Advertisment

ସକାଳୁ କଫି ପିଇବା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ, ଜାଣନ୍ତି କି ?

ଆମ ମଧ୍ୟରୁ ଅଧିକାଂଶ କଫି ନପିଇଲେ ସକାଳେ ନିଦରୁ ଉଠନ୍ତି ନାହିଁ। କଫି ପିଇଲେ ନିଦ ହୁଏ ନାହିଁ ଓ ଶରୀରରେ ନୂଆ ଶକ୍ତି ମିଳେ। ଏହାର କାରଣ ହେଉଛି କଫିରେ ମିଳୁଥିବା କେଫିନ୍। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଗୋଟିଏ ଦିନରେ ଅଧିକ କଫି ପିଇବା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଯଦି ଏହା ସଠିକ୍ ପରିମାଣରେ ପିଅନ୍ତି ତାହେଲେ ଏହାର ଅନେକ ଲାଭ ମଧ୍ୟ ମିଳିପାରେ।

ଅଦ୍ୟତନ ହୋଇଛି
Drinking coffee is good or bad

Drinking coffee is good or bad

Advertisment

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ କଫି ବିଶ୍ୱର ସବୁଠାରୁ ଲୋକପ୍ରିୟ ପାନୀୟ ମଧ୍ୟରୁ ଅନ୍ୟତମ। ଏଥିରେ ଥିବା ଉଚ୍ଚ ସ୍ତରର ଆଣ୍ଟିଅକ୍ସିଡାଣ୍ଟ ଓ ଉପକାରି ପୋଷକ ତତ୍ୱ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ହୋଇଥାଏ। ଅଧ୍ୟୟନରୁ ଜଣାପଡ଼ିଛି ଯେ ନିୟମିତ କଫି ପିଉଥିବା ଲୋକଙ୍କର ଅନେକ ଗମ୍ଭୀର ରୋଗ ହେବାର ଆଶଙ୍କା କମ୍ ଥାଏ। ଆସନ୍ତୁ ଜାଣିବା କଫି ପିଇବାର କିଛି ସ୍ୱାସ୍ଥ୍ୟ ଉପକାରିତା ।

Advertisment
  • କଫି ଥକ୍କାପଣ ଏବଂ ଶରୀରରେ ଶକ୍ତି ସ୍ତର ବଢ଼ାଇବାରେ ସାହାଯ୍ୟ କରେ । ଏହାର କାରଣ ହେଉଛି ଏଥିରେ ଥିବା କେଫିନ୍।
  • କଫି ପିଇବା ପରେ କଫିନ୍ ଆପଣଙ୍କ ରକ୍ତ ପ୍ରବାହରେ ଅବଶୋଷିତ ହୁଏ ଓ ସେଠାରୁ ଆପଣଙ୍କ ମସ୍ତିଷ୍କକୁ ଯାଇଥାଏ ।
  • ଅଧ୍ୟୟନରୁ ଜଣାପଡିଛି କଫି ବ୍ୟବହାର ସ୍ମୃତି, ମନୋବଳ, ସତର୍କତା, ଶକ୍ତି ସ୍ତର ଓ ସାଧାରଣ ମାନସିକ କାମରେ ଉନ୍ନତି ଆଣିପାରେ ।
  • ସାଧାରଣତଃ ସମସ୍ତ ଚର୍ବି କମାଉଥିବା ସପ୍ଲିମେଣ୍ଟରେ କଫିନ୍ ମିଳିଥାଏ। କଫି ଚର୍ବି କମାଇବାରେ ସାହାଯ୍ୟ କରେ।
  • ଅନେକ ଅଧ୍ୟୟନରୁ ଜଣାପଡିଛି ଯେ କେଫିନ୍ ଆପଣଙ୍କ ମେଟାବୋଲିଜିମ ହାରକୁ ୩-୧୧% ବଢ଼ାଇପାରିବ। ଅନ୍ୟାନ୍ୟ ଅଧ୍ୟୟନ ସୂଚିତ କରେ କେଫିନ ଚର୍ବି କମାଇବାରେ ବିଶେଷ ସହାୟକ ହୋଇଥାଏ ବିଶେଷକରି ମେଦବହୁଳ ବ୍ୟକ୍ତିଙ୍କଠାରେ।
  • ଟାଇପ୍-୨ ମଧୁମେହ ବିଶ୍ୱରେ ଶୀଘ୍ର ବଢ଼ୁଥିବା ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ଅନ୍ୟତମ । ଅଧ୍ୟୟନରୁ ଜଣାପଡିଛି ଯେ କଫି ପିଉଥିବା ବ୍ୟକ୍ତିଙ୍କ ଟାଇପ୍-୨ ଡାଇବେଟିସ୍ ହେବାର ୨୩-୫୦% କମ୍ ବିପଦ ରହିଛି।
  • ସମୁଦାୟ ୪,୫୭,୯୨୨ ଲୋକଙ୍କ ଉପରେ କରାଯାଇଥିବା ୧୮ଟି ଅଧ୍ୟୟନର ସମୀକ୍ଷା ଅନୁସାରେ ଦୈନିକ ଗୋଟିଏରୁ ଦୁଇ କପ୍ କଫି ପିଇବା ଦ୍ୱାରା ଟାଇପ୍ ୨ ଡାଇବେଟିସ୍ ହେବାର ଆଶଙ୍କା ୭ ପ୍ରତିଶତ କମିଯାଏ।
  • କଫି ପିଇବା ଦ୍ୱାରା ଅଲଜାଇମର ରୋଗ ହେବାର ଆଶଙ୍କା କମିଯାଏ। ଆଲଜାଇମର ସବୁଠାରୁ ସାଧାରଣ ନ୍ୟୁରୋଡିଜେନେରେଟିବ ରୋଗ ବିଶ୍ୱରେ ଡିମେନ୍ସିଆର ଏକ ପ୍ରମୁଖ କାରଣ ।
  • ଅଧ୍ୟୟନରୁ ଜଣାପଡିଛି ଯେ କଫି ପିଉଥିବା ଲୋକଙ୍କ ଅଲଜାଇମର ରୋଗ ହେବାର ୬୫% କମ୍ ଆଶଙ୍କା ରହିଛି। ଅଲଜାଇମର ସହ ଏହା ଅନ୍ୟାନ୍ୟ ମାନସିକ ରୋଗର ଆଶଙ୍କା ମଧ୍ୟ କମ କରିଥାଏ ।
Drinking coffee is good or badDrinking coffee is good or bad
Health News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ