Advertisment

HMPV UPDATE: ଆସିନାହିଁ ଗାଇଡଲାଇନ୍, ଆଗରୁ ଏହି ଭାଇରସ୍ ନେଦରଲ୍ୟାଣ୍ଡରେ ଚିହ୍ନଟ ହୋଇଥିଲା

ଯେତେବେଳେ କେନ୍ଦ୍ର ସରକାରଙ୍କ ଠାରୁ ଯେଉଁ ଆଡଭାଇଜରି ଆସିବ, ସେହି ଅନୁସାରେ ପଦକ୍ଷେପ ନିଆଯିବ । କୋଭିଡ ଆମକୁ ବହୁତ୍ ଜିନିଷ ଶିଖାଇ ଦେଇଛି । ଆମର ସ୍ଵାସ୍ଥ୍ୟ ବ୍ୟବସ୍ଥା ପୂର୍ବ ତୁଳନାରେ ଅଧିକ ସୁଦୃଢ଼ ହୋଇଛି । HMPV ପରୀକ୍ଷା ଲାଗି ଆମର ଭୁବନେଶ୍ଵର AIIMS ଓ ICMR- RMRCରେ ବ୍ୟବସ୍ଥା ଅଛି । ସୁତରାଂ ଜନସାଧାରଣ ଆତଙ୍କିତ ହେବାର କୌଣସି କାରଣ ନାହିଁ।

ଅଦ୍ୟତନ ହୋଇଛି
ନୂଆ ଭାଇରସକୁ ନେଇ ସରକାର କହିଲେ ଏମିତି

ନୂଆ ଭାଇରସକୁ ନେଇ ସରକାର କହିଲେ ଏମିତି

Advertisment

ହ୍ୟୁମାନ ମେଟାନିମୋ ଭାଇରସ ବା HMPV ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚୀନରୁ HMPV ନେଇ ଆସୁଥିବା ଖବରକୁ WHO ଏପର୍ଯ୍ୟନ୍ତ ସ୍ପଷ୍ଟ କରିନି । ଭାରତ ସରକାର ମଧ୍ୟ ଏନେଇ କୌଣସି ଆଡଭାଇଜରି ଜାରି କରିନାହାନ୍ତି । ତେବେ ଯେକୌଣସି ସ୍ଵାସ୍ଥ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ।

Advertisment

ଯେତେବେଳେ କେନ୍ଦ୍ର ସରକାରଙ୍କ ଠାରୁ ଯେଉଁ ଆଡଭାଇଜରି ଆସିବ, ସେହି ଅନୁସାରେ ପଦକ୍ଷେପ ନିଆଯିବ । କୋଭିଡ ଆମକୁ ବହୁତ୍ ଜିନିଷ ଶିଖାଇ ଦେଇଛି । ଆମର ସ୍ଵାସ୍ଥ୍ୟ ବ୍ୟବସ୍ଥା ପୂର୍ବ ତୁଳନାରେ ଅଧିକ ସୁଦୃଢ଼ ହୋଇଛି । HMPV ପରୀକ୍ଷା ଲାଗି ଆମର ଭୁବନେଶ୍ଵର AIIMS ଓ ICMR- RMRCରେ ବ୍ୟବସ୍ଥା ଅଛି । ସୁତରାଂ ଜନସାଧାରଣ ଆତଙ୍କିତ ହେବାର କୌଣସି କାରଣ ନାହିଁ।

ତେବେ ଏହି ଭୂତାଣୁ ଏକ ନୂଆ ଭୂତାଣୁ ନୁହେଁ। ପୂର୍ବରୁ ଥିଲା ଓ ରହିଛି । ଏହାକୁ ନେଇ ଡରିବାର ନାହିଁ ବୋଲି ଦୁଇ ଦିନ ତଳେ ଭାରତ ସରକାରଙ୍କ ସ୍ଵାସ୍ଥ୍ୟ ସେବା ମହାନିର୍ଦ୍ଦେଶକ କହିଛନ୍ତି। ଉଲ୍ଲେଖନୀୟ ବିଷୟଟି ହେଉଛି, ୨୦୦୧ ମସିହାରୁ ଏହି ଭାଇରସ ନେଦରଲ୍ୟାଣ୍ଡରେ ଚିହ୍ନଟ ହୋଇଥିଲା ଏବଂ ବିଭିନ୍ନ ସମୟରେ ଭାରତରେ ମଧ୍ୟ ଚିହ୍ନଟ ହୋଇଛି ।

Advertisment

ସୂଚନା ଅନୁସାରେ ଏବେ ଚୀନରେ ଆତଙ୍କ ଖେଳାଇଛି ଏହି ନୂଆ ଭାଇରସ୍ । ଏହାର ଲକ୍ଷଣ ମଧ୍ୟ ଫ୍ଲୁ ଓ କୋଭିଡ୍ ଭଳି ବୋଲି କୁହାଯାଉଛି । ଆକ୍ରାନ୍ତଙ୍କ ଠାରେ କାଶ, ଜ୍ବର, ନାକ ବନ୍ଦ, ନିଶ୍ବାସ-ପ୍ରଶ୍ବାସ ବେଳେ ହ୍ବିସିଲ୍ ବାଜିବା ଭଳି ଶବ୍ଦ ହେବା ଏବଂ ଜଟିଳ କ୍ଷେତ୍ରରେ ବ୍ରୋଙ୍କାଇଟିସ୍ କିମ୍ବା ନିମୋନିଆ ଭଳି ଲକ୍ଷଣ ପ୍ରକାଶ ପାଉଛି । ଛୋଟ ପିଲା ଏବଂ ବୃଦ୍ଧମାନଙ୍କ ମଧ୍ୟରେ HMPV ସଂକ୍ରମଣ ଗୁରୁତର ହୋଇପାରେ । ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କଠାରେ ଏହି ଭାଇରସ୍ ଗୁରୁତର ରୋଗ ସୃଷ୍ଟି କରିପାରେ ।

ବିଶେଷଜ୍ଞମାନେ ମଧ୍ୟ HMPV ପାଇଁ ଆଣ୍ଟିଭାଇରାଲ୍ ବ୍ୟବହାର କରିବାକୁ ମନା କରିଛନ୍ତି । ବର୍ତ୍ତମାନ HMPV ଭାଇରସ୍ ପାଇଁ କୌଣସି ଟିକା ଆସିନାହିଁ ।  

Advertisment
Odisha China Health Department HMPV Virus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ