Advertisment

HIV Spreading in Hostels: ଛାତ୍ରାବାସରେ HIVର ବିସ୍ଫୋରଣ; ବଢୁଛି ପୁରୁଷ-ପୁରୁଷ ଅସୁରକ୍ଷିତ ଯୌନ ସଂପର୍କ !

ସୂଚନା ଅନୁସାରେ, ପୁରୁଷଙ୍କ ମଧ୍ୟରେ ସମଲିଙ୍ଗୀ ଯୌନ ସଂପର୍କ ରାଜ୍ୟରେ ଏଡ୍ସ ପ୍ରାଦୁର୍ଭାବ ବଢ଼ିବା ପଛର ଅନ୍ୟତମ କାରଣ ସାଜିଛି। ଅସୁରକ୍ଷିତ ଦେହସୁଖ ପାଇଁ ଏବେ ବିପଦରେ ଯୁବପିଢି।

HIV Spreading

HIV Spreading

Advertisment

ହଷ୍ଟେଲରେ ମାତୁଛି ଏଡସ୍। କାରଣ ଜାଣିଲେ ହୁଏତ ଆପଣଙ୍କ ହୋସ୍ ଉଡ଼ିଯିବ। ଡ୍ରଗ୍ସ ଅପେକ୍ଷା ଏବେ କାଳେ ଯୁବପିଢ଼ିଙ୍କୁ ଘାରିଛି ସମଲିଙ୍ଗୀ ସଂପର୍କ ନିଶା। ହଷ୍ଟେଲ ଓ ମେସ୍ ଗୁଡ଼ିକରେ ପୁରୁଷ-ପୁରୁଷ ଅସୁରକ୍ଷିତ ଯୌନ ସଂପର୍କ ଯୋଗୁଁ ମାରାତ୍ମକ ସଂକ୍ରମଣ କାୟା ମେଲାଉଥିବା ବେଳେ, ଏଦିଗରେ ନା ସଚେତନ ସରକାର ନା ସତର୍କରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ।

Advertisment

ହଷ୍ଟେଲ୍ ସାଜିଛି ଏଡ୍ସ ହଟସ୍ପଟ୍ ! ଛାତ୍ରାବାସରେ HIVର ବିସ୍ଫୋରଣ ! ଅପ୍ରାକୃତିକ ଯୌନ ନିଶାରେ ମାତିଛନ୍ତି ଯୁବପିଢ଼ି ! ବଢୁଛି ପୁରୁଷ-ପୁରୁଷ ଅସୁରକ୍ଷିତ ଯୌନ ସଂପର୍କ ! ନଜର ପକାନ୍ତୁ ଚାଞ୍ଚଲ୍ୟକର ତଥା ଉଦବେଗଜନକ ତଥ୍ୟ ଉପରେ। ସୂଚନା ଅନୁସାରେ, ପୁରୁଷଙ୍କ ମଧ୍ୟରେ ସମଲିଙ୍ଗୀ ଯୌନ ସଂପର୍କ ରାଜ୍ୟରେ ଏଡ୍ସ ପ୍ରାଦୁର୍ଭାବ ବଢ଼ିବା ପଛର ଅନ୍ୟତମ କାରଣ ସାଜିଛି। ଅସୁରକ୍ଷିତ ଦେହସୁଖ ପାଇଁ ଏବେ ବିପଦରେ ଯୁବପିଢି। ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରାବାସରେ ପୂର୍ବରୁ ଡ୍ରଗ୍ସ ଚିନ୍ତାର କାରଣ ସାଜିଥିଲା। ହେଲେ ଏବେ ସ୍ଥିତି ଆହୁରି ସାଂଘାତିକ। ଏବେ ହଷ୍ଟେଲ ଓ ମେସ୍ ଗୁଡ଼ିକରେ ମାଳ ମାଳ ପିଲା ଏଡସ୍ ସଂକ୍ରମିତ ବୋଲି ଜଣାପଡ଼ିଛି। ଅପ୍ରାକୃତିକ ଯୌନ ସଂପର୍କ ଆଡ଼କୁ ଅଧିକ ଆକର୍ଷିତ ହେଉଛନ୍ତି ରାଜ୍ୟର ଯୁବା। ବଏଜ୍ ହଷ୍ଟେଲ ଓ ମେସ୍ ଏହାର ଚରା ଭୂଇଁ ପାଲଟିଥିବା ବେଳେ, ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ରିପୋର୍ଟ ଅନୁଯାୟୀ, ମୋଟ୍ ଏଚଆଇଭି ସଂକ୍ରମଣର ୪୦ ପ୍ରତିଶତରୁ ଅଧିକ ହେଉଛନ୍ତି ଯୁବଗୋଷ୍ଠୀ। ଏହା ଭିତରୁ ଅଧିକାଂଶ ୧୯ରୁ ୩୫ ବର୍ଷୀୟ ଛାତ୍ର ବୋଲି ଜଣାପଡିଛି। ହେଲେ ଏଦିଗରେ ସରକାର କେତେ ସଚେତନ, ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ କେତେ ସତର୍କ, ତାକୁ ନେଇ ପ୍ରଶ୍ନ ଉଠିଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଚିଠିରେ ସ୍ପଷ୍ଟ ଲେଖାଯାଇଛି- ରାଜ୍ୟର ଯୁବଗୋଷ୍ଠୀ ଏବେବି ଏଚ୍ଆଇଭି-ଏଡ୍ସ ପ୍ରବଣ। କିନ୍ତୁ କାହିଁକି ? କାହିଁକି ଯୁଗ ଆଗେଇଥିଲେ ବି ଚେତୁନାହାନ୍ତି ଯୁବପିଢ଼ି ? କାହିଁକି ଛାତ୍ରାବାସରେ ବଢ଼ିବାରେ ଲାଗିଛି ସମଲିଙ୍ଗୀ ସଂପର୍କ ? ସଚେତନତାର ଅଭାବ, ସାଙ୍ଗସାଥୀଙ୍କ ଚାପ, ଯୁବାବସ୍ଥା ଅନୁକୂଳ ସ୍ବାସ୍ଥ୍ୟସେବା ନମିଳିବା ଆଦି ଯୁବପିଢ଼ିଙ୍କୁ ଏହି ମାରାତ୍ମକ ସଂକ୍ରମଣ ମୁହଁକୁ ଠେଲି ଦେଉଛି ବୋଲି ଚିଠିରେ ଦର୍ଶାଯାଇଛି। ଏଥିପାଇଁ ସ୍ପୋର୍ଟସ୍ ହଷ୍ଟେଲ ସମେତ ବିଭିନ୍ନ ସ୍ଥାନରେ ସଚେତନଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରିବାକୁ କୁହାଯାଇଛି। ଏଚଆଇଭି-ଏଡ୍ସ କଥା ଦେଖିଲେ, ପୂର୍ବରୁ ଚିନ୍ତା ବଢାଉଥିଲେ ଦାଦନ ଶ୍ରମିକ। ଏଦିଗରେ ସବୁଠୁ ଆଗରେ ଥିଲା ଗଂଜାମ ଜିଲ୍ଲା। ଏହା ପଛକୁ କଟକ ଓ ଖୋର୍ଦ୍ଧା ଜିଲ୍ଲା। ଏବେ କିନ୍ତୁ ତଥ୍ୟ କହୁଛି ଖୋର୍ଦ୍ଧା ଜିଲ୍ଲାରେ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହାର ପ୍ରମୁଖ କାରଣ ଅପ୍ରାକୃତିକ ଓ ଅସୁରକ୍ଷିତ ଯୌନ ସଂପର୍କ ବୋଲି କହିଛନ୍ତି ଏଡ୍ସ ସଚେତନତା କ୍ଷେତ୍ରରେ କାର୍ଯ୍ୟରତ ସାମାଜିକ କର୍ମୀ। ଏପରିକି ଯୁବପିଢ଼ି କିନ୍ନରଙ୍କ ସହ ବି ସଂପର୍କ ରଖୁଥିବା ଜଣାପଡ଼ିଛି।

Advertisment

ତଥ୍ୟ କହୁଛି- ଗତ ଜୁଲାଇ ସୁଦ୍ଧା ରାଜ୍ୟରେ ମୋଟ୍ ୬୫ ହଜାର ୨୧୪ ଏଚଆଇଭି ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୨୬ ହଜାର ୭୩୭ ଜଣ ଯୁବକ। ଏଥିରୁ ପ୍ରାୟ ୪ ହଜାର ଜଣଙ୍କର ପରିଚୟ ସରକାରଙ୍କୁ ବି ଜଣାନଥିବା ସୂଚନା ମିଳିଛି।

Health Department AIDS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ