଚ କ’ଣ ଭ୍ୟାକ୍ସିନ ?

Advertisment

ସନ୍ତାନ ଜନ୍ମହେଲେ ସରକାରୀ ଡାକ୍ତରଖାନାରେ ଆଗ ଗୋଟିଏ ଭାକ୍ସିନ ଖାତା ବଢାଇ ଦିଆଯାଏ । କେଉଁ ମାସରେ କେଉଁ ଭାକ୍ସିନ ନେବ ତାହାର ହିସାବ ଏଥିରେ ଉଲ୍ଲେଖ ଥାଏ । କାରଣ ଶିଶୁଙ୍କ ପାଇଁ ଭାକ୍ସିନ ନିହାତି ଜରୁରୀ  ।  ଭାକ୍ସିନ ସବୁଠାରୁ ସହଜ ଏବଂ ପ୍ରଭାବଶାଳୀ ପ୍ରକ୍ରିୟା ଯାହା ଦ୍ୱାରା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରୁ ଆମେ ଶିଶୁକୁ ସୁରକ୍ଷା ଦେଇପାରିବା ।  ନବଜାତ ଶିଶୁ ପାଖରେ ରୋଗ ପ୍ରତିରୋଧକ ଶକ୍ତି ଖୁବ କମ ଥାଏ । ଶରୀରରେ ଏହି ରୋଗ ପ୍ରତିରୋଧକ ଶକ୍ତି ସମ୍ପୂର୍ଣ୍ଣ ବୃଦ୍ଧି ହେବାକୁ ଯଥେଷ୍ଟ ସମୟ ଲାଗିଥାଏ ।  ଫଳରେ ବିଭିନ୍ନ ରୋଗ ଏବଂ ଜୀବନବିନାଶକାରୀ ଭୂତାଣୁ ପାଖରେ ପିଲାମାନେ ଦୁର୍ବଳ ହୋଇପଡନ୍ତି । ଏପରି ସ୍ଥିତିରେ ଶିଶୁଙ୍କୁ ବଞ୍ଚାଇବା ପାଇଁ ଭାକ୍ସିନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

Advertisment

ଅଧିକ ପଢନ୍ତୁ: ଜଟିଳ ପରିସ୍ଥିତିରେ ଜଣେ କିପରି ନିଏ ନିଷ୍ପତ୍ତି, କେମିତି କାମ କରେ ମସ୍ତିଷ୍କ...ଖୁଲାସା କଲେ ବୈଜ୍ଞାନିକ

କେମିତି କାମ କରେ ଭାକ୍ସିନ

ଗୁହଗାଓଁ ସ୍ଥିତ ମଦରହୁଡ ହସ୍ପିଟାଲର ନିଓନାଟୋଲଜିଷ୍ଟ ତଥା ଶିଶୁ ରୋଗ ବିଶେଷଜ୍ଞ  ସେଲି ଗୁପ୍ତା କହନ୍ତି, ଭାକ୍ସିନ ଶିଶୁର ରୋଗପ୍ରତିରୋଧକ ଶକ୍ତିକୁ ଆକ୍ଟିଭ କରିବା ସହ ଶରୀରରେ ଏକ ସୁରକ୍ଷା କବଚ ପରି କାମ କରିଥାଏ । ଏହା ଶରୀରରେ ରୋଗକୁ ନିଷ୍କ୍ରିୟ କିମ୍ବା ଦୁର୍ବଳ କରି ଦେଇଥାଏ । ସେତିକି ନୁହେଁ, ଭାକ୍ସିନର ରୋଗ ପ୍ରତିରୋଧକ ପ୍ରଣାଳୀ ପ୍ରକୃତ ରୋଗକୁ ସୃଷ୍ଟି ନ କରି କିପରି ଏହାର ବିପଦକୁ ଚିହ୍ନଟ କରିବ ଏବଂ ଏହାକୁ ପ୍ରଭାବୀ ଢଙ୍ଗରେ ପ୍ରତିକାର କରିବ ତାହା ଶିଖାଇଥାଏ । ଏହା ଶରୀରରେ ଆଣ୍ଟିବଡି ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ଯାହା ଦୀର୍ଘକାଳୀନ ସୁରକ୍ଷା ପ୍ରଦାନ କରିଥାଏ ।

Advertisment

ଟିକାକରଣର ଲାଭ

-ଜୀବନନାଶକାରୀ ରୋଗ ବିରୋଧରେ ଯୋଗାଇଥାଏ ସୁରକ୍ଷା: ମିଳିମିଳା, ପୋଲିଓ, ହେପାଟାଇଟିସ, ହୁପିଂ କାଶ ପରି ରୋଗ ଶିଶୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ଏପରିକି ଏହି ରୋଗ ଅନେକ ସମୟରେ ଜୀବନନାଶକାରୀ ସାବ୍ୟସ୍ତ ହୋଇଥାଏ । ପୋଲିଓ ପରି ରୋଗ ତ ପିଲାଙ୍କୁ ଅକର୍ମଣ୍ୟ କରିଦିଏ । ହେଲେ ଏହି ରୋଗ ପାଇଁ ପ୍ରତିଷେଧକ ବା ଭାକ୍ସିନ ଅମୋଘ ଅସ୍ତ୍ର କହିଲେ ଭୁଲ ହେବନି । ଭାକ୍ସିନ ଏହି ରୋଗରୁ ଶିଶୁଙ୍କ ଜୀବନକୁ ସୁରକ୍ଷିତ କରିଥାଏ ।

-ସାମୁଦାୟିକ ସୁରକ୍ଷା: ଶିଶୁଙ୍କୁ ଟିକାକରଣ କରି ଆପଣ ଏକ ସମୁଦାୟକୁ ସୁରକ୍ଷା ଦେବାରେ ସହଯୋଗ କରୁଛନ୍ତି ବୋଲି ଭାବି ନିଅନ୍ତୁ । କାରଣ ନିଜ ଶିଶୁକୁ ଟୀକା ଦେବା ଦ୍ୱାରା ଯେଉଁମାନେ ଟିକା ନେଇ ନାହାନ୍ତି କିମ୍ବା ଯାହାର ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି ସେମାନଙ୍କ ପାଇଁ ବିପଦ କମ କରିବାରେ ଆପଣ ସାହାଯ୍ୟ କରିଥାନ୍ତି ।

Advertisment

-ଗୁରୁତର ରୋଗର ଆଶଙ୍କା ହ୍ରାସ କରିଥାଏ: ପ୍ରତିଷେଧକ ଟିକା ନେବା ଦ୍ୱାରା ଶିଶୁ ସଂକ୍ରାମକ ରୋଗ ସହ ଲଢିବା ପାଇଁ ଭଲ ଭାବେ ପ୍ରସ୍ତୁତ ହୋଇ ପାରିଥାଏ । ଏହାଦ୍ୱାରା ସେମାନଙ୍କର ଶରୀର ସୁସ୍ଥ ରହିବା ସହ ଉପଯୁକ୍ତ ବିକାଶ ମଧ୍ୟ ହୋଇଥାଏ ।

ଟିକାକରଣ କାର୍ଯ୍ୟସୂଚୀ ପାଳନ କେତେ ଜରୁରୀ

ଡାକ୍ତରଙ୍କ କହିବା ଅନୁଯାୟୀ, ପିଲାଙ୍କୁ ଠିକ ସମୟରେ ଟିକାଦାନ କରିବା ଅତ୍ୟନ୍ତ ଜରୁରୀ । ଡାକ୍ତର ସୁପାରିଶ କରିଥିବା ଟୀକାକରଣ କାର୍ଯ୍ୟସୂଚୀକୁ ଅଭିଭାବକମାନେ ନିହାତି ପାଳନ କରିବା ଉଚିତ । କାରଣ ଠିକ ସମୟରେ ଟିକାଦାନ ଖୁବ ପ୍ରଭାବଶାଳୀ ହୋଇଥାଏ । ଠିକ ସମୟରେ ଭାକ୍ସିନ ଶିଶୁକୁ ଠିକ ଭାବେ ବଢିବାରେ ସହାୟକ ହେବା ସହ ସର୍ବୋତ୍ତମ ସୁରକ୍ଷା ପ୍ରଦାନ କରିଥାଏ ।

ସେ ଆହୁରି ସତର୍କ କରାଇ ଦେଇଥିଲେ, ନିର୍ଦ୍ଧାରିତ ସମୟରେ ଟିକା ନ ଦେଲେ ଶିଶୁଟି ପ୍ରତିରୋଧ ଯୋଗ୍ୟ ରୋଗର ଶିକାର ହୋଇପାରନ୍ତି । ଯଦି କୌଣସି କାରଣରୁ ଟିକାର ଡୋଜ ହାତଛଡା ହୋଇଯାଏ, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି କ୍ୟାଚଅପ ଟିକାର ବ୍ୟବସ୍ଥା କରାଇ ନିଅନ୍ତୁ । ଟିକାକରଣରେ ବିଳମ୍ବ କରିବା ଦ୍ୱାରା ଆପଣଙ୍କ ଶିଶୁର ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇ ଯାଇପାରେ । ତେଣୁ ଠିକ ସମୟରେ ଟିକା ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହନ୍ତି ଡାକ୍ତର ।

ଶିଶୁଙ୍କୁ ଟିକାକରଣ ସତରେ କ’ଣ ସୁରକ୍ଷା ଯୋଗାଇଥାଏ ?

ପ୍ରତିଶେଧକ ଟିକା କହିବାକୁ ଗଲେ ନିରାପଦ  । ଅନୁମୋଦନ ପୂର୍ବରୁ ଏହାକୁ ଅନେକ ପରୀକ୍ଷା ନିରୀକ୍ଷା କରାଯାଇଥାଏ ।  ତା ପରେ ଶିଶୁଙ୍କୁ ଦିଆଯାଇଥାଏ । ଡାକ୍ତର ଶେଲି ଗୁପ୍ତାଙ୍କ କହିବା ଅନୁଯାୟୀ, ଅବଶ୍ୟ ଟିକା ନେବା ପରେ ଏହାର ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥାଏ । ହେଲେ ଏହା ଅସ୍ଥାୟୀ ଏବଂ ଏହା ଶିଶୁଙ୍କ ଶରୀରରେ କୌଣସି ଖରାପ ପ୍ରଭାବ ପକାଇ ନ ଥାଏ । ଯେମିତିକି

-ଟିକା ନେବା ପରେ ସେହି ସ୍ଥାନ ଫୁଲିଯିବା

-ସାମାନ୍ୟ ଜ୍ୱର ହେବା

-ପିଲା କାନ୍ଦିବା, ଚିଡଚିଡା ହେବା କିମ୍ବା ମନୋଭାବରେ ପରିବର୍ତ୍ତନ ହେବା

ଯାହା ବି ହେଉ, ଏହି ସବୁ ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ କ୍ଷଣସ୍ଥାୟୀ । ଭ୍ୟାକ୍ସିନ ଦ୍ୱାରା ମିଳୁଥିବା ସୁରକ୍ଷା ଦୀର୍ଘସ୍ଥାୟୀ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ଠାରୁ କାହିଁ କେତେ ଅଧିକ ଲାଭଦାୟକ। ତେବେ ଟିକାକରଣକୁ ସୁନିଶ୍ଚିତ କରିବା ହେଉଛି ପିତାମାତାଙ୍କ ଦାୟିତ୍ୱ । ପିଲାମାନେ ଠିକ ସମୟରେ ଯେପରି ଟିକା ନେଉଛନ୍ତି କି ନାହିଁ, ପରବର୍ତ୍ତୀ ଟୀକାକରଣ କେବେ, କୌଣସି ଡୋଜରୁ ଶିଶୁ ଯେପରି ବଞ୍ଚିତ ନ ହେବ ଏସବୁର ରେକର୍ଡ ରଖିବା  ପିତାମାତମାନଙ୍କ ଦାୟିତ୍ୱ । ଏସବୁ ସହିତ ପିତାମାତାଙ୍କୁ ନିୟମିତ ବ୍ୟବଧାନରେ ଶିଶୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବାକୁ ପଡ଼ିବ । ଏହାଦ୍ୱାରା ଶିଶୁର ଟିକାକରଣ ଆବଶ୍ୟକତା ଉପରେ ସୂଚନା ପାଇବା ସହ ସେ ସମ୍ପର୍କରେ ନିୟମିତ ଖବର ରଖିପାରିବ ।

ଏପରିକି ଗର୍ଭବତୀ ହେବା ପୂର୍ବରୁ ଜଣେ ମହିଳାଙ୍କ ଟିକାକରଣ ଉପରେ ମଧ୍ୟ ଡାକ୍ତରମାନେ ଗୁରୁତ୍ୱ ଦେଇଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ,  ମହିଳାଙ୍କ ଟିକାକରଣ ଦ୍ୱାରା ସ୍ତନ୍ୟପାନ ସମୟରେ ପ୍ରତିରକ୍ଷା କୋଷଗୁଡିକ ସ୍ଥାନାନ୍ତର ହୋଇପାରିଥାଏ  । ଯଦ୍ୱାରା ଶିଶୁ ଆରମ୍ଭରୁ ସୁରକ୍ଷିତ ବୋଲି ସୁନିଶ୍ଚିତ ହୋଇଥାଏ ।

ଶେଷରେ ଡାକ୍ତର ସେଲି ଗୁପ୍ତା ଏହି ସିଦ୍ଧାନ୍ତରେ ପହଞ୍ଚାଇଥିଲେ ଯେ,  " ପିଲାର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ଦିଗରେ ପ୍ରତିଷେଧକ ଟିକା ବା ଭାକ୍ସିନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।  ଟିକାକରଣ ଦ୍ୱାରା ପିଲାଙ୍କୁ ଜୀବନଘାତକ ରୋଗରୁ ସୁରକ୍ଷା ମିଳିଥାଏ । ଭାକ୍ସିନ ଗୁରୁତର ରୋଗର ବିପଦକୁ ହ୍ରାସ କରିଥାଏ ।  ଯଦି ଶିଶୁର ଟିକାକରଣରେ ଆପଣ ଅବହେଳା କରୁଥାନ୍ତି ତେବେ ଆଜି ହିଁ ଆପଣ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ସୁପାରିଶ କରାଯାଇଥିବା ଟୀକାକରଣ କାର୍ଯ୍ୟସୂଚୀ ଆପଣଙ୍କ ଶିଶୁ ପାଳନ କରୁଥିବା ନେଇ ନିଶ୍ଚିତ କରନ୍ତୁ । କାରଣ ଆଜିର ଏଇ ଛୋଟ ପଦକ୍ଷେପ ଆପଣଙ୍କ ପିଲାର ଭବିଷ୍ୟତ ସ୍ୱାସ୍ଥ୍ୟରେ ଏକ ବଡ଼ ପରିବର୍ତ୍ତନ ଆଣିପାରେ।

ଅଧିକ ପଢନ୍ତୁ: କିପରି ସଫା ହୁଏ ମହାକାଶଚାରୀଙ୍କ ପୋଷାକ ? କେଉଁଠୁ ଆସେ ଏତେ ପାଣି ?

Health Tips Children Immunisation Vaccine Children
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ