Advertisment

ଅଧିକ ପ୍ରୋଟିନ୍ ଶରୀର ପାଇଁ କ୍ଷତିକାରକ, ଜାଣନ୍ତୁ କେତେ ପ୍ରୋଟିନ୍ ଖାଇବା ଉଚିତ୍

ଉତ୍ତମ ସ୍ୱାସ୍ଥ୍ୟ ପାଇଁ, କେବଳ ପୁଷ୍ଟିକର ଖାଦ୍ୟ ନୁହେଁ, ଆମକୁ ଏହା ସହିତ ପ୍ରୋଟିନ୍ ମଧ୍ୟ ନେବାକୁ ପଡିବ । ଆମ ଶରୀର ପାଇଁ ପ୍ରୋଟିନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶରୀରର ମାଂସପେଶୀ ସହିତ କୋଷର ବିକାଶ ପାଇଁ ପ୍ରୋଟିନ୍ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହାକୁ ସଠିକ୍ ପରିମାଣରେ ନେବା ଆବଶ୍ୟକ କାରଣ । ଆବଶ୍ୟକତାରୁ ଅଧିକ ପ୍ରୋଟିନ୍ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

ଅଦ୍ୟତନ ହୋଇଛି
Excess protein is harmful to the body

Excess protein is harmful to the body

Advertisment

କିଛି ଲୋକ ପ୍ରୋଟିନ୍ କୁ ବହୁ ପରିମାଣରେ ଖାଇଥା’ନ୍ତି । ଯାହା ଆମ ଶରୀର ପାଇଁ କ୍ଷତିକାରକ । ତେବେ ଚାଲନ୍ତୁ ଜାଣିବା ଗୋଟିଏ ଦିନରେ କେତେ ପ୍ରୋଟିନ୍ ଖାଇବା ଉଚିତ୍ ।

Advertisment
  • ବିଶେଷଜ୍ଞଙ୍କ ଅନୁଯାୟୀ, ଶରୀରରେ ଥିବା ପ୍ରୋଟିନ୍ ଆମର ନୂତନ କୋଷଗୁଡ଼ିକର ବୃଦ୍ଧିରେ ସାହାଯ୍ୟ କରେ । ତେଣୁ, ଯେଉଁମାନେ କଠିନ ପରିଶ୍ରମ କରନ୍ତି ନାହିଁ, ସେମାନେ ନିଜ ଶରୀରର ପ୍ରତ୍ୟେକ କିଲୋ ଓଜନ ପାଇଁ ପ୍ରତିଦିନ ୦.୭୫ ଗ୍ରାମ ପ୍ରୋଟିନ୍ ନେବା ଉଚିତ୍ ।
  • ପ୍ରତିଦିନ ଜଣେ ପୁରୁଷକୁ ଅତି କମରେ ୫୫ ଗ୍ରାମ୍ ଏବଂ ମହିଳାକୁ ୪୫ ଗ୍ରାମ ପ୍ରୋଟିନ୍ ନିଜ ଖାଦ୍ୟରେ ସାମିଲ କରିବା ଉଚିତ୍ ।
  • ଜଣେ ବ୍ୟକ୍ତିର ଗୋଟିଏ ଦିନରେ ମୋଟ କ୍ୟାଲୋରୀର ୨୦ ରୁ ୩୫ ପ୍ରତିଶତ ପ୍ରୋଟିନ୍ ରହିବା ଉଚିତ୍
  • ବୃଦ୍ଧମାନଙ୍କୁ ଅଧିକ ପ୍ରୋଟିନ୍ ଆବଶ୍ୟକ ହୋଇଥାଏ, କାରଣ ମଣିଷ ଶରୀରର ମାଂସପେଶୀ ବୃଦ୍ଧ ହେବା ସହିତ ଦୁର୍ବଳ ହେବାକୁ ଲାଗିଥାଏ ।
  • ଅନୁସନ୍ଧାନ ଅନୁଯାୟୀ, ବୃଦ୍ଧମାନଙ୍କୁ ଶରୀରର ଓଜନ ଅନୁଯାୟୀ କିଲୋଗ୍ରାମ ପ୍ରତି ୧.୨ ଗ୍ରାମ ପ୍ରୋଟିନ୍ ଗ୍ରହଣ କରିବା ଉଚିତ୍ ।

ପ୍ରୋଟିନ୍ କମ୍ ହେବାର ଲକ୍ଷଣ:

  • ଯେତେବେଳେ ଶରୀରରେ ପ୍ରୋଟିନ୍ କମ୍ ହୋଇଥାଏ, ସେତେବେଳେ ଆମେ ଏନର୍ଜୀ କମ୍ ଅନୁଭବ କରିଥାଉ । ଆମେ ଶୀଘ୍ର କ୍ଳାନ୍ତ ଅନୁଭବ କରିଥାଉ । ଏହି ସମୟ ମଧ୍ୟରେ ମଣିଷର କେଶ ମଧ୍ୟ ଝଡିବା ଆରମ୍ଭ କରେ ।
  • ଏହା ବ୍ୟତୀତ ନଖ ଦୁର୍ବଳ ହେବା, ଓଜନ ହ୍ରାସ, ଦୁର୍ବଳତା ଏବଂ ମୁଣ୍ଡବିନ୍ଧା ଭଳି ସମସ୍ୟା ହୋଇଥାଏ ।
Advertisment
Health News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ