Advertisment

ଅନ୍ଧାଧୁନିଆ ପ୍ରୋଟିନ୍ ଖାଉଛନ୍ତି କି ଜିମ୍ ଯାଉଥିବା ଯୁବପିଢି ? ହୋଇପାରେ ହୃଦଘାତ କିମ୍ବା କିଡନୀ ଫେଲୱେର

ଜିମ୍ ଏବଂ ଫିଟନେସ ପ୍ରତି ବଢୁଥିବା ଯୁବପୀଢ଼ୀଙ୍କ ଆଗ୍ରହ ପାଇଁ ପ୍ରୋଟିନ୍ ସୋ ରୁମ, ଏବେକାର ବିଜନେସର ନୂଆ ଟ୍ରେଣ୍ଡ୍। ହେଲେ ଅଭିଯୋଗ ହେଉଛି ଏଭଳି ପ୍ରୋଟିନ ସୋ ରୁମ ଭିତରୁ ଅଧିକାଂଶଙ୍କର ନା ଏଥିପାଇଁ ଲାଇସେନ୍ସ ଅଛି। ନା ଏମାନଙ୍କ ପାଖରେ ପୋଷଣ ତତ୍ତ୍ବ ଉପରେ ଜ୍ଞାନ ଥିବା କେହି ନ୍ୟୁଟ୍ରିସିଆନ୍ ଅଛନ୍ତି। ନା ଡାଏଟ୍ରି ଉପରେ ସର୍ବନିମ୍ନ ଜ୍ଞାନ ଅଛି।

 be aware of heart attack

be aware of heart attack

Advertisment

ଜିମ୍ ଯାଉଥିବା ଯୁବପିଢି ଅନ୍ଧାଧୁନିଆ ପ୍ରୋଟିନ ଖାଉଥିଲେ ହୋଇ ଯାଆନ୍ତୁ ସାବଧାନ। ନଚେତ୍ ହୃଦଘାତ ଭଳି ସ୍ଥିତିର ସାମ୍ନା କରି ଜୀବନକୁ ବିପଦରେ ପକାଇ ପାରନ୍ତି। କାହିଁକିନା ଜିମ୍ ସହ ତାଳ ଦେଇ ରାଜ୍ୟର ଛୋଟ ବଡ଼ ସହରରେ ପ୍ରୋଟିନ୍ ଷ୍ଟୋର ଖୋଲିବାରେ ଲାଗୁଛି ଏବଂ ଅଧିକାଂଶ କ୍ଷେତ୍ରରେ ଜିମରେ ଥିବା ଟ୍ରେନରମାନେ ସେମାନଙ୍କ ରୋଜଗାର ପାଇଁ ପ୍ରୋଟିନ ଖାଇବାକୁ ପରାମର୍ଶ ଦେଇ ବିପଦକୁ ଠେଲି ଦେଉଥିବା ଅଭିଯୋଗ ହେଉଛି।

Advertisment

ଭୁବନେଶ୍ବରର ଏକ ପ୍ରୋଟିନ ସୋ ରୁମରେ ସେଲସମ୍ୟାନ ଥିବା ଶିବା ଏବେ ସୁଠାମ ଶରୀର ଗଢ଼ିବାକୁ ଚାହୁଁଥିବା ଯୁବ ପୀଢ଼ୀଙ୍କୁ ଦେଉଛନ୍ତି ପ୍ରୋଟିନର ଟିପ୍ସ। କେତେ ପରିମାଣର ପ୍ରୋଟିନ୍ ଖାଇବେ, କେଉଁ ପ୍ରୋଟିନ୍ ଖାଇବେ। ଏମିତି କେତେକଣ। ତା ବାଦ୍ ମୋଟାକି ପତଳା ହେବାକୁ ଚାହୁଁଥିଲେ ଏବଂ ବଡି ବିଲଡର ହେବାକୁ ଚାହୁଁଥିଲେ, ତା ପାଇଁ ବି ସେ କାମ କରୁଥିବା ଏ ଷ୍ଟୋରରେ ଭରା ପଡ଼ିଛି ବିଭିନ୍ନ କମ୍ପାନିର ପ୍ରୋଟିନ୍ ପାୱଡର।

ଜିମ୍ ଏବଂ ଫିଟନେସ ପ୍ରତି ବଢୁଥିବା ଯୁବପୀଢ଼ୀଙ୍କ ଆଗ୍ରହ ପାଇଁ ଏଇଭଳି ପ୍ରୋଟିନ୍ ସୋ ରୁମ, ଏବେକାର ବିଜନେସର ନୂଆ ଟ୍ରେଣ୍ଡ୍। ହେଲେ ଅଭିଯୋଗ ହେଉଛି ଏଭଳି ପ୍ରୋଟିନ ସୋ ରୁମ ଭିତରୁ ଅଧିକାଂଶଙ୍କର ନା ଏଥିପାଇଁ ଲାଇସେନ୍ସ ଅଛି। ନା ଏମାନଙ୍କ ପାଖରେ ପୋଷଣ ତତ୍ତ୍ବ ଉପରେ ଜ୍ଞାନ ଥିବା କେହି ନ୍ୟୁଟ୍ରିସିଆନ୍ ଅଛନ୍ତି। ନା ଡାଏଟ୍ରି ଉପରେ ସର୍ବନିମ୍ନ ଜ୍ଞାନ ଅଛି। 

Advertisment

ସାର ଯେଉଁ ପ୍ରୋଟିନକୁ ରେକମଣ୍ଡ କରନ୍ତି, ତାକୁ ଖାଆନ୍ତି ଚିରାଗ। ଅର୍ଥାତ୍ ସାର' ମାନେ ଏଠି ଯେକୌଣସି ଜିମର ଟ୍ରେନର। ଏ କ୍ଷେତ୍ରରେ ବି ପ୍ରୋଟିନ ପାଇଁ ପରାମର୍ଶ ଦେଉଥିବା ସାରଙ୍କ କ୍ବାଲିଫିକେସନର ଘୋର ସଂକଟ। ପୂରା ସିଷ୍ଟମଟି ଏମିତି। ଫିଟ୍ ଆଣ୍ଡ ଫାଇନ୍ ରହିବା ସହ ବଡ଼ି ବିଲଡର, ପାୱାର ଲିଫ୍ଟର, ୱେଟ୍ ଲିଫ୍ଟର ବନିବା କିମ୍ବା ସୁଠାମ ଚେହେରା ବନେଇ ବାଉନସର ହେବା ପାଇଁ ଯୁବ ଗୋଷ୍ଠୀ ଆଜିକାଲି ଜିମ ମୁହାଁ। କିନ୍ତୁ ଅଧିକାଂଶ ଜିମର ଟ୍ରେନର କିଏ ? ବିଧିବଦ୍ଧ ପ୍ରଶିକ୍ଷଣ ଯୋଗ୍ୟତା ବିନା, ଦିନେ ଯିଏ ଫିଟ୍ ରହିବାକୁ ଜିମ୍ ଯାଉଥିଲେ, କାଳକ୍ରମେ ବଡି ବନେଇ ସିଏ ଏବେ ଫିଟନେସ ଟ୍ରେନର।

ତେଣୁ ଅଭିଯୋଗ ହୁଏ, ପ୍ରୋଟିନ୍ ବ୍ୟବସାୟୀଙ୍କ ଠାରୁ କମିଶନ ପାଇ ରାତାରାତି ଚେହେରା ବନାଇବା ନିଶାରେ ଥିବା ପ୍ରଶିକ୍ଷାର୍ଥୀଙ୍କୁ ସେଇମାନେ ହିଁ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ପ୍ରୋଟିନ୍ ଖାଇବାକୁ ପରାମର୍ଶ ଦିଅନ୍ତି। ତେଣିକି ସେଥିରେ ଷ୍ଟିରୟେଡ୍ ରହୁଛି କି ନାହିଁ, କାହାକୁ କେତେ ମାତ୍ରାର ପ୍ରୋଟିନ ଦରକାର, ସେସବୁ ଜ୍ଞାନର ଆବଶ୍ୟକତା ନାହିଁ ଯେମତି। ଓଡ଼ିଶା ଜିମ୍ ଓନର୍ସ ଆସୋସିଏସନ ମଧ୍ୟ ଏଭଳି ଟ୍ରେଣ୍ଡ ପ୍ରତି ଚିନ୍ତାବ୍ୟକ୍ତ କରିବା ସହ ପ୍ରଶାସନ ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Advertisment

ସେପଟେ ବିଶେଷଜ୍ଞଙ୍କ ଅନୁଯାୟୀ ଡାକ୍ତର କିମ୍ବା ନ୍ୟୁଟ୍ରିସନ ସ୍ପେଶାଲିଷ୍ଟଙ୍କ ପରାମର୍ଶ ବିନା ଅନ୍ଧାଧୁନ୍ ହାଇ ପ୍ରୋଟିନ୍ ସେବନ ଓଲଟ ଫଳ ଦେଇଥାଏ। ଏମିତିକି ସୁନ୍ଦର ସ୍ୱାସ୍ଥ୍ୟ କରିବାକୁ ଚାହୁଁଥିବା ଯୁବକ କିଡନି ଫେଲୟୋରଠୁ ନେଇ ବ୍ରେନ୍ ଷ୍ଟ୍ରୋକ୍ ଓ ହୃଦଘାତର ସମ୍ମୁଖୀନ ହୋଇଥାନ୍ତି ବୋଲି କହି ସତର୍କ କରିଛନ୍ତି ବିଶେଷଜ୍ଞ।

Gym Gyms Open In Odisha Heart Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ