Advertisment

କ୍ଷୀର ସହିତ ଖାଆନ୍ତୁ ଜିଲାପି, ମିଳିବ ଅନେକ ଫାଇଦା

ଅଧିକାଂଶ ଲୋକେ ସକାଳେ ଜଳଖିଆରେ ଜିଲାପି ଖାଇବାକୁ ପସନ୍ଦ କରନ୍ତି। ଅନେକ ଲୋକ ଏବେ ମଧ୍ୟ ପାରମ୍ପରିକ ଭାବେ ପିଲାଙ୍କୁ ପରୀକ୍ଷା ପୂର୍ବରୁ କିମ୍ବା କୌଣସି ଶୁଭ କାମରେ ଯିବା ପୂର୍ବରୁ କ୍ଷୀର ଜିଲାପି ଖୁଆଇଥାନ୍ତି। କିନ୍ତୁ କ୍ଷୀର ସହ ଜିଲାପି ଖାଇବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ବୋଲି ଆପଣ ଜାଣିଛନ୍ତି କି ? କ୍ଷୀର ସହ ଜିଲାପି ଏକ ସୁପରଫୁଡ ସହ ସମାନ।

ଅଦ୍ୟତନ ହୋଇଛି
Milk and Jalebi for good health

Milk and Jalebi for good health

Advertisment

ମିଠା ସାଧାରଣତଃ କିଛି ବିଶେଷ ଅବସରରେ ତିଆରି ହୋଇଥାଏ ଅଥବା ଘରକୁ ଅଣାଯାଇଥାଏ । କିନ୍ତୁ ଜିଲାପି ଏମିତି ଏକ ମିଠା ଯାହାର ମଜା ନେବାକୁ କୌଣସି ଅବସରକୁ ଅପେକ୍ଷା କରିବାକୁ ପଡ଼ିନଥାଏ। କିଏ ଜିଲାପି ସାଧା ଖାଇବାକୁ ପସନ୍ଦ କରେ ତ କିଏ କ୍ଷୀର ବା ଖିରା ସହ ତ ପୁଣି ଦହି ସହ ଖାଇବାକୁ ପସନ୍ଦ କରେ। ସକାଳେ ଜଳଖିଆରେ ଜିଲାପି ଖାଇଲେ ତାର ସ୍ୱାଦ ଦିନ ସାରା ରହିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ। କ୍ଷୀର ସହ ଜିଲାପିର କମ୍ବିନେସନ ଶରୀର ପାଇଁ ବହୁତ ଲାଭଦାୟକ ଅଟେ । କ୍ଷୀର ସହ ଜିଲାପି ଖାଇବାର କଣ କଣ ଲାଭ ରହିଛି  ଚାଲନ୍ତୁ ଜାଣିବା ।

Advertisment
  • ଏହା ଷ୍ଟ୍ରେସ ହର୍ମୋନ କମ କରିବାରେ ସାହାଯ୍ୟ କରିଥାଏ। ଯାହାଫଳରେ ଅବସାଦରୁ ମୁକ୍ତି ମିଳିଥାଏ।
  • ଏହା ଖାଇବା ଦ୍ୱାରା ଏକାଗ୍ରତା ବଢିଥାଏ ଓ ମୁଡ଼ ମଧ୍ୟ ଫ୍ରେଶ ହୋଇଯାଏ।
  • ମାଇଗ୍ରେନ ଓ ଅଧା କପାଳୀ ଭଳି ମୁଣ୍ଡବିନ୍ଧା ସମସ୍ୟା ଦୂର କରିବାରେ ମଧ୍ୟ କ୍ଷୀର-ଜିଲାପିର କମ୍ବିନେସନ ବହୁତ ଲାଭକାରୀ।
  • ବିଶେଷଜ୍ଞଙ୍କ ଅନୁଯାୟୀ ସକାଳେ ଜଳଖିଆରେ କ୍ଷୀର ସହ ଜିଲାପି ଖାଇଲେ ମୁଣ୍ଡବିନ୍ଧା ସମସ୍ୟା ଦୂର ହୋଇଥାଏ।
  • କ୍ଷୀର ଓ ଜିଲାପିର କମ୍ବିନେସନ ଓଜନ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ।
  • ଜିଲାପିରେ ବହୁ ମାତ୍ରାରେ କ୍ୟାଲୋରୀ ରହିଛି। ଯାହାଫଳରେ ଜିଲାପି ଖାଇବା ଦ୍ୱାରା ଓଜନ ବଢିଥାଏ । 
  • ଯେଉଁମାନେ ବହୁତ ପତଳା ଓ ଓଜନ ବଢାଇବାକୁ ଚାହୁଁଛନ୍ତି ସେମାନେ ସକାଳେ ଜଳଖିଆ ସମୟରେ ଗୋଟିଏ ଗ୍ଲାସ କ୍ଷୀର ସହ ଜିଲାପି ଖାଇପାରିବେ।
  • ଥଣ୍ଡା ଯୋଗୁଁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ। କ୍ଷୀର ଜିଲାପି ଏହି ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
  • ଏଥିପାଇଁ ପ୍ରତିଦିନ ଗୋଟିଏ ଜିଲାପି ଗରମ କ୍ଷୀରରେ ବୁଡାଇ ଖାଇପାରିବେ।
Milk  and JalebiMilk and Jalebi
Health News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ