Advertisment

କାହିଁକି ହୁଏ ଆସ୍ଥମା, ଏହି ରୋଗର ଲକ୍ଷଣ କଣ, ଜାଣନ୍ତୁ

ଆଜିକାଲି ଆସ୍ଥମା ବା ଶ୍ଵାସ ରୋଗ ଅତି ସାଧାରଣ ରୋଗ ଭାବେ ପରିଲକ୍ଷିତ ହେଲାଣି । ଭାରତରେ ପ୍ରାୟ ୩କୋଟି ୭୦ଲକ୍ଷରୁ ଅଧିକ ଶ୍ଵାସ ରୋଗୀ ଅଛନ୍ତି। ଭାରତ ବିଶ୍ୱ ସ୍ତରରେ ଶ୍ଵାସ ରୋଗୀଙ୍କ କ୍ଷେତ୍ରରେ ଦ୍ଵିତୀୟ ସ୍ଥାନରେ ରହିଛି । ଆଜି ଜାଣିବା ଆସ୍ଥମା ବା ଶ୍ୱାସ ରୋଗକୁ ନେଇ କିଛି ଜଣା ଅଜଣା କଥା...

asthma, what are the symptoms

asthma, what are the symptoms

Advertisment

ଆଜିକାଲି ଆସ୍ଥମା ବା ଶ୍ଵାସ ରୋଗ ଅତି ସାଧାରଣ ରୋଗ ଭାବେ ପରିଲକ୍ଷିତ ହେଲାଣି । ଭାରତରେ ପ୍ରାୟ ୩କୋଟି ୭୦ଲକ୍ଷରୁ ଅଧିକ ଶ୍ଵାସ ରୋଗୀ ଅଛନ୍ତି। ଭାରତ ବିଶ୍ୱ ସ୍ତରରେ ଶ୍ଵାସ ରୋଗୀଙ୍କ କ୍ଷେତ୍ରରେ ଦ୍ଵିତୀୟ ସ୍ଥାନରେ ରହିଛି । ତେବେ ଚାଲନ୍ତୁ ଜାଣିବା ଆସ୍ଥମା ବା ଶ୍ୱାସ ରୋଗକୁ ନେଇ କିଛି ଜଣା ଅଜଣା କଥା...

Advertisment
Nebulizer TreatmentsNebulizer Treatments
  • ଭାରତର ସମୁଦାୟ ଜନସଂଖ୍ୟାରୁ ୬ ପ୍ରତିଶତ ଶିଶୁ ଓ ୨ପ୍ରତିଶତ ବୟସ୍କ ଲୋକ ଶ୍ଵାସ ରୋଗରେ ପୀଡିତ। ପ୍ରାୟତଃ ଶ୍ୱାସ ରୋଗୀଙ୍କ ଦେହ ଅଧିକାଂଶ ସମୟରେ ରାତିରେ ହିଁ ଖରାପ ହୋଉଥିବାର ଦେଖାଯାଇଥାଏ।
  • ଶୋଇବା ଏବଂ ଅନ୍ୟାନ୍ୟ ଶାରୀରିକ କାର୍ଯ୍ୟକଳାପରେ ଅବହେଳା ହେତୁ ଏହି ସବୁ ସମସ୍ୟା ଉପୁଜିଥାଏ ବୋଲି କୁହାଯାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଆମେରିକାର ବ୍ରିଘମ ଆଣ୍ଡ ଓମେନ୍ସ ହସ୍ପିଟାଲ ଓ ଓରେଗନ ହେଲ୍‌ଥ୍‌ ଆଣ୍ଡ ସାଇନ୍ସ ୟୁନିଭରସିଟିର ବୈଜ୍ଞାନିକମାନେ ଶ୍ୱାସ ରୋଗ ହେବାରେ ସର୍କିଡିୟନ ସିଷ୍ଟମର ଭୂମିକା ରହିଥିବା ଦାବି କରିଛନ୍ତି ।
  • ମସ୍ତିଷ୍କର ଏକ ନିର୍ଦ୍ଦିଷ୍ଟ ଅଂଶ ଏହି ସର୍କିଡିୟନ ସିଷ୍ଟମକୁ ନିୟନ୍ତ୍ରଣ କରେ । ଦିନ ସମୟ ଅନୁସାରେ ଶରୀରର ଗତିବିଧି ନିର୍ଦ୍ଧାରଣ କରିବାରେ ଏହା ମୁଖ୍ୟ ଭୁମିକା ଗ୍ରହଣ କରେ। ଏଥିଲାଗି ଏହାକୁ ଶରୀରର ଘଣ୍ଟା ମଧ୍ୟ କୁହାଯାଏ।
  • ପ୍ରତ୍ୟେକ ବ୍ୟକ୍ତିର ଦିନଚର୍ଯ୍ୟା କାର୍ଯ୍ୟ ଅନୁଯାୟୀ ନିର୍ଦ୍ଧିଷ୍ଟ ସମୟରେ ଭୋକ କିମ୍ୱା ନିଦ ଏହି କାରଣରୁ ହୋଇଥାଏ । ସର୍କିଡିୟନ ସିଷ୍ଟମ ଶରୀରର ବିଭିନ୍ନ ଅଙ୍ଗକୁ ସମୟ ରୁଟିନ ଅନୁସାରେ ଆରାମ ଦେଇଥାଏ।
Asthama patientAsthama patient
  • ୧୭ଜଣ ଶ୍ୱାସ ରୋଗୀଙ୍କ ଉପରେ ହୋଇଥିବା ପରିକ୍ଷଣରୁ ବୈଜ୍ଞାନିକ ମାନେ ଜାଣିବାକୁ ପାଇଲେ ଯେ ଯେଉଁମାନଙ୍କ ସର୍କିଡିୟନ ସିଷ୍ଟମ ରାତିରେ ଫୁସଫୁସକୁ ଅଧିକ ଶିଥୀଳ କରିଦେଇଥାଏ । ସେମାନଙ୍କ କ୍ଷେତ୍ରରେ ଶ୍ୱାସ ରୋଗ ହେବାର ଅଧିକ ଆଶଙ୍କା ଥାଏ।
  • ସର୍କିଡିୟନ ସିଷ୍ଟମରେ କୌଣସି ତ୍ରୁଟି କାରଣରୁ ଦିନର ଯେ କୌଣସି ସମୟରେ ଆସ୍ଥମା ହେବାର ସମ୍ଭାବନା ଥାଏ।
  • ବୈଜ୍ଞାନିକ ମାନେ ଆଶାରଖିଛନ୍ତି ଯେ ଏହି ଗବେଷଣାର ଫଳାଫଳ ଆସ୍ଥମା ଚିକିତ୍ସାର ପ୍ରଣାଳୀକୁ ନୂଆରାସ୍ତା ଦେଖାଇବ । ରାତିରେ ୭୫ପ୍ରତିଶତ ରୋଗୀଙ୍କ ଅବସ୍ଥା ବିଗିଡିଯାଏ। ବ୍ୟାୟାମ ଅଭ୍ୟାସ, ଘରର ତାପମାତ୍ରା, ଶୋଇବା ଶୈଳୀ ମଧ୍ୟ ଶରୀରର ଉପରେ ପ୍ରଭାବ ପକାଇଥାଏ ।
  • ଶ୍ୱାସରୋଗର ସବୁଠାରୁ ବଡ କାରଣ ହେଉଛି ପାଣିପାଗ, ଧୂଳି, ମାଟି, ପ୍ରଦୁଷଣ ଏବଂ ଧୂଆଁ । ଏହି ରୋଗ ହେଲେ କାଶ, ମୁଣ୍ଡ ବିନ୍ଧିବା, ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଓ ଛାତି ଟାଣି ହେବା ଭଳି ଲକ୍ଷଣ ସୃଷ୍ଟି ହୋଇଥାଏ ।
Advertisment
Health News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ