diarrhoea
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ଝାଡ଼ାବାନ୍ତି ଆତଙ୍କ । ଝାଡ଼ବନ୍ଧଗୁଡା ପଞ୍ଚାୟତର ଦଣ୍ଡସେନାଗୁଡା ଗାଁରେ ୪ ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ୮ ତାରିଖରୁ ଦଣ୍ଡସେନାଗୁଡା ଗାଁରେ ଝାଡ଼ାବାନ୍ତି ରୋଗ ଆରମ୍ଭ ହୋଇଛି । ଖବର ପାଇ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଗାଁରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି।
ଅଧିକ ପଢ଼ନ୍ତୁ: ଅଳିଆ ଗଦା ପାଲଟିବ ବ୍ୟାସନଗର... ! ମଶାଙ୍କ ଦାଉରେ ସହରବାସୀ ଅତିଷ୍ଠ
ତେବେ ଲୋକେ ମେଡିକାଲ ଅପେକ୍ଷା ଗୁଣିଗାରେଡିକୁ ଅଧିକ ବିଶ୍ବାସ କରୁଥିବା ନବରଙ୍ଗପୁର ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ନବ କିଶୋର ବେହେରା କହିଛନ୍ତି l ତେବେ ମୃତକମାନଙ୍କ ସମ୍ପର୍କରେ ନବରଙ୍ଗପୁର ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ - ତିନି ଜଣଙ୍କ ମଧ୍ୟରୁ ଜଣଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଗାଁରେ ମେଡିକାଲ ଟିମ ରହି ଚିକିତ୍ସା ଜାରି ରଖିଛନ୍ତି। ବର୍ତ୍ତମାନ ୨ ଜଣ ଚିକିତ୍ସିତ ହେଉଛନ୍ତି l ଗାଁର ବିଭିନ୍ନ ସ୍ଥାନରୁ ପାଣି ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/diarrhoea_1723516942.jpg)