Advertisment

Headache: ଅତ୍ୟଧିକ ଗ୍ୟାସ୍‌ କାରଣରୁ ମୁଣ୍ଡବିନ୍ଧା ହେଉଛି କି? ଆପଣାନ୍ତୁ ଏହି ଉପାୟ...

ପରିବର୍ତ୍ତିତ ଜୀବନଶୈଳୀ ବିଭିନ୍ନ ରୋଗର କାରଣ । ବଦଳିଛି ଲାଇଫ୍‌ଷ୍ଟାଇଲ, ବଢୁଛି ରୋଗ । ଗ୍ୟାସ୍‌ ଓ ମୁଣ୍ଡବିନ୍ଧା ବହୁ ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଏଥିରୁ ମୁକ୍ତି ପାଇବା ପାଇଁ ଜାଣନ୍ତୁ କିଛି ଘରୋଇ ଉପାୟ ।

ଅଦ୍ୟତନ ହୋଇଛି
Headache

Headache

Advertisment

ଆଜିକାଲି ପରିବର୍ତ୍ତିତ ଜୀବନଶୈଳୀ ଅନେକ ରୋଗର କାରଣ ସାଜିଛି । ଗ୍ୟାସ୍‌ ଓ ମୁଣ୍ଡବିନ୍ଧା ଅନେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଚିନ୍ତାର କାରଣ ସାଜିଛି । ଅତ୍ୟଧିକ ଗ୍ୟାସ୍‌ ହେଲେ ମୁଣ୍ଡବିନ୍ଧା ମଧ୍ୟ ହୋଇଥାଏ । ବିଶେଷ କରି, ଖାଦ୍ୟ ଖାଇବାର ସମୟ ଠିକ୍ ନରହିଲେ ଏହି ସମସ୍ୟା ଦେଖାଦିଏ । ଆସନ୍ତୁ ଜାଣିବା ଏଥିରୁ ମୁକ୍ତି ପାଇବାର ସହଜ ଉପାୟ । 

Advertisment

ଗ୍ୟାସ୍ କାରଣରୁ କାହିଁକି ହୁଏ ମୁଣ୍ଡବିନ୍ଧା?
ଏହା ଏକ ପ୍ରକାର ଗ୍ୟାଷ୍ଟ୍ରୋ-ଇଣ୍ଟେଷ୍ଟାଇନାଲ୍ ସମସ୍ୟା । ଏହି ସମସ୍ୟା ଗ୍ୟାସ୍‌ ଓ ଏସିଡିଟିର କାରଣ ହୋଇପାରେ । ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସବୁ ଜଡିତ ରହିଥିବାରୁ ଗ୍ୟାସ୍‌ କାରଣରୁ ମୁଣ୍ଡବିନ୍ଧା ହୋଇଥାଏ । 

ଲେମ୍ବୁ ପାଣି:
ଲେମ୍ବୁ ମୁଣ୍ଡବିନ୍ଧାରୁ ଆଶ୍ୱସ୍ତି ଦେଇଥାଏ । କାରଣ ଲେମ୍ୱୁର ଆଣ୍ଟି-ଇମ୍ପଫ୍ଲେମେଟୋରୀ ଗୁଣ ରହିଛି । ସାମାନ୍ୟ ଗରମ ପାଣିରେ ଲେମ୍ବୁ ରସ ମିଶାଇ ପିଇବା ଦ୍ୱାରା ଆରାମ ମିଳିଥାଏ ।

Advertisment

ଦହି ସରବତ:
ଘୋଳଦହି ସରବତ ମଧ୍ୟ ଗ୍ୟାସ କାରଣରୁ ହେଉଥିବା ମୁଣ୍ଡବିନ୍ଧାକୁ କମ୍‌ କରିଥାଏ ।

ଜଳୀୟାଂଶ ଅଧିକ ରହିବା ଦରକାର:
ପାଣି କମ୍ ପିଇବା ଦ୍ୱାରା ଗ୍ୟାସ୍‌ ସମସ୍ୟା ହୋଇଥାଏ । ତେଣୁ ଅଧିକ ପାଣି ବି ଶରୀରକୁ ହାଇଡ୍ରେଟେଡ୍‌ ରଖିଲେ ଏହି ସମସ୍ୟାରୁ ମୁକ୍ତି ମିଳିବ । 

Advertisment

ତୁଳସୀ ପତ୍ର:
୭-୮ଟି ତୁଳସୀ ପତ୍ର ଖାଇବା ଦ୍ୱାରା ମୁଣ୍ଡବିନ୍ଧା କମିଥାଏ । ଏହାଦ୍ୱାରା ମାଂସପେଶୀକୁ ଆରାମ ମିଳିଥାଏ । 
(ବି.ଦ୍ର-ଏହା କେବଳ ସୂଚନା ପାଇଁ । କୌଣସି ରୋଗ ହେଲେ ଅଧିକ ତଥ୍ୟ ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ)

Headache Headache Relief Gastric Problem Solution Home Remedies
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ