Advertisment

H3N2 ଭୂତାଣୁ ଦେଶରେ ଛିଡ଼ା କରିବ କି କରୋନା ଭଳି ସ୍ୱାସ୍ଥ୍ୟ ସଙ୍କଟ..!

କର୍ଣ୍ଣାଟକ ଓ ହରିୟାଣାରେ ୨ ମୃତ୍ୟୁ ପରେ କେନ୍ଦ୍ରର ଆଡ଼ଭାଇଜାରୀ । ବିଶେଷଜ୍ଞ କହିଲେ କରୋନା ଭଳି ସଂକ୍ରମଣ ଶୈଳୀ ସମାନ ।

Virus

Virus

Advertisment

କରୋନା ମହାମାରୀ ପରେ ଦେଶରେ ପୁଣି ଘାତକ ସାଜିବ କି H3N2 ଇନଫ୍ଲୁଏନ୍‌ଜା ଭାଇରସ । କିଛି ରାଜ୍ୟରେ ଏ ଭାଇରସର ଉପସ୍ଥିତି ସୃଷ୍ଟି କରିବନି ତ ଆଉ ଏକ ସ୍ୱାସ୍ଥ୍ୟ ସଙ୍କଟ ? ଭାରତରେ ପ୍ରଥମ କରି H3N2 ଭାଇରସରେ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ବଢ଼ିଛି ଏ ଡର । କର୍ଣ୍ଣାଟକ ଓ ହରିଆଣାରେ ଏ ଭାଇରସରେ ଗୋଟିଏ ଲେଖାଏଁ ଜୀବନ ଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ପରେ ଏ ଭାଇରସକୁ ନେଇ ଚର୍ଚ୍ଚା ଜୋର ।

Advertisment

ସୂଚନା ଅନୁସାରେ, ଦେଶରେ ବର୍ତ୍ତମାନ ସୁଦ୍ଧା H3N2 ଭାଇରସରେ ୯୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସାଧାରଣ ଜ୍ୱର, ଥଣ୍ଡା, କାଶ ଓ ଅଣନିଶ୍ୱାସୀ ହେବା ଏହି ରୋଗର ଲକ୍ଷଣ । ଏ ଭାଇରସ ବେଶି ଘାତକ ନହେଲେ ବି ପୂର୍ବରୁ ଅନ୍ୟ ଗୁରୁତର ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ଆଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିପାରେ। କୋଭିଡ ୧୯ ଭଳି ଏହାର ସଂକ୍ରମଣ ଶୈଳୀ ସମାନ ଥିବାରୁ ଏଥିପ୍ରତି ସତର୍କ ରହିବାକୁ ଚେତାଇ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

H3N2 ଭୂତାଣୁ ସଂକ୍ରମଣ ପ୍ରକ୍ରିୟା ଆମ ଦେଶରେ ଗତ ଡିସେମ୍ବର ମାସରୁ ଠାବ ହେଲାଣି । ସାଧାରଣତଃ ନାକ ଓ ପାଟିରୁ ନିର୍ଗତ ତରଳ କଣିକା ବା ଡ୍ରପ୍ଲେଟ୍ସ ଦ୍ୱାରା ବ୍ୟାପୁଥିବା H3N2 ଭାରସକୁ ରୋକିବାକ ହେଲେ କରୋନା ଭଳି ମାସ୍କ ବ୍ୟବହାର, ହାତ ପରିସ୍କାର, ଗହଳିଠୁ ଦୂରେଇ ରହିବା ଏବଂ ପରିସ୍କାର ଓ ପରିଚ୍ଛନ୍ନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏପଟେ ଏ ଭାଇରସର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଲୋକଙ୍କୁ ସଚେତନ କରୁଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

Advertisment

ତେବେ ସଂକ୍ରମଣର ଶିକାର କିମ୍ବା ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ମନଇଛା ଔଷଧ ସେବନ ନକରି ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏ ଭାଇରସଠୁ ଦୂରେଇ ରହିବାକୁ ହେଲେ ଆଉ କି ଉପାୟ ଅବଲମ୍ବନ କରିବାକୁ ପଡ଼ିବ ସେ ନେଇ ବି ଟିପ୍ସ ରଖିଛନ୍ତି ବିଶେଷଜ୍ଞ ଡାକ୍ତର ।

H3N2 ଭୂତାଣୁ ଶ୍ବାସ ନଳୀକୁ ପ୍ରଭାବିତ କରୁଥିବାରୁ ପ୍ରଭାବିତ ଓ ସଂକ୍ରମଣ ଆଶଙ୍କା କରୁଥିବା ବ୍ୟକ୍ତି ଅକ୍ସିଜେନ ସ୍ତର ଚେକ କରିବା ସହ ଏହାର ମାତ୍ରା ୯୫ ପ୍ରତିଶତରୁ କମ ରହିଲେ, ଡାକ୍ତରଙ୍କ ପରାମର୍ଶ ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

Advertisment

Corona Virus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ