Advertisment

ଖରାଦିନେ ଖାଆନ୍ତୁ ଏହି ଖାଦ୍ୟ, ଶରୀର ରହିବ ଥଣ୍ଡା

ଏବେ ଖରା ଦିନ। ଆଗକୁ ଦିନକୁ ଦିନ ଖରା ବଢ଼ିବାର ଆଶଙ୍କା ରହିଛି । ତେବେ ଖରାଦିନେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ମଧ୍ୟ ଅନୁଭବ ହୋଇଥାଏ । ଏଭଳି ସ୍ଥିତିରେ ଗରମରୁ ବଞ୍ଚିବା ପାଇଁ ନିଜ ଶରୀରକୁ ପ୍ରାକୃତିକ ରୂପେ ଥଣ୍ଡା ରଖିବା ଉଚିତ। ପ୍ରଚୁର ପାଣି ପିଇବା ସହ ନିଜ ଡାଏଟ୍‌ରେ ବିଶେଷ ଖାଦ୍ୟ ପଦାର୍ଥ ମଧ୍ୟ ସାମିଲ କରିବା ଉଚିତ, ଯାହା ଆଣପଙ୍କ ଶରୀରକୁ ଥଣ୍ଡା ରଖିବାରେ ସହାୟକ ହୋଇପାରିବ।

Eat onion in summer days, keeping the body cool

Eat onion in summer days, keeping the body cool

Advertisment

ଖରାଦିନେ ଏଭଳି ଅନେକ ଫଳ ପନିପରିବା ରହିଛି ଯାହାକୁ ଖାଇବା ଦ୍ୱାରା ଶରୀର ଥଣ୍ଡା ରୁହେ। ପିଆଜ ମଧ୍ୟ ସେଥି ମଧ୍ୟରୁ ଗୋଟିଏ । ଗରମ ଦିନେ ପିଆଜକୁ କିଭଳି ଖାଇବେ ଜାଣନ୍ତୁ।

Advertisment
  • ପିଆଜରେ ଆଇରନ୍, ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ ଏବଂ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି। ତେଣୁ ଆପଣ ଚାହିଁଲେ ଏହାକୁ କଞ୍ଚାରେ କିମ୍ବା ସାଲାଡ କରି ଖାଇପାରିବେ। ଏଥିରେ ଭିଟାମିନ-ସି ଏବଂ ଭିଟାମିନ-ବି ରହିଛି। ଗରମ ଦିନେ ନିଜକୁ ଥଣ୍ଡା ରଖିବା ପାଇଁ ନିଜ ଡାଏଟ୍‌ରେ ପିଆଜକୁ ନିଶ୍ଚିତ ରୂପେ ସାମିଲ କରନ୍ତୁ।
  • ଗରମ ଦିନେ ପିଆଜର ଲୋକପ୍ରିୟତା ଢ଼େର ରହିଛି। ଘରେ ଘରେ ଲୋକେ ପିଆଜ ଖାଇବା ପାଇଁ ପସନ୍ଦ କରନ୍ତି। ପିଆଜ ଖାଇବା ଦ୍ୱାରା ଶରୀର ଥଣ୍ଡା ରୁହେ ବୋଲି ବିଶେଷଜ୍ଞମାନେ ମଧ୍ୟ ମତ ଦିଅନ୍ତି। ଶରୀରର ତାପମାତ୍ରା କମ୍ କରିବାରେ ଏହା ସହାୟକ ହୁଏ। ଯଦି ଆପଣ ପିଆଜକୁ ସାଲାଡ ରୂପେ ବ୍ୟବହାର କରୁଛନ୍ତି ତେବେ ଏହାର ସ୍ୱାଦ ବଢ଼ାଇବା ପାଇଁ ଏଥିରେ ଅଳ୍ପ ଲେମ୍ବୁ ରସ ପକାଇ ମଧ୍ୟ ଖାଇପାରିବେ।
  • କେବଳ ସାଧାରଣ ନୁହେଁ ଡାଇବେଟସି ରୋଗୀଙ୍କ ଫାଇଁ ମଧ୍ୟ ବେଶ୍ ଲାଭଦାୟୀ ପିଆଜ। ଡାଇବେଟିସ ରୋଗୀମାନେ ନିଜ ଡାଏଟ୍‌ରେ ସର୍ବଦା ପିଆଜ ସାମିଲ କରିବା ଉଚିତ। ପିଆଜରେ କମ୍‌ କାର୍ବୋହାଇଡ୍ରେଟ ଏବଂ ଅଧିକ ଫାଇଭର ରହିଛି, ଯାହା ଡାଇବେଟିସ ରୋଗୀଙ୍କ ପାଇଁ ବେଶ ଉପକାରୀ।
  • ଫାଇବର ଏବଂ ପ୍ରିବାୟୋଟିକରେ ଭରପୁର ପିଆଜ ଅନ୍ତନଳୀ ପାଇଁ ମଧ୍ୟ ବେଶ ଲାଭଦାୟୀ। ପିଆଜ ଖାଇବା ଦ୍ୱାରା ଆମ ପାଚନ ତନ୍ତ୍ର ସୁସ୍ଥ ରହେ ଏବଂ ଏହା ଭଲ ଭାବେ କାମ କରେ। ଫଳରେ ହଜମ ଶକ୍ତି ବଢ଼ିଥାଏ। କେବଳ ସେତିକି ନୁହେଁ କୋଲେଷ୍ଟ୍ରୋଲ ସ୍ତର ମଧ୍ୟ ନିୟନ୍ତ୍ରଣରେ ରହେ।
HealthTips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ