Advertisment

Health Tips: ଆପଣ ଲସି ପିଉଛନ୍ତି କି… ସାବଧାନ… ହୋଇପାରେ ଏହିସବୁ ସମସ୍ୟା

ଆପଣ ଯଦି ଲସି ପିଉଛନ୍ତି ତେବେ ଆଜିଠାରୁ ହୋଇଯାଆନ୍ତୁ ସାବଧାନ! ଏହା ଆପଣଙ୍କ ଶରୀରକୁ ଅନେକ କ୍ଷତି ପହଞ୍ଚାଇପାରେ। କେବଳ ଏତିକି ନୁହେଁ, ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ଲସି ପିଅନ୍ତି, ତେବେ ଏହା ଆପଣଙ୍କୁ ଅନେକ ଅସୁବିଧାରେ ମଧ୍ୟ ପକାଇପାରେ।

ଅଦ୍ୟତନ ହୋଇଛି
Disadvantages of drinking lassi after meals

Disadvantages of drinking lassi after meals

Advertisment

ଆଜିର ଧାଁଦୌଡ ଜୀବନରେ, ଲୋକମାନେ ନିଜକୁ ସୁସ୍ଥ ରଖିବା ପାଇଁ କେବଳ ପୁଷ୍ଟିକର ଖାଦ୍ୟ ଖାଉ ନାହାଁନ୍ତି, ବରଂ ସେମାନେ ସେମାନଙ୍କର ପ୍ରିୟ ପାନୀୟ ମଧ୍ୟ ପିଇବାକୁ ପସନ୍ଦ କରୁଛନ୍ତି। ଉଦାହରଣ ସ୍ୱରୂପ, କିଛି ଲୋକ ଜଲଜୀରା ପିଉଛନ୍ତି ତ ଆଉ କିଛି ଲୋକ ଲସି ପିଇବାକୁ ପସନ୍ଦ କରୁଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଥିବାରୁ ଏହି ଅଭ୍ୟାସ ବଢିଯାଏ।

Advertisment

ଆପଣ ଯଦି ଖାଦ୍ୟ ଖାଇବା ପରେ ଲସି ପିଉଛନ୍ତି ତେବେ ଆଜିଠାରୁ ହୋଇଯାଆନ୍ତୁ ସାବଧାନ! ଏହା ଆପଣଙ୍କ ଶରୀରକୁ ଅନେକ କ୍ଷତି ପହଞ୍ଚାଇପାରେ। କେବଳ ଏତିକି ନୁହେଁ, ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ଲସି ପିଅନ୍ତି, ତେବେ ଏହା ଆପଣଙ୍କୁ ଅନେକ ଅସୁବିଧାରେ ମଧ୍ୟ ପକାଇପାରେ। ତେବେ ଖାଦ୍ୟ ଖାଇବା ପରେ ଲସି ପିଇବାର ପାର୍ଶ୍ୱ ପ୍ରତିକ୍ରିୟା କ’ଣ ହୋଇପାରେ ଆସନ୍ତୁ ଜାଣିବା।

ସୁଗାର ବଢିପାରେ:

ଡାକ୍ତରଙ୍କ ମତରେ ଯଦି ମଧୁମେହ ରୋଗୀ ଲସି ପିଅନ୍ତି, ତେବେ ଏହା ସେମାନଙ୍କର ସୁଗାର ସ୍ତରକୁ ବଢେଇଦିଏ। ଏପରି ପରିସ୍ଥିତିରେ, ଏହା ଆପଣଙ୍କ କିଡ୍‌ନୀ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ। ତେଣୁ ମଧୁମେହ ରୋଗୀମାନେ ଲସି ପିଇବା ଠାରୁ ଦୂରେଇ ରହିବା ଉଚିତ।

Advertisment

ଅଧିକ ପଢ଼ନ୍ତୁ: Health Tips: ଚା’ ପିଇଲେ ହେଇଯାଉଛି କି ଏସିଡିଟି; ଆପଣଙ୍କ ପାଇଁ କିଛି ଛୋଟ ଟିପ୍ସ

ଓଜନ ବଢିପାରେ:

ଲସି ତିଆରି କରିବାରେ ଫ୍ୟାଟ୍ ମିଲ୍‌କ୍‌, ଚିନି, ଲୁଣ ଏବଂ ମସଲା ବ୍ୟବହୃତ ହୁଏ, ଯାହା ଆପଣଙ୍କ କ୍ୟାଲୋରୀ ଗ୍ରହଣ ଉପରେ ପ୍ରଭାବ ପକାଇପାରେ। ଏହି କାରଣରୁ ଶୀଘ୍ର ଓଜନ ବଢିପାରେ। ଏଥି ସହିତ ଲସିରେ ପ୍ରୋଟିନର ଉପସ୍ଥିତି ହେତୁ, ଆପଣ ଏହାକୁ ପିଇବା ପରେ ନିଦ ଆସିପାରେ ଆଉ ଶୋଇଯିବା ପରେ ଶରୀର ପାଇଁ ଏହାକୁ ହଜମ କରିବାରେ କଷ୍ଟକର ହୋଇପାରେ। ତେଣୁ ଶୋଇବା ପୂର୍ବରୁ ଲସି ପିଇବା ଠାରୁ ଦୂରେଇ ରହିବା ଉଚିତ।

Advertisment

ଥଣ୍ଡା ଜର ହୋଇପାରେ:

ଗ୍ରୀଷ୍ମ ଋତୁରେ, ଲୋକମାନେ ଥଣ୍ଡା ଲସି ପିଇବାକୁ ବେଶି ପସନ୍ଦ କରନ୍ତି। ଏହା କିନ୍ତୁ ଶରୀରରେ ମ୍ୟୁକସ ସୃଷ୍ଟି କରେ। ଯାହା ଫଳରେ କାଶ, କଫ, ଥଣ୍ଡା ଏବଂ ଜର ଭଳି ସମସ୍ୟା ସୃଷ୍ଟି କରିପାରେ।

ଚର୍ମ ସମସ୍ୟା:

କେବେବି ବହୁ ମାତ୍ରାରେ ଲସି ପିଅନ୍ତୁ ନାହିଁ। ଯଦି ଆପଣ ଲସି ପିଉଛନ୍ତି ତେବେ ଏହା ଆପଣଙ୍କର ଚର୍ମ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ। ଟେଣୁ ଯେଉଁମାନଙ୍କର ଏକ୍ଜିମା ପରି ସମସ୍ୟା ଭୋଗୁଛନ୍ତି, ସେମାନେ ଲସି ପିଇବା ଠାରୁ ଦୂରେଇ ରହିବା ଉଚିତ।

ଅଧିକ ପଢ଼ନ୍ତୁ: ଆପଣଙ୍କ ପିଲା ଥାଲାସେମିଆରେ ପୀଡିତ କି… ଜାଣନ୍ତୁ ସେମାନଙ୍କୁ ସୁସ୍ଥ କରିବାର ଯୋଗ ଟିପ୍ସ

Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ