Advertisment

ଟୁଇନ ସିଟିକୁ ପଶି ଆସିଛି କି ବିପୁଳ ଡୁପ୍ଲିକେଟ୍ ମେଡ଼ିସିନ୍ ?

ବଜାରରେ ବୁଲୁଛି କି ବ୍ଲଡ୍ ପ୍ରେସର ନିଦାନର ପୁଳା ପୁଳା ଡୁପ୍ଲିକେଟ୍ ମେଡିସିନ୍...ଦାମୀ କମ୍ପାନୀ ବ୍ରାଣ୍ଡ୍‌ରେ ଖଳ ବ୍ୟବସାୟୀ ଖେଳାଇଛନ୍ତି କି ନକଲି ଔଷଧର ବଡ଼ ସିଣ୍ଡିକେଟ୍?

ଅଦ୍ୟତନ ହୋଇଛି
Duplicate Medicine in Twin City

Duplicate Medicine in Twin City

Advertisment

ଟୁଇନ୍ ସିଟିକୁ ପଶି ଆସିଛି କି ବ୍ଲଡ୍ ପ୍ରେସର ନିଦାନର ବିପୁଳ ପରିମାଣର ଡୁପ୍ଲିକେଟ୍ ମେଡିସିନ୍। ନାମୀ ଫାର୍ମାସୀ କମ୍ପାନୀ ଗ୍ଲେନମାର୍କ ବ୍ରାଣ୍ଡର ଟେଲମା 40 ଓ ଟେଲମା AM ନାଁରେ ବିକ୍ରି ହେଉଥିବା ଏହି ଔଷଧ ନକଲି ବୋଲି ସନ୍ଦେହ କରାଯାଉଛି। କିଛି ଗ୍ରାହକଙ୍କ ଅଭିଯୋଗ ପରେ ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ଏବେ ଦ୍ୱୈତନଗରୀର ବିଭିନ୍ନ ଔଷଧ ଦୋକାନରେ ଗଲା ୩ ଦିନ ଧରି ରେଡ୍ କରୁଛି। ତେବେ ଔଷଧ ପ୍ରକୃତରେ ଅସଲି କି ନକଲି ତାହା ଜାଣିବାକୁ ଟେଷ୍ଟିଂ ରିପୋର୍ଟକୁ ଅପେକ୍ଷା କରଯାଇଥିବା ବେଳେ ଏପଟେ ଡୁପ୍ଲିକେଟ୍ ମେଡିସିନ ଚର୍ଚ୍ଚାକୁ ନେଇ ଆତଙ୍କରେ ସାଧାରଣ ଗ୍ରାହକ।

Advertisment

ବଜାରରେ ବୁଲୁଛି କି ବ୍ଲଡ୍ ପ୍ରେସର ନିଦାନର ପୁଳା ପୁଳା ଡ୍ୟୁପ୍ଲିକେଟ୍ ମେଡିସିନ୍, ଦାମୀ କମ୍ପାନୀ ବ୍ରାଣ୍ଡ୍‌ରେ ଖଳ ବ୍ୟବସାୟୀ ଖେଳାଇଛନ୍ତି କି ନକଲି ଔଷଧର ବଡ଼ ସିଣ୍ଡିକେଟ୍? ଗଲା କିଛି ଦିନ ଧରି କଟକ ଓ ଭୁବନେଶ୍ୱରରେ ଆତଙ୍କ ମଚାଇଛି ନକଲି ମେଡିସିନ୍‌ ଭୟ। ରକ୍ତଚାପ ରୋଗୀ ବହୁଳ ଭାବେ ବ୍ୟବହାର କରୁଥିବା ନାମୀ ବ୍ରାଣ୍ଡ୍ ଗ୍ଲେନମାର୍କ କମ୍ପାନୀ ନାଁରେ ଏହି କଳା କାରବାର ବ୍ୟାପକ ଭାବେ ଚାଲିଥିବା ସନ୍ଦେହ କରୁଛି ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ। ଏଥିପାଇଁ ଟ଼୍ବିନ ସିଟିରେ ଗଲା ତିନି ଦିନ ଧରି ଜାରି ରହିଛି ଚଢାଉ।

ସନ୍ଦେହ କରାଯାଉଛି, ଗ୍ଲେନମାର୍କ ବ୍ରାଣ୍ଡ୍‌ର ଟେଲମା 40 ନାଁରେ ସିଲ୍ ଓ ଲେବୁଲ ହୋଇଥିବା ଏ ମେଡିସିନ୍ କୌଣସି ଡୁପ୍ଲିକେଟ୍ କମ୍ପାନୀର। ସେହିଭଳି ସମାନ କମ୍ପାନୀର ଟେଲମା AM ନାଁରେ ମଧ୍ୟ ଏକ ନକଲି ଔଷଧ ଆସିଥିବା କୁହାଯାଉଛି। ତେଣୁ ଏବେ ବିଭିନ୍ନ ଔଷଧ ଦୋକାନରେ ଚଢାଉ କରି ଏହି ମେଡିସିନର ଷ୍ଟକ୍ ଜବତ କରୁଛି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ଟିମ୍। ତେବେ ଏହି ଔଷଧ ପ୍ରକୃତରେ ଅସଲି କି ନକଲି ତାହା ଜାଣିବାକୁ ସାମ୍ପଲ ଟେଷ୍ଟିଂ ରିପୋର୍ଟକୁ ଅପେକ୍ଷା କରିଛି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ।

Advertisment

 ଟେଲମା 40 ଓ ଟେଲମା AM ଔଷଧର ଷ୍ଟ୍ରିପ୍ ନକଲି ହୋଇଥିବା ନେଇ କିଛି ଦିନ ତଳେ ଡ୍ରଗ୍ସ କଣ୍ଟ୍ରୋଲର ନିକଟରେ ଅଭିଯୋଗ କରିଥିଲେ କିଛି ସଚେତନ ଗ୍ରାହକ। ଏହାପରେ ଏହି ଅଭିଯୋଗ ଆଧାରରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ମେଡିସନ୍ ଦୋକାନ ଓ ଗୋଦାମରେ ରେଡ୍ ଆରମ୍ଭ କରିଥିଲା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ। ସେପଟେ ଡୁପ୍ଲିକେଟ୍ ମେଡିସିନର ଏ ଚର୍ଚ୍ଚା ପରେ ଏହାକୁ ନେଇ ଆତଙ୍କରେ ସାଧାରଣ ଗ୍ରାହକ। ସେମାନଙ୍କ କହିବା କଥା ଦୋକାନୀଠୁ କେବଳ ଏକ୍ପପାରୀ ତାରିଖ ଦେଖି କିଣୁଥିବାରୁ ଔଷଧ ଅସଲି କି ନକଲି ଜାଣିବା ମୁସ୍କିଲ। ସେହିଭଳି ଷ୍ଟକିଷ୍ଟଠାରୁ ବ୍ୟାଚ୍ ଓ ଡେଟ୍ ଦେଖି ମେଡିସିନ୍ କିଣୁଥିବାରୁ ସେମାନଙ୍କ ନିକଟରେ ଔଷଧର ବିଶ୍ୱସନୀୟତାକୁ ପରଖିବାକୁ ସୁଯୋଗ ନାହିଁ ବୋଲି କହିଛନ୍ତି ଦୋକାନୀ।

ଦାମୀ କମ୍ପାନୀ ନାଁରେ ନକଲି ମ଼େଡିସିନ ବିକ୍ରି ଅଭିଯୋଗ ରାଜ୍ୟରେ ନୁଆଁ ନୁହେଁ। ଅନେକ ସମୟରେ ଏ ଅଭିଯୋଗ ଆସୁଥିଲେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଅଭାବରୁ କିଛି ଅସାଧୁ ବ୍ୟବସାୟୀ ମୁନାଫା କମାଇବାକୁ ଲୋକଙ୍କ ଜୀବନ ସହ ବାରମ୍ବାର ଖେଳିବାକୁ ପଛାଉ ନାହାନ୍ତି।

Advertisment

ରିପୋର୍ଟ: ପ୍ରଭାତ ବିଷୋୟୀ, କଟକ ଓ ସୌମ୍ୟ ରଞ୍ଜନ ସାହୁ, ଭୁବନେଶ୍ୱର 

Twin City Duplicate Medicine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ