କଣ ଆପଣଙ୍କୁ ରାତିରେ ଭଲ ନିଦ ହେଉନାହିଁ ? ଆପଣାନ୍ତୁ ଏହି ଉପାୟ

ଖୁବ୍ ପୁରୁଣା ଯୁଗରୁ ରାତିରେ ଶୋଇବା ପୁର୍ବରୁ ଉଷୁମ୍ କ୍ଷୀର ପିଇ ଶୋଇବାକୁ କୁହାଯାଇଛି । କୁହାଯାଏ ଯେ ଏହାଦ୍ୱାରା ଦିନ ସାରାର ଥକା ଦୁର ହୋଇଥାଏ ଓ ଭଲ ନିଦ ହୋଇଥାଏ । ବର୍ତ୍ତମାନ୍ ଆମେରିକାର ବୈଜ୍ଞାନିକ ମାନେ ଏହାକୁ ନେଇ କରିଥିବା ଗବେଷଣା ରେ କହିଛନ୍ତି ଯେ ଦୁଗ୍ଧ ରେ ଟ୍ରିପ୍ଟଫାନ୍ ନାମକ ତତ୍ତ୍ଵ ରହିଛି , ଯାହା ନିଦ ଠିକ୍ ଭାବରେ କରାଇ ଥାଏ ଓ ମାନସିକ ଚାପ କମାଇ ଥାଏ ।

Don't you have a good night's sleep?

News Summary

ଏକ ତୃତୀୟାଂଶ ବୟସ୍କ ଅନିଦ୍ରାର ଶିକାର ହୋଇ ଥାଆନ୍ତି ।

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ନିହାତି ଜରୁରୀ ଅଟେ । ଜଣେ ବ୍ୟକ୍ତି ୨୪ ଘଣ୍ଡା ମଧ୍ୟରେ ୮ରୁ ୯ ଘଣ୍ଟା ଶୋଇବା ଜରୁରୀ ଅଟେ । ତେବେ ଆପଣଙ୍କୁ ରାତିରେ ଭଲ ନିଦ ହେଉ ନାହିଁ କି ? ଚାଲନ୍ତୁ ଜାଣିବା ଏହାର ଉପଚାର ।