Advertisment

Diarrhea Outbreak: ବରଗଡ଼କୁ ବ୍ୟାପିଲା ଡାଇରିଆ, ପଦ୍ମପୁର ପରେ ଅମ୍ବାଭୋନାରେ ଝାଡାବାନ୍ତି ଆତଙ୍କ

ବରଗଡ଼ରେ ଡାଇରିଆ ଡ଼ର । ପୂର୍ବରୁ ପଦ୍ମପୁର ଅଞ୍ଚଳରେ ୫୦ରୁ ଅଧିକ ଲୋକେ ଭୋଜି ଖାଇ ଛାଡ଼ବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଏବେ ଅମ୍ବାଭୋନା ଭାଲୁତାଲା ଗାଁରେ ୨୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।

ଅଦ୍ୟତନ ହୋଇଛି
Diarrhea In Bargarh

Diarrhea In Bargarh

Advertisment

ବରଗଡ଼କୁ ବ୍ୟାପିଲା ଡାଇରିଆ । ଅମ୍ବାଭୋନା ଭାଲୁତାଲା ଗାଁରେ ୨୦ରୁ ଅଧିକ ଆକ୍ରାନ୍ତ ହୋଇଥିବାବେଳେ ୩ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗାଁରେ କେଉଁ କାରଣରୁ ଡ଼ାଇରିଆ ବ୍ୟାପିଛି ତାହା ଜଣାପଡିନାହିଁ । ସ୍ୱାସ୍ଥ୍ୟ ବିଭାଗ ଟିମ୍ ଗାଁରେ ପହଞ୍ଚି ଛାନଭିନ୍ ଚଳାଇଛନ୍ତି। ଗାଁରେ ଥିବା ନଳକୂପ ପାଣିର ନମୁନା ପଠାଯାଇଛି । ନମୁନା ରିପୋର୍ଟ ଆସିଲେ କାରଣ ଜଣାପଡିବ ବୋଲି ବରଗଡ CDMO କହିଛନ୍ତି । କିଛି ଦିନ ପୂର୍ବରୁ ପଦ୍ମପୁର ଅଞ୍ଚଳରେ ୫୦ରୁ ଅଧିକ ଲୋକେ ଭୋଜି ଖାଇ ଛାଡ଼ବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଏବେ ସେମାନେ ସୁସ୍ଥ ଅଛନ୍ତି ବୋଲି CDMO ସୂଚନା ଦେଇଛନ୍ତି । 

Advertisment

ପୂର୍ବରୁ ଯାଜପୁର ଓ ଭଦ୍ରକରେ ଡାଇରିଆ ମାମଲା ଅଧିକ ରହିଥିଲା । ଧୀରେ ଧୀରେ ସ୍ଥିତିରେ ସୁଧାର ଆସିଥିଲେ ବି ଏହି ଦୁଇ ଜିଲ୍ଲାରେ ବର୍ତ୍ତମାନ ସ୍କୁଲ କଲେଜ ବନ୍ଦ ରହିଛି । କେତେକ ରୋଗୀ ଏବେବି ଚିକିତ୍ସାଧୀନ ଥିବାବେଳେ ଆଉ କେତେ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାଜପୁରରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମାଡ଼ିବାରେ ଲାଗିଥିବାବେଳେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢନ୍ତୁ: ଝାଡାବାନ୍ତି ଟେନସନ୍: ରାଜ୍ୟ ସରକାରଙ୍କୁ କାରଣ କହିଲା କେନ୍ଦ୍ରୀୟ ଟିମ୍‌...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ