ଶରୀର ପାଇଁ ପିତା ଖାଦ୍ୟ ନିତ୍ୟାନ୍ତ ଜରୁରୀ ଅଟେ । ପିତା ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି, ଯକୃତ ସମସ୍ୟା, କର୍କଟ ରୋଗ ଏବଂ ହୃଦଘାତ ଭଳି ବିଭିନ୍ନ ରୋଗକୁ ରୋକିବାରେ ସାହାଯ୍ୟ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ବିଭିନ୍ନ ପିତା ଖାଦ୍ୟ ବିଷୟରେ ଯାହା ଶରୀର ପାଇଁ ଲାଭଦାୟକ ଅଟେ ।
Also Read
କଲରା:
କଲରା ସ୍ଵାଦରେ ପିତା ଅଟେ ବୋଲି ତାକୁ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ କଲରାର ସ୍ୱାସ୍ଥ୍ୟଗତ ଲାଭ ବିଷୟରେ ଯଦି କହିବା ଏଥିରେ ଥିବା ଭିଟାମିନ ଏ ,ଭିଟାମିନ ସି ,ପୋଟାସିୟମ ଓ ଆଣ୍ଟି ଆକ୍ସିଡେଣ୍ଟ ଆପଣଙ୍କୁ ଫିଟ୍ ରଖିବା ସହିତ ମଧୁମେହ ସମସ୍ୟାରୁ ମଧ୍ୟ ଦୁରେଇ ରଖେ ।
କୋକୋ:
କୋକୋ ପାକଳ ହୋଇ ନଥିଲେ ଏହାର ସ୍ୱାଦ ପିତା ଲାଗିଥାଏ l କୋକୋରେ ଶକ୍ତିଶାଳୀ ଆଣ୍ଟି ଇମ୍ଫଲାମେଟୋରୀ ତତ୍ୱ ରହିଛି l ଏହା ରକ୍ତ ପ୍ରବାହକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ । ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ଓ କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରିତ କରେ ।
ପିତାଶାଗ:
ଗାଁ ଗହଳିରେ ମିଳୁଥିବା ପିତା ଶାଗ ପୋଷାକ ତତ୍ତ୍ୱରେ ଭରପୁର ଅଟେ l ଶାଗ ଭାବରେ ଏହାକୁ ଯେପରି ଗ୍ରହଣ କରାଯାଏ ସେହିଭଳି ଗୋଟିଏ ଆୟୁର୍ବେଦର ପୋଷାକ ତତ୍ୱ ଭାବରେ ମଧ୍ୟ ଗ୍ରହଣ କରାଯାଇଥାଏ l ଏଥିରେ ଅନେକ ଗୁଡିଏ ଖଣିଜ ତତ୍ୱ ରହିଛି । ଏଥିରେ ଥିବା କେରୋଟେନୟଡ ଲ୍ୟୁଟିନ ଓ ଜେକ୍ସିଥିନ ଆପଣଙ୍କ ଚକ୍ଷୁକୁ ମୋତିଆଵିନ୍ଦୁରୁ ରକ୍ଷା କରିଥାଏ ।
କମଳା ଓ ଲେମ୍ବୁ ଚୋପା:
ଏହି ୨ଟି ଫଳରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଛି l ଏହି ଫଳ ମାନଙ୍କ ଚୋପାରେ ଫ୍ଲେବୋନଏଡ଼ ରହିଥିବା କାରଣରୁ ଏହାର ସ୍ୱାଦ ପିତା ଅଟେ । ଫ୍ଲେବୋନଏଡ଼ର କାମ ହେଉଛି ଫଳକୁ ପୋକ ଠାରୁ ରକ୍ଷା କରିବା । ଏହାର ଚାପରେ ରହିଥିବା ଏହି ଫ୍ଲେବୋ ନଏଡ କ୍ୟାନ୍ସର କୋଷିକକୁ ପ୍ରସାର କରିବାରେ ଅଟକାଇବା ସହିତ ଲିଭରକୁ ସୁସ୍ଥ ରଖିଥାଏ ।
ଗ୍ରୀନ୍ ଟି:
ଗ୍ରୀନ୍ ଟି ପାଟିକୁ ପିତା ବା କଡ଼ବା ଲାଗିଥାଏ କିନ୍ତୁ ଏହା ଶରୀର ପାଇଁ ବହୁତ ଲାଭଦାୟକ ଅଟେ । ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଗ୍ରୀନ୍ ଟିରେ ଥିବା ପଲିଫେନୋଲ୍ କର୍କଟ କୋଷକୁ ମାରିବାରେ ସାହାଯ୍ୟ କରେ ଏବଂ ସେମାନଙ୍କୁ ବୃଦ୍ଧି ପାଇବାରେ ରୋକିଥାଏ । ଏହା ହୃଦ୍ରୋଗର ଆଶଙ୍କା ମଧ୍ୟ ହ୍ରାସ କରିଥାଏ ।