Advertisment

Food During Pregnancy: ଗର୍ଭାବସ୍ଥାରେ ଏହି ସବୁ ଖାଦ୍ୟ ଖାଆନ୍ତୁନି, ଜାଣନ୍ତୁ କ’ଣ ସବୁ ଖାଇବେ

ଗର୍ଭାବସ୍ଥାରେ ସନ୍ତୁଳିତ ଆହାର ନିହାତି ଆବଶ୍ୟକ। ଏହା ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଭୃଣର ବିକାଶରେ ସାହାଯ୍ୟ କରେ । ଶିଶୁ ଉର୍ଜାବାନ ହୁଏ । ହେଲେ କେଉଁ ମାସରେ କେଉଁ ଖାଦ୍ୟ ସବୁ ଖାଇବେ, ତାହା ଜାଣିନିଅନ୍ତୁ ।

ଅଦ୍ୟତନ ହୋଇଛି
Pregnancy

Pregnancy

Advertisment

ସାଧାରଣତଃ ଜଣେ ମହିଳା ଗର୍ଭବତୀ ଥିଲେ ତାଙ୍କ ପରିବାରଠୁ ବନ୍ଧୁ ପର୍ଯ୍ୟନ୍ତ ସମସ୍ତେ ଅଧିକ ଖାଇବା ଏବଂ ଓଜନ ବୃଦ୍ଧି ଉପରେ ଜୋର ଦେଇଥାନ୍ତି। କିନ୍ତୁ ପ୍ରକୃତରେ ଏ ସମୟରେ ଅଧିକ ଖାଇବା ଅପେକ୍ଷା ସନ୍ତୁଳିତ ଖାଦ୍ୟ ଖାଇବା ଅଧିକ ଜରୁରୀ। ଏହା ଉଭୟ ମା’ ଓ ଗର୍ଭସ୍ଥ ଭୃଣର ସ୍ବାସ୍ଥ୍ୟ ଓ ବିକାଶ ଉପରେ ପ୍ରଭାବ ପକାଏ। ଅଧିକ ଜଟିଳ ନକରି ସରଳ ଖାଦ୍ୟ ଅଭ୍ୟାସ ଦ୍ବାରା ଗର୍ଭାବସ୍ଥାର ପ୍ରତ୍ୟେକ ପର୍ଯ୍ୟାୟରେ ଗର୍ଭସ୍ଥ ଶିଶୁର ସୁସ୍ଥ ବିକାଶ ନିଶ୍ଚିତ କରିହେବ।

Advertisment

ଗର୍ଭଧାରଣ ଯୋଜନା କରୁଥିଲେ କ’ଣ ଖାଇବେ:

ଘରେ ପ୍ରସ୍ତୁତ ଖାଦ୍ୟ ସହ ଫଳ ଓ ପନିପରିବା

ଡାକ୍ତରଙ୍କ ପରାମର୍ଶ କ୍ରମେ ଫୋଲିକ୍ ଏସିଡ ଖାଆନ୍ତୁ। ଏହା ଭୃଣର ମସ୍ତିଷ୍କ ଏବଂ ମେରୁଦଣ୍ଡ ବିକାଶ ପାଇଁ ଜରୁରୀ। ସାଧାରଣତଃ ବିଶେଷଜ୍ଞ ଗର୍ଭଧାରଣର ତିନି ମାସ ପୂର୍ବରୁ ଫୋଲିକ୍ ଏସିଡ୍ ନେବା ପାଇଁ ପରାମର୍ଶ ଦିଅନ୍ତି। ଟାବଲେଟ୍ ଏବଂ କ୍ୟାପସୁଲ୍ ଛଡା ବିଭିନ୍ନ ଖାଦ୍ୟରୁ ମଧ୍ୟ ଏହା ମିଳିଥାଏ: ସବୁଜ ପନପରିବା ଏବଂ ଶାଗ; ଲେମ୍ବୁ ଓ କମଳା ପରି ସାଇଟ୍ରସ୍ ଫଳ; ସିମ୍ବ, ରାଜମା, ବରବଟି ପରି ବିନ୍ସ

ଓମେଗା-3 ଓ 6 ଫ୍ୟାଟି ଏସିଡ୍: ଚିଆ, ସୂର୍ଯ୍ୟମୁଖୀ, କଖାରୁ ଏବଂ ଅଳସି ମଞ୍ଜି; ସୂର୍ଯ୍ୟମୁଖୀ, ସୋୟା ଏବଂ ମକା ତେଲ; ଓ୍ବାଲନଟ୍ସ

Advertisment

ଆଇରନ୍ ଏବଂ ଆୟୋଡିନ୍ ଯୁକ୍ତ ଡବଲ୍ ଫର୍ଟିଫାଏଡ୍ ଲୁଣ

ଚଷୁଯୁକ୍ତ ବା ସମ୍ପୂର୍ଣ୍ଣ ଶସ୍ୟର ଭାତ (ନାଲି ବା ବ୍ରାଉନ୍ ଚାଉଳ) ଏବଂ ରୁଟି, ଅଣ୍ଡାର ଧଳା ଅଂଶ ତଥା ମାଛ

ଗର୍ଭାବସ୍ଥାରେ କ’ଣ ଖାଇବେ:

ଚଷୁଯୁକ୍ତ ବା ସମ୍ପୂର୍ଣ୍ଣ ଶସ୍ୟ ଏବଂ ବିଭିନ୍ନ ଡାଲି; ଅଣ୍ଡା, ମାଛ, କୁକୁଡ଼ା ମାଂସ; କ୍ଷୀର, ଛେନା, ଦହି, ଘୋଳଦହି; ପାଳଙ୍ଗ, ମେଥି ଏବଂ ସୋରିଷ ଶାଗ; କଖାରୁ, ଗାଜର, ପାଚିଲା ଅମୃତଭଣ୍ଡା ଏବଂ ଆମ୍ବ; ଲେମ୍ବୁ, କମଳା, ମୋସମ୍ବୀ, ଅଁଳା ଏବଂ ପିଜୁଳି; ଫୁଲକୋବି, କ୍ୟାପସିକମ୍, ଟମାଟୋ

Advertisment

ପ୍ରଥମ ମାସରେ କ’ଣ ଖାଇବେ:

ଭୃଣର ମସ୍ତିଷ୍କ ଏବଂ ମେରୁଦଣ୍ଡର ବିକାଶ ପାଇଁ ଫୋଲିକ୍ ଏସିଡ୍ ଯୁକ୍ତ ଖାଦ୍ୟ ଜରୁରୀ: ପାଳଙ୍ଗ ଶାଗ, ବ୍ରୋକଲି, ଲେଟୁସ୍, ସୂର୍ଯ୍ୟମୁଖୀ ମଞ୍ଜି, ଅଣ୍ଡା, ବିଟ୍ ରୁଟ୍, କାବୁଲି ଏବଂ କଳା ସୋଲା, ରାଜମା, ମଟର, ଲୋବିଆ ମଞ୍ଜି, କମଳା, ପାଚିଲା କଦଳୀ।

ଦ୍ଵିତୀୟ ଏବଂ ତୃତୀୟ ମାସରେ କ’ଣ ଖାଇବେ:

ଭୃଣର ହାଡ ଏବଂ ଦାନ୍ତର ବିକାଶ ପାଇଁ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଆନ୍ତୁ: ପାଶ୍ଚରାଇଜ୍ଡ କ୍ଷୀର, ଛେନା, ଦହି, ମାଣ୍ଡିଆ, ରାଶି ମଞ୍ଜି, ଚୁନା ମାଛ।

ଫୋଲେଟ୍ ଯୁକ୍ତ ଖାଦ୍ୟ: ପାଳଙ୍ଗ ଶାଗ, ବ୍ରୋକଲି, କାବୁଲି ସୋଲା, କଲିଜା, ରାଜମା, କର୍ଡ ଲିଭର ଅଏଲ୍

ଚତୁର୍ଥ ମାସରେ କ'ଣ ଖାଇବେ:

ହାଡ, ଦାନ୍ତ ଏବଂ ଶରୀରର ବିକାଶ ସହ ରକ୍ତ ସଞ୍ଚାଳନ ଆରମ୍ଭ ହୁଏ

ଆଇରନ୍ ବା ଲୌହସାର ଯୁକ୍ତ ଖାଦ୍ୟ : ରେଡ୍ ମିଟ୍ସ, ମାଛ, ଅଣ୍ଡା, ମସୁର ଡାଲି, ସୋୟା ଜାତ ଦ୍ରବ୍ଯ, ଧଳା ରାଶି ମଞ୍ଜି, ସଜନା ଛୁଇଁ ଏବଂ ଶାଗ, ମେଥି ଶାଗ, ପୋଦିନା ପତ୍ର, ରାଜମା, କନ୍ଦମୂଳ, ଟମାଟୋ।

ଭାଇଟାମିନ୍ C ଯୁକ୍ତ ଖାଦ୍ୟ: ଖାଦ୍ୟନଳୀରୁ ଆଇରନ୍ ଅଧିଗ୍ରହଣ ପାଇଁ ଭାଇଟାମିନ୍ C ଯୁକ୍ତ ଖାଦ୍ୟ ଜରୁରୀ: ଲେମ୍ବୁ, କମଳା, ନାସପାତି, ଷ୍ଟ୍ରବେରୀ, ଅଙ୍ଗୁର, ବ୍ରୋକଲି, ପିଜୁଳି, ଅଁଳା, ଗଜା ମୁଗ ଏବଂ ବୁଟ।

କ୍ୟାଲସିୟମ ଯୁକ୍ତ ଖାଦ୍ୟ ।

ପଞ୍ଚମ ମାସରେ କ'ଣ ଖାଇବେ:

ଗର୍ଭସ୍ଥ ଶିଶୁର ଶରୀର, ମାଂସପେଶୀ ଏବଂ ଚର୍ମ ବିକାଶ ଆରମ୍ଭ ହୋଇଥାଏ, ସେଥିପାଇଁ ଶ୍ବେତସାର ଏବଂ ପୁଷ୍ଟିସାର ଖାଦ୍ୟର ଆବଶ୍ୟକତା ରହିଥାଏ:

ଚଷୁଯୁକ୍ତ ଗହମ ଅଟା, ଚାଉଳ, ମକା, ଖଦଖଦଡିଆ ଶସ୍ୟ ତଥା ବିଭିନ୍ନ ପ୍ରକାର ଡାଲି

ଗୁଡ, ପାଚିଲା କଦଳୀ, କନ୍ଦମୂଳ

ପାଶ୍ଚରାଇଜ୍ଡ କ୍ଷୀର, ଛେନା

ସୋୟାଜାତ ଦ୍ରବ୍ୟ ଏବଂ ଟୋଫୁ, ମାଛ

ବିଭିନ୍ନ ପ୍ରକାର ନଟ୍ସ ଏବଂ ମଞ୍ଜି

ଷଷ୍ଠ ମାସରେ କ'ଣ ଖାଇବେ:

ଗର୍ଭସ୍ଥ ଶିଶୁର ଆଖି ଏବଂ ଦୃଷ୍ଟିଶକ୍ତିର ବିକାଶ ହୁଏ, ତେଣୁ ଭାଇଟାମିନ୍- A ଯୁକ୍ତ ଖାଦ୍ୟ ଗ୍ରହଣ ଜରୁରୀ: କଖାରୁ, ଗାଜର, କନ୍ଦମୂଳ, ଟମାଟୋ, ଖରଭୁଜ ବା ମସ୍କମେଲନ୍, ସଜନା ତଥା ମେଥି ଶାଗ, ଅଣ୍ଡା କେଶର, ମସୁର ଡାଲି, ଏପ୍ରିକଟ୍।

ସପ୍ତମ ମାସରେ କ'ଣ ଖାଇବେ:

ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଏବଂ ଦୃଷ୍ଟିଶକ୍ତିର ତୀବ୍ର ଗତିରେ ବିକାଶ ହୋଇଥାଏ ତେଣୁ ସ୍ନେହସାରର ଆବଶ୍ୟକତା ରହିଥାଏ:

ଗୁଡ୍ ଫ୍ୟାଟ୍ ବା ଉତ୍ତମ ସ୍ନେହସାର: ଅଏଲ୍ ସିଡ୍ସ (ଅଳସି, ରାଶି ମଞ୍ଜି), ନଟ୍ସ, ମାଛ, କୁକିଂ ଅଏଲ୍ ବା ତୈଳ ( ବାଦାମ, ସୋରିଷ, ନଡିଆ ଏବଂ ସୋୟାବିନ୍ ତେଲ)

ବ୍ୟାଡ୍ ବା ବଦ ସ୍ନେହସାର ଗ୍ରହଣ କରନ୍ତୁ ନାହିଁ: ବନସ୍ପତି ଘିଅ, ମାର୍ଗାରିନ୍, ବାରମ୍ବାର ଗରମ ହୋଇଥିବା ତେଲ।

ଅଷ୍ଟମ ଏବଂ ନବମ ମାସରେ କ'ଣ ଖାଇବେ:

ଗର୍ଭସ୍ଥ ଶିଶୁର ଓଜନ ବଢିବା ସହ ମସ୍ତିଷ୍କ ଏବଂ ଫୁସଫୁସର ବିକାଶ ଅଧିକ ଥାଏ, ତେଣୁ ଅଧିକ ଶକ୍ତି ବା ଉର୍ଜା ପ୍ରଦାନକାରୀ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ -

ଗହମ, ଚାଉଳ, ବାଜରା, ମାଣ୍ଡିଆ ଏବଂ ଯଅ ପରି ଶସ୍ୟ

ସୋୟାବିନ୍ସ, କାବୁଲି ସୋଲା ଏବଂ ବିଭିନ୍ନ ପ୍ରକାର ଡାଲି

ପାଶ୍ଚରାଇଜ୍ଡ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟ

କୁକିଂ ଅଏଲ୍: ସୋରିଷ, ସୋୟାବିନ୍, ଚିନାବାଦାମ୍, ନଡ଼ିଆ ତେଲ

ରାଶି, ଅଳସି, ଚିନାବାଦାମ ମଞ୍ଜି, ଗୁଡ

ଗର୍ଭାବସ୍ଥାରେ କ'ଣ କରିବେ

ଆଇରନ୍, ଫୋଲିକ୍ ଏସିଡ୍, କ୍ୟାଲସିୟମ, ଭାଇଟାମିନ୍- D, C, A ସପ୍ଲିମେଣ୍ଟସ୍ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଗ୍ରହଣ କରନ୍ତୁ

ସକାଳ ଖରାରେ ଚାଲନ୍ତୁ

ବେଡରେଷ୍ଟର ପରାମର୍ଶ ନଥିଲେ ହାଲୁକା ବ୍ୟାୟାମ, ଯୋଗ (ପରାମର୍ଶ କ୍ରମେ) କରିବା ସହ ନିଜର ଦୈନନ୍ଦିନ କାମ ନିୟମିତ ଜାରି ରଖନ୍ତୁ

ପାର୍କରେ ଛୋଟ ପିଲାଙ୍କ ଖେଳ ଦେଖନ୍ତୁ

ଛୋଟ ଛୋଟ ବନ୍ଧୁମିଳନ, କମିକ୍ ଫିଲ୍ମ ଦେଖିବା, ମନ ପ୍ରଫୁଲ୍ଲିତ କଲା ପରି ଗୀତ ଶୁଣିବା ଏବଂ ବହି ପଢିବା ଜାରି ରଖନ୍ତୁ

ଓଜନ ବଢିବା ପାଇଁ ନୁହେଁ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ

କଫି ଏବଂ ଚା’ ଗ୍ରହଣର ମାତ୍ରା ନିୟନ୍ତ୍ରଣ କରନ୍ତୁ

ଗର୍ଭାବସ୍ଥାରେ କ'ଣ କରିବେ ନାହିଁ:

ରୋଷେଇ ନହୋଇଥିବା କିମ୍ବା ଅଧା ରୋଷେଇ ହୋଇଥିବା ପଶୁଜାତ ଖାଦ୍ୟ ଏବଂ ଅଣ୍ଡା ତଥା ପାଶ୍ଚରାଇଜ୍ଡ ହୋଇନଥିବା କ୍ଷୀର କିମ୍ବା କ୍ଷୀରଜାତ ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ, ଏହାଦ୍ବାରା ସଂକ୍ରମଣର ଆଶଙ୍କା ରହିଥାଏ

ଫାଷ୍ଟ ଏବଂ ଷ୍ଟ୍ରିଟ୍ ଫୁଡ୍, ପ୍ରିଜରଭେଟିଭ୍ ଯୁକ୍ତ ଖାଦ୍ୟ, ପ୍ରୋସେସ୍ଡ ଫୁଡ୍ ଗ୍ରହଣ କରନ୍ତୁ ନାହିଁ

ନିଶା ସେବନ କିମ୍ବା ଧୂମପାନ କରନ୍ତୁ ନାହିଁ

ହିଂସା, ହତ୍ୟା କିମ୍ବା ଅଯଥା ଉତ୍ତେଜିତ କଲା ପରି ଫିଲ୍ମ କିମ୍ବା ଓ୍ବେବ ସିରିଜ୍ ଦେଖନ୍ତୁ ନାହିଁ

ଧ୍ୟାନ ଦିଅନ୍ତୁ: ଭୋକ କଲେ ଖାଆନ୍ତୁ, ଥକ୍କା ଲାଗିଲେ ବିଶ୍ରାମ ନିଅନ୍ତୁ, ଶୋଷ ଲାଗିଲେ ପାଣି ପିଅନ୍ତୁ ଏବଂ ସନ୍ଦେହ ହେଲେ ପଚାରନ୍ତୁ। 

ଅଧିକ ପଢ଼ନ୍ତୁ: ଏହି ସବୁ ଖାଦ୍ୟ ଖାଆନ୍ତୁ, ବ୍ଲଡ୍ ସୁଗର ବଢ଼ିବନି...ନିଦ ଭଲ ହେବ

Pregnancy Woes Pregnancy Health Tips Food For Healthy Life
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ