ଅଦ୍ୟତନ ହୋଇଛି
benefits palak
Advertisment
ପାଳଙ୍ଗ ଶାଗକୁ ଆପଣ ପିଆଜ ଦେଇ ଖରଡ଼ି ଖାଇପାରିବେ। ତା’ସହିତ ଏଥିରେ ଅନ୍ୟାନ୍ୟ ପନିପରିବା ଓ ପନିର ଆଦି ପକାଇ ବିଭିନ୍ନ ପ୍ରକାର ବ୍ୟଞ୍ଜନ ବି ତିଆରି କରିପାରିବେ। ଏପରିକି ପାଳଙ୍ଗ ସୁପ୍ ଓ ଜୁସ୍ ତିଆରି କରି ପିଇପାରିବେ। ତା’ହେଲେ ଆସନ୍ତୁ ଜାଣିବା ପାଳଙ୍ଗ ଶାଗ ଖାଇଲେ କ’ଣ ସବୁ ଉପକାର ମିଳିଥାଏ।
Advertisment
- ମୁହଁରେ ହେଉଥିବା ବ୍ରଣ ଓ ତ୍ୱଚା ସମ୍ୱନ୍ଧୀୟ ଅନ୍ୟାନ୍ୟ ରୋଗକୁ ଭଲ କରିବା ପାଇଁ ପାଳଙ୍ଗ ସାହାଯ୍ୟ କରିଥାଏ।
- ପାଳଙ୍ଗରେ ଆଇରନ୍, ଭିଟାମିନ୍ ଏ, ଫୋଲେଟ୍, ଭିଟାମିନ୍ ଇ, ମ୍ୟାଗ୍ନେସିୟମ୍, ଫାଇବର୍ ଓ ପ୍ରୋଟିନ୍ ତ୍ୱଚା ପାଇଁ ବେଶ୍ ଲାଭକାରୀ। ଏହି ସମସ୍ତ ତତ୍ତ୍ୱ ତ୍ୱଚାକୁ ସୁସ୍ଥ ରଖିବା ସହିତ ହାନିକାରକ ବ୍ୟାକ୍ଟେରିଆଠାରୁ ତ୍ୱଚାକୁ ରକ୍ଷା କରିଥା’ନ୍ତି।
- ପ୍ରତିଦିନ ପାଳଙ୍ଗ ଶାଗ ଖାଇବା ଦ୍ୱାରା ତ୍ୱଚା ନରମ ହୋଇଥାଏ ।
- ପାଳଙ୍ଗ ଖାଇଲେ ଶରୀରରେ ହେଉଥିବା ଜଳାପୋଡ଼ା ଓ ଯନ୍ତ୍ରଣା ମଧ୍ୟ କମ୍ ହୋଇଥାଏ। ଏହାର କାରଣ ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଇରନ୍ ପ୍ରଚୁର ମାତ୍ରାରେ ରହିଛି। ଏହା ଅଷ୍ଟିଓଆର୍ଥରାଇଟିସ୍ ରୋଗକୁ କମ୍ କରିବାରେ ବି ସାହାଯ୍ୟ କରିଥାଏ।
- ଏଥିରେ ଥିବା ଆଇରନ୍ ଓ ମ୍ୟାଗ୍ନେସିୟମ୍ ଚିନ୍ତା ଓ ଦୁଃଖ ଦୂର କରିଥାଏ।
- ପାଳଙ୍ଗ ଶାଗ ଖାଇଲେ ଛୋଟ ପିଲାଙ୍କର ବୁଦ୍ଧି ତୀକ୍ଷ୍ଣ ହେବା ସହିତ ସ୍ମରଣ ଶକ୍ତି ଭଲ ରହିଥାଏ।
- ପାଳଙ୍ଗ ଖାଇଲେ ଶରୀରକୁ ଆବଶ୍ୟକ ମାତ୍ରାରେ ଫାଇବର୍ ମିଳିଥାଏ। ଫାଇବର୍ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641648289.jpg)