Liver Cancer
ଦିନକୁ ଦିନ ବଢିବାରେ ଲାଗିଛି କ୍ୟାନ୍ସର । ବିଭିନ୍ନ ପ୍ରକାର କ୍ୟାନ୍ସର ମଧ୍ୟ ଭୟଙ୍କର କ୍ୟାନ୍ସର ହେଉଛି ଲିଭର୍ କ୍ୟାନ୍ସର । ତେବେ କେମିତି ଜାଣିବେ ଲିଭର୍ କ୍ୟାନ୍ସରର ଲକ୍ଷଣ ? ଲିଭର୍ କ୍ୟାନ୍ସରର ଲକ୍ଷଣ କଣ ? ଆସନ୍ତୁ ଜାଣିବା...ଲିଭର କ୍ୟାନ୍ସର ହେଉଛି ଏକ ପ୍ରକାର କର୍କଟ ଯାହା ଯକୃତର କୋଷରେ ଆରମ୍ଭ ହୁଏ । ଯକୃତ ହେଉଛି ଏକ ଫୁଟବଲ୍ ଆକାରର ଅଙ୍ଗ ଯାହା ପେଟର ଉପର ଡାହାଣ ଭାଗରେ, ଡାଏଫ୍ରାଗମ୍ ତଳେ ଥାଏ । ଏହା ହଜମ କ୍ରିୟାରେ ବେଶ୍ ସହାୟକ ହୋଇଥାଏ । ମାତ୍ର ବେଳେବେଳେ ଖରାପ ଖାଦ୍ୟ ଗ୍ରହଣ ଓ ଜୀବନଶୈଳୀ ଏହାକୁ ପ୍ରଭାବିତ କରିଥାଏ । ସାମାନ୍ୟ ଅବହେଳା ମଧ୍ୟ କର୍କଟ ଭଳି ଜଟିଳ ରୋଗକୁ ମଧ୍ୟ ଡାକି ଆଣେ ।
ଓଜନ କମିବା...
ଲିଭର କ୍ୟାନ୍ସର କାରଣରୁ କେତେକ ଅନ୍ୟ ଲକ୍ଷଣ ମଧ୍ୟ ଦେଖାଯାଇଥାଏ । ଯଦି ଆପଣଙ୍କର ପ୍ରବଳ ମାତ୍ରରେ ଓଜନ କମୁଛି ତା’ହେଲେ ଏହା ଲିଭର କ୍ୟାନ୍ସର କାରଣ ହୋଇପାରେ । ଅନେକ କ୍ଷେତ୍ରରେ ଅନ୍ୟ କୌଣସି କାରଣ ପାଇଁ ମଧ୍ୟ ହୋଇଥାଏ। ତେଣୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।
ଅଧିକ ପଢ଼ନ୍ତୁ: ଆପଣ ଉଚ୍ଚ ରକ୍ତଚାପରେ ପୀଡିତ କି; ଆପଣାନ୍ତୁ ଏହି ଟିପ୍ସ
ବାନ୍ତି ହେବା ଓ ଭୋକ ନଲଗିବା...
ଅଳ୍ପ ଖାଦ୍ୟ ଖାଇବା ପରେ ଯଦି ଆପଣଙ୍କୁ ପେଟ ଭରିଲା ଭଳି ଲାଗୁଛି ତେବେ ଏହା ଲିଭର କ୍ୟାନ୍ସରର ଲକ୍ଷଣ ହୋଇପାରେ । ଏପରି ସମୟରେ ଯଦି ବାନ୍ତି ହେଉଛି ତେବେ ସାବଧାନ ରହିବା ଜରୁରୀ । ତେବେ ଏହି ଲକ୍ଷଣ ଦ୍ୱାରା କ୍ୟାନ୍ସର ହୋଇଥିବ ଏହା ଜରୁରୀ ନୁହେଁ । ଏହା ଅନ୍ୟ କୌଣସି ସ୍ୱାସ୍ଥ୍ୟ କାରଣରୁ ମଧ୍ୟ ହୋଇପାରେ ।
ଉପର ପେଟ ଯନ୍ତ୍ରଣା...
ଉପର ପେଟରେ ଦରଜ ହେବା ଓ ଯନ୍ତ୍ରଣା ହେବା ମଧ୍ୟ ଲିଭର୍ କ୍ୟାନ୍ସରର କାରଣ ହୋଇପାରେ । ପେଟ ଫୁଲିବା ଏବଂ କୁଣ୍ଡେଇ ହେବା ଭଳି ସମସ୍ୟା ସାମିଲ ରହିଛି ।
ଖାଦ୍ୟ ହଜମ ନହେବା...
ଖାଦ୍ୟ ହଜମ ନହେବାର ଅନେକ କାରଣ ରହିଥାଏ । ସାଧାରଣ କାରଣରେ ଅତ୍ୟଧିକ ଖାଇବା, ଅତ୍ୟଧିକ ମଦ୍ୟପାନ କରିବା, ଖରାପ ଖାଦ୍ୟ ଖାଇବା କିମ୍ବା ଖାଲି ପେଟରେ ବଟିକା ଖାଇବା । ହଜମ ନହେବାର ଅନ୍ୟ କେତେକ ଲକ୍ଷଣ ରହିଛି ଯାହାକୁ ଆପଣ ଅନୁଭବ କରିପାରନ୍ତି, ଯେପରିକି ଛାତି ଜଳିବା, ତିକ୍ତ ସ୍ୱାଦଯୁକ୍ତ ଖାଦ୍ୟ କିମ୍ବା ତରଳ ପଦାର୍ଥକୁ ଖାଦ୍ୟରେ ଗ୍ରହଣ କରିବା ।
ଥକା ଲାଗିବା...
ଲିଭର କ୍ୟାନ୍ସର ହେବା ସ୍ଥିତିରେ ରକ୍ତରେ କ୍ୟାଲ୍ସିୟମ ସ୍ତର ଉଚ୍ଚ ହୋଇପାରେ । ଏହା ଦ୍ୱାରା ବାନ୍ତି, ପେଟ ଖରାପ ଏବଂ ମାଂସପେଶୀରେ ସମସ୍ୟା ହୋଇପାରେ । ଲିଭର କ୍ୟାନ୍ସର କାରଣରୁ ବ୍ଲଡ ସୁଗାର ସ୍ତର କମ ହୋଇପାରେ, ଯେଉଁଥି ପାଇଁ ଥକାପଣ ବଢ଼ିବାର ସମ୍ଭାବନା ଦେଖାଯାଇପାରେ । ପୁରୁଷ ମାନଙ୍କଠାରେ ଅଣ୍ଡକୋଷ ସଂକୋଚନ ହେବା ଲିଭର କ୍ୟାନ୍ସରର କାରଣ ହୋଇପାରେ । ଲାଲ ରକ୍ତ କୋଷିକା ଅଧିକ ହେବା କାରଣରୁ ବ୍ୟକ୍ତି ଲାଲ ଦେଖାଯାଇପାରେ । ତେବେ ଲିଭର କ୍ୟାନ୍ସର କାରଣରୁ କୋଲେଷ୍ଟ୍ରଲ ଲେଭଲ ଉଚ୍ଚ ହେବାର ସମ୍ଭାବନା ମଧ୍ୟ ରହିଥାଏ ।
ଜଣ୍ଡିସ୍...
ଜଣ୍ଡିସ୍ ବା କାମଳ ରୋଗରେ ଚର୍ମ ଓ ଚକ୍ଷୁର ଶ୍ୱେତପଟଳରେ ହଳଦିଆ ବା ଶାଗୁଆ ବର୍ଣ୍ଣକଣା ଜମାହୋଇଯାଏ । ଏହା ମଧ୍ୟ ଲିଭର୍ କ୍ୟାନ୍ସରର କାରଣ ହୋଇପାରେ । ତେଣୁ ଜଣ୍ତିସ୍ ହେଲେ ସର୍ତକ ରହିବା ମଧ୍ୟ ଆବଶ୍ୟକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748844399.jpg)