Advertisment

Health Tips: କୋଷ୍ଠକାଠିନ୍ୟରୁ ତୁରନ୍ତ ମୁକ୍ତି ଦେବ ସଜନା ଛୁଇଁ; ଜାଣନ୍ତୁ କେଉଁମାନେ ଖାଇବେ ନାହିଁ

ସଜନା ଛୁଇଁ ଖାଇବା ଦ୍ୱାରା ଅନେକ ଗମ୍ଭୀର ରୋଗରୁ ମୁକ୍ତି ମିଳିପାରେ। ସଜନା ଛୁଇଁ କ୍ୟାଲ୍‌ସିୟମ୍, ଫସ୍‌ଫରସ୍, ଆଇରନ୍ ଏବଂ ପୋଟାସିୟମ୍ ପରି ଅନେକ ପୋଷକ ତତ୍ତ୍ୱରେ ଭରପୂର। କିନ୍ତୁ ଗର୍ଭବତୀ ମହିଳାଙ୍କ ପାଇଁ ଏହା କ୍ଷତିକାରକ ହୋଇପାରେ।

author-image
Pramod Behera
ଅଦ୍ୟତନ ହୋଇଛି
Health benefits and side effects of drumsticks

Health benefits and side effects of drumsticks

ଆଜିକାଲି ଜୁଆଡେ ଦେଖ ସଜନା ଗଛ ସାରା ଓହଳିଛି ଛୁଇଁ। ହାଟ ବଜାରରେ ମଧ୍ୟ ବିଡା ବିଡା ସଜନା ଛୁଇଁ। ଆପଣ ଯଦି ସମ୍ବର କରୁଛନ୍ତି ଆଉ ସେଥିରେ ସଜନା ନାହିଁ ତେବେ ସେ କି ସମ୍ବର। ଏନେଇ ଅଧିକାଂଶ ଲୋକ ସମ୍ବରରେ ସଜନା ବ୍ୟବହାର କରନ୍ତି।

Advertisment

ସଜନା କେବଳ ସମ୍ବରର ସ୍ୱାଦକୁ ବଢାଇ ନ ଥାଏ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ବହୁତ ଲାଭଦାୟକ। ଆୟୁର୍ବେଦରେ ଏହାକୁ ଏକ ଔଷଧ ଭାବରେ ବ୍ୟବହାର କରାଯାଏ। ଭାରତରେ ସଜନା ଛୁଇଁକୁ ସବୁଠାରୁ ଅଧିକ ବ୍ୟବହାର କରାଯାଇଥାଏ। ଲୋକେ କେବଳ ସଜନାର ଛୁଇଁ ନୁହେଁ ବରଂ ଏହାର ଫୁଲ ଏବଂ ପତ୍ର ମଧ୍ୟ ଖାଇଥା’ନ୍ତି। ଡାଇବେଟିସ୍ ପାଇଁ ସଜନା ଛୁଇଁ ରାମବାଣ ଭଳି କାମ କରେ।

ସଜନା ଛୁଇଁ ଖାଇବା ଦ୍ୱାରା ଅନେକ ଗମ୍ଭୀର ରୋଗରୁ ମୁକ୍ତି ମିଳିପାରେ। ସଜନା ଛୁଇଁ କ୍ୟାଲ୍‌ସିୟମ୍, ଫସ୍‌ଫରସ୍, ଆଇରନ୍ ଏବଂ ପୋଟାସିୟମ୍ ପରି ଅନେକ ପୋଷକ ତତ୍ତ୍ୱରେ ଭରପୂର। ଏଥିରେ ଫାଇବର, ଭିଟାମିନ୍ ଏ, ବି, ସି, ଡି, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ମ୍ୟାଗ୍ନେସିୟମ୍, କପର୍, ମାଙ୍ଗାନିଜ୍, ସୋଡିୟମ୍, ଜିଙ୍କ୍‌, ସେଲେନିୟମ୍ ଇତ୍ୟାଦି ପୋଷକ ତତ୍ତ୍ୱ ଭରପୂର।

Advertisment

ସାଇଟିକା ଏବଂ ଆର୍ଥ୍ରାଇଟିସ୍‌ରେ ଲାଭଦାୟକ:

ସାଇଟିକା ଏବଂ ଆର୍ଥ୍ରାଇଟିସ୍ ରୋଗରେ ପୀଡିତ ରୋଗୀଙ୍କ ପାଇଁ ସଜନା ଛୁଇଁର ପାଉଡର୍ ଅତ୍ୟନ୍ତ ଲାଭଦାୟକ। ଏହାକୁ ପ୍ରସ୍ତୁତି କରିବା ପ୍ରଥମେ ସଜନା ଛୁଇଁର ଛେଲି ନିଅନ୍ତୁ ଏବଂ ଏହାକୁ ଶୁଖାଇ ପାଉଡର ତିଆରି କରନ୍ତୁ। ଗୋଟିଏ ଚାମଚ ସଜନା ଛୁଇଁ ପାଉଡରରେ ଏକ ଚାମଚ ମହୁ ମିଶାଇ ଏହାକୁ ଖାଆନ୍ତୁ।

ଏହାକୁ ନିୟମିତ ଖାଇବା ଦ୍ୱାରା ଥଣ୍ଡା ଏବଂ କାଶର ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ। ଏହା ସହିତ, ସଜନା ପତ୍ରର କାଢା କରି ମଧ୍ୟ ପିଇପାରିବେ। ଏହା ଆପଣ ସାଇଟିକା ଏବଂ ଆର୍ଥ୍ରାଇଟିସ୍ ସମସ୍ୟାରୁ ମୁକ୍ତି ଦେବ।

ମକଚି ହେବା ଯନ୍ତ୍ରଣାରୁ ମୁକ୍ତି:

ଯେକୌଣସି ପ୍ରକାରର ସ୍ପ୍ରେନ୍ କ୍ଷେତ୍ରରେ ମଧ୍ୟ ଆପଣ ସଜନା ପତ୍ର ବ୍ୟବହାର କରିପାରିବେ। ଏହାକୁ ମକଚି ହେବା ସ୍ଥାନରେ ବ୍ୟବହାର କରିପାରିନେ। ଏହା କରିବା ପାଇଁ ପ୍ରଥମେ ସଜନା ପତ୍ରର ପେଷ୍ଟ ତିଆରି କରନ୍ତୁ। ଏଥିରେ ସୋରିଷ ତେଲ ମିଶାନ୍ତୁ ଏବଂ ଏହାକୁ କମ୍ ନିଆଁରେ ରାନ୍ଧନ୍ତୁ। ଏହି ପେଷ୍ଟକୁ ମକଚି ହେବା ସ୍ଥାନରେ ଲଗାନ୍ତୁ। ଏହା ଏଭଳି ସମସ୍ୟାରୁ ମୁକ୍ତି ଦେବ।

ମଧୁମେହ ରୋଗୀଙ୍କ ପାଇଁ ରାମବାଣ:

ସଜନା ଛୁଇଁରେ ପ୍ରଚୁର ପରିମାଣରେ ରାଇବୋଫ୍ଲାଭିନ ଥାଏ। ରାଇବୋଫ୍ଲାଭିନ ରକ୍ତ ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଯେକୌଣସି ଭାବେ ସଜନା ଛୁଇଁ ଖାଇବା ଦ୍ୱାରା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରାଯାଇପାରିବ। ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ବଡ ଔଷଧ। ଡାକ୍ତରଙ୍କ ପରାମର୍ଶ ନେଇ ଆପଣ ସଜନା ପତ୍ରରୁ ଟାବ୍‌ଲେଟ୍ ପ୍ରସ୍ତୁତ କରି ଖାଇପାରିବେ।

ରୋଗ ପ୍ରତିରୋଧକ ଶକ୍ତିରେ ବୃଦ୍ଧି:

ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସଜନା ଛୁଇଁ ଅତ୍ୟନ୍ତ ଲାଭକାରୀ। ଏହାକୁ ଖାଇବା ଦ୍ୱାରା ଆପଣ ବାରମ୍ବାର ଅସୁସ୍ଥ ହେବେ ନାହିଁ। କିନ୍ତୁ ମନେରଖନ୍ତୁ ଯେ ଯଦି ଆପଣ ଅଧିକ ମାତ୍ରାରେ ସଜନା ଛୁଇଁ ଖାଆନ୍ତି, ତେବେ ଏହା ମଧ୍ୟ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ।

କୋଷ୍ଠକାଠିନ୍ୟରୁ ତୁରନ୍ତ ମୁକ୍ତି:

ସଜନା ଛୁଇଁରେ ପ୍ରଚୁର ପରିମାଣରେ ଫାଇବର ମିଳିଥାଏ। ତେଣୁ ଏହା ପେଟ ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ। ସଜନା ଛୁଇଁ ଏବଂ ଏହାର ପତ୍ର ଖାଇବା ଦ୍ୱାରା ଅନ୍ତନଳୀ ସମସ୍ୟା ମଧ୍ୟ ହୁଏ ନାହିଁ। ସଜନା ଛୁଇଁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ ପାଇଲସ୍ ସମସ୍ୟାରୁ ତୁରନ୍ତ ମୁକ୍ତି ମିଳିଥାଏ।

କାହା ପାଇଁ କ୍ଷତିକାରକ:

  • ଗର୍ଭବତୀ ମହିଳାଙ୍କ ପାଇଁ ଏହା କ୍ଷତିକାରକ ହୋଇପାରେ। ଗର୍ଭବତୀ ମହିଳାମାନେ କେବଳ ଡାକ୍ତରଙ୍କ ପରାମର୍ଶ ନେବା ପରେ ଏହା ଖାଇବା ଉଚିତ୍।
  • ନିମ୍ନ ରକ୍ତଚାପ ରୋଗୀମାନେ ମଧ୍ୟ ଏହାକୁ ଖାଇବା ଠାରୁ ଦୂରେଇ ରହିବା ଉଚିତ।
  • ମଧୁମେହ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥିଲେ ମଧ୍ୟ ଏହାକୁ ଅଧିକ ଖାଇବା ଦ୍ୱାରା ସୁଗାର ବଢିପାରେ
Health Tips Drumstick Farming
Advertisment
Advertisment