Navjot Kaur Sidhu Got Cured Of Stage 4 Cancer: କ୍ୟାନସର ସହ ଲଢ଼ିଲେ ଆଉ ଜିତିଲେ ସିଦ୍ଧୁଙ୍କ ପତ୍ନୀ; ସେୟାର କଲେ ଡାଏଟ ପ୍ଲାନ୍...

ସାମ୍ନାକୁ ଆସିଛି ନବଜ୍ୟୋତ ସିଂ ସିଦ୍ଧୁଙ୍କ ପତ୍ନୀଙ୍କ କ୍ୟାନସର୍ ସହ ସଂଘର୍ଷର ପ୍ରେରଣାଦାୟୀ କାହାଣୀ । ଯେଉଁଠି ପ୍ରାୟ ଦୁଇ ବର୍ଷ ଧରି କ୍ୟାନସର ସହ କେମିତି ମୁହୂର୍ତ୍ତ ଲଢ଼ିଥିଲେ ସିଦ୍ଧୁ । 

How Navjot Kaur Sidhu got cured of Stage 4 cancer

କ୍ୟାନସର ସହ ଲଢ଼ିଲେ ଆଉ ଜିତିଲେ । ସାମ୍ନାକୁ ଆସିଛି ନବଜ୍ୟୋତ ସିଂ ସିଦ୍ଧୁଙ୍କ ପତ୍ନୀଙ୍କ କ୍ୟାନସର୍ ସହ ସଂଘର୍ଷର ପ୍ରେରଣାଦାୟୀ କାହାଣୀ । ଯେଉଁଠି ପ୍ରାୟ ଦୁଇ ବର୍ଷ ଧରି କ୍ୟାନସର ସହ କେମିତି ମୁହୂର୍ତ୍ତ ଲଢ଼ିଥିଲେ ସିଦ୍ଧୁ । ଆଉ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ନଭଜୋତ୍ ସିଂ ସିଦ୍ଧୁଙ୍କ ପ୍ରେସକନଫେନ୍ସର ଏକ ଭିଡିଓ କ୍ଲିପ । 

ଯେଉଁଥିରେ ସେ ଭାବ ପ୍ରବଣ ହୋଇ କହୁଛନ୍ତି କେମିତି ଶୃଙ୍ଖଳିତ ଆହାର ଅଭ୍ୟାସ ବା ପ୍ରପ୍‌ର ଡାଏଟ ପ୍ଲାନ୍ ତାଙ୍କ ପତ୍ନୀଙ୍କୁ କ୍ୟାନସର ଚିକିତ୍ସା ସହ ଏଥିରୁ ଶୀଘ୍ର ମୁକ୍ତି ମିଳିବା ନେଇ ବରଦାନ ପାଲଟିଛି । 

ଅଧିକ ପଢନ୍ତୁ: Health Tips: ବିଲ-ବାଡିରେ ଏହି ଘାସ ଦେଖିଲେ ନେଇଆସନ୍ତୁ; ମଧୁମେହ-ଆଜ୍‌ମା ପାଇଁ ଭାରି ଉପକାରୀ

ସିଦ୍ଧୁଙ୍କ କହିବା ଅନୁଯାୟୀ, ପାଖାପାଖି ୧ ବର୍ଷ ହେବ ତାଙ୍କ ପତ୍ନୀ କ୍ୟାନସର ରୋଗରେ ପୀଡ଼ିତ ଥିଲେ । ଏମିତିକି ତାଙ୍କ ବଞ୍ଚିବା ନେଇ ଷ୍ଟେଜ୍‌ ଥ୍ରୀ କ୍ୟାନସରରେ ଡାକ୍ତର ବି ଆଶା ଛାଡ଼ି ଦେଇଥିଲେ । କିନ୍ତୁ ଆଶା ଛାଡ଼ିନଥିଲେ ସିଦ୍ଧୁ ଓ ତାଙ୍କ ପତ୍ନୀ । ତାଙ୍କୁ କ୍ୟାନସର ହୋଇଛି ବୋଲି ତାଙ୍କ ପୁଅ ବିବାହର କିଛି ଦିନପରେ ଜଣା ପଡ଼ିଥିଲା । ହେଲେ ସେ ସାହାସ ଓ ବିଶ୍ବାସ ହାରି ନଥିଲେ ବୋଲି କହିଛନ୍ତି ସିଦ୍ଧୁ । 

ସିଦ୍ଧୁ ଆହୁରି ବି କହିଛନ୍ତି ଯେ, ତାଙ୍କ ପତ୍ନୀଙ୍କର କ୍ୟାନ୍‌ସର୍‌ ଚିକିତ୍ସା ବହୁ ସମୟ ସରକାରୀ ମେଡ଼ିକାଲରେ ହୋଇଛି । ପଟିଆଲାରେ ଥିବା ସରକାରୀ ରାଜେନ୍ଦ୍ର ମେଡ଼ିକାଲ କଲେଜରେ ହିଁ ଚିକିତ୍ସା ହେଉଥିଲେ । ଯାହାକି ମାତ୍ର କିଛି ଲକ୍ଷ ଟଙ୍କା ମଧ୍ୟରେ ଖର୍ଚ୍ଚ ହୋଇଛି । ସେ କେବଳ କ୍ୟାନ୍‌ସର୍‌କୁ ନୁହେଁ ବରଂ ପଇସାକୁ ମଧ୍ୟ ହରାଇଛନ୍ତି କାରଣ ତାଙ୍କର ଜୀବନଶୈଳୀରେ ଶୃଙ୍ଖଳିତ ଆହାର ଅଭ୍ୟାସ ବା ପ୍ରପ୍‌ର ଡାଏଟ ପ୍ଲାନ୍ ପାଇଁ ଏମିତି ହୋଇଛି । କ୍ୟାନ୍‌ସର୍‌କୁ ସରକାରୀ ମେଡ଼ିକାଲରେ ଚିକିତ୍ସା କରାଯାଇ ପାରିବ ବୋଲି ମଧ୍ୟ କହିଛନ୍ତି । 

 

ଏମିତିକି କେମିତି ସୁସ୍ଥ ହେଲେ ଉଭୟ ସ୍ବାମୀ-ସ୍ତ୍ରୀ ସେୟାର କରିଛନ୍ତି ନିଜର ଜୀବନଶୈଳୀ । ତାଙ୍କ ଦୈନଦିନ ଜୀବନରେ ଲେମ୍ବୁ ପାଣି , କାଞ୍ଚା ହଳଦି , ନିମ୍ବ ପତ୍ର ଓ ତୁଳସୀ ଖାଉଥିଲେ ବୋଲି କହିଛନ୍ତି । କଖାରୁ, ଡାଳିମ୍ବ ଓ ଅଳାଁରୁ ପ୍ରସ୍ତୁତ ଜୁସ୍‌ ପ୍ରତ୍ୟେକ ଦିନ ପିଉଥିଲେ । ନଡ଼ିଆ ତେଲରୁ ପ୍ରସ୍ତୁତ ଖାଇବା ଖାଉଥିଲେ । ସକାଳୁ ତେଜପତ୍ର , ଲବଙ୍ଗ , ଗୁଡ଼ରୁ ପ୍ରସ୍ତୁତ ଚା’ ପିଉଥିଲେ ବୋଲି କହିଛନ୍ତି । 

ଅଧିକ ପଢନ୍ତୁ:Nutrition: କେଉଁ ଋତୁରେ କ’ଣ ଖାଇବେ, ଜାଣନ୍ତୁ ଶରୀର ଉପରେ ଏହାର କ’ଣ ପ୍ରଭାବ