Advertisment

ଆପଣାନ୍ତୁ ଏହି ବ୍ୟୁଟି ଟିପ୍ସ, ଚମକିବ ଚେହେରା

ପାଣିପାଗ ଯାହା ହେଉନା କାହିଁକି, ଚର୍ମ ସମସ୍ୟା ଦେଖାଦେଇଥାଏ । ସାଧାରଣତଃ ଆମେ ଦିନରେ ଚର୍ମର ଯତ୍ନ ନେଇଥାଉ । କିନ୍ତୁ ରାତିରେ ସ୍କିନର ଯତ୍ନ ଏତେ ଭଲଭାବେ ଧ୍ୟାନ ଦିଅନ୍ତି ନାହିଁ । ତେବେ ଏନେଇ ଆଜି ଜାଣିବା କିଛି ବିଉଟି ଟିପ୍ସ ...

ଅଦ୍ୟତନ ହୋଇଛି
Shiny face

Shiny face

Advertisment

ଚର୍ମ ଏବଂ କେଶକୁ ସୁସ୍ଥ ଏବଂ ଉଜ୍ଜ୍ୱଳ ରଖିବା ପାଇଁ, ଆପଣ ରାତିରେ ଶୋଇବା ପୂର୍ବରୁ କିଛି ବିଶେଷ ଟିପ୍ସ ଅନୁସରଣ କରିପାରିବେ । ତେବେ ଚାଲନ୍ତୁ ଜାଣିବା ରାତିରେ ଚର୍ମର ଯତ୍ନ ନେବା ପାଇଁ କିଛି ଟିପ୍ସ ।

Advertisment

ଶୋଇବା ପୂର୍ବରୁ ଲଗାନ୍ତୁ ଫେସ୍ ପ୍ୟାକ୍ :

  • ଏଥିପାଇଁ ଏକ ପାତ୍ରରେ ୪ ଚାମଚ ଆଲୋଭେରା ଜେଲ୍, ୧ ଚାମଚ ଜୋଜୋବା ତେଲ, ୧/୨ ଚାମଚ ହଳଦୀ ପାଉଡର ଏବଂ ୨-୩ ବୁନ୍ଦା କୌଣସି ଅତ୍ୟାବଶ୍ୟକ ତେଲ ମିଶାନ୍ତୁ ।
  • ପ୍ରସ୍ତୁତ ପେଷ୍ଟକୁ ହାଲୁକା ହାତରେ ମୁହଁ ଏବଂ ବେକରେ ଲଗାନ୍ତୁ । ତା’ପରେ ଶୋଇବାକୁ ଯାଆନ୍ତୁ ।
  • ସକାଳେ ପାଣିରେ ଭଲ ଭାବରେ ମୁହଁକୁ ଧୋଇ ଦିଅନ୍ତୁ । ଏହା ଡେଡ୍ ସ୍କିନ୍ ସେଲ୍ସକୁ ଭଲ କରିବା ସହିତ ଚର୍ମକୁ ଭିତରୁ ପୋଷଣ ଦେଇଥାଏ ।

ବ୍ରଣ ସମସ୍ୟା ପାଇଁ :

pimples in facepimples in face
  • ଏଥିପାଇଁ ଏକ ପାତ୍ରରେ ୪ ଚାମଚ ଆଲୋଭେରା ଜେଲ୍ ଏବଂ ୨-୩ ବୁନ୍ଦା ଟୀ- ଟ୍ରୀ ଅଏଲ୍ ମିଶାନ୍ତୁ ।
  • ଏହି ପେଷ୍ଟକୁ ୫ ମିନିଟ୍ ପାଇଁ ମୁହଁରେ ମାଲିସ୍ କରିବା ପରେ ଶୋଇପଡନ୍ତୁ ।
  • ସକାଳେ ସତେଜ କିମ୍ବା ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ ।
  • ଏହାକୁ କିଛି ଦିନ କ୍ରମାଗତ ଭାବରେ ଲଗାଇଲେ ମୁହଁରେ ଦାଗ, ବ୍ରଣ ଇତ୍ୟାଦି ସମସ୍ୟା ଦୂର ହୋଇଥାଏ ।
Advertisment

ଘନ ଏବଂ ସୁନ୍ଦର କେଶ ପାଇଁ :

  • ଏଥିପାଇଁ ଏକ ପାତ୍ରରେ ୧/୪ କପ୍ ଆଲୋ ଭେରା ଜେଲ୍, ୧ କପ୍ ପିଆଜ ରସ ଏବଂ ୧୦ ଟି ବୁନ୍ଦା ଆପଣଙ୍କ ପ୍ରିୟ ତେଲ ମିଶାନ୍ତୁ ।
  • ପ୍ରସ୍ତୁତ ମିଶ୍ରଣକୁ କେଶରେ ମାଲିସ୍ କରନ୍ତୁ ।
  • ପରେ, କେଶକୁ ସାୱାର କ୍ୟାପରେ ଘୋଡାଇ ଶୋଇପଡନ୍ତୁ ।
  • ଏହାକୁ ସପ୍ତାହରେ ୨ ଥର ଲଗାଇଲେ କେଶ ଝଡ଼ିବାର ସମସ୍ୟାରୁ ମୁକ୍ତି ମିଳିଥାଏ ।
  • ଏଥିସହିତ କେଶ ମଧ୍ୟ ମୋଟା ଏବଂ ନରମ ହୋଇଥାଏ ।
your feet look shinyyour feet look shiny

ପାଦ ଫାଟୁଥିଲେ :

ଏକ ପାତ୍ରରେ ୨ ଚାମଚ ଶିଆ ବଟର ଏବଂ ୩ ଚାମଚ ଆଲୋ ଭେରା ଜେଲ୍ ମିଶାନ୍ତୁ । ପ୍ରସ୍ତୁତ ପେଷ୍ଟକୁ ପାଦରେ ମାଲିସ୍ କରି ଲଗାନ୍ତୁ । ଏହାକୁ ରାତିରେ ଛାଡିଦିଅନ୍ତୁ । ସକାଳେ ସଫା ପାଣିରେ ଧୋଇ ଦିଅନ୍ତୁ । ଏହାକୁ କରିବା ଦ୍ୱାରା ପାଦ ଫାଟୁଥିବା ସମସ୍ୟା ଦୂର ହୋଇଥାଏ ।

Advertisment
Health News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ